Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଫସିଗଲେ ପୀୟୁସ ଦୁଇଟି ପାର୍ଟିରୁ ମାଲ୍ ପକାଇଛନ୍ତି ଆଉ ତାପରେ

 
Gg
ଆପଣମାନେ ସମସ୍ତେ ଯାତ୍ରା ଜଗତକୁ ନେଇ ଆସୁଥିବା ଖବର ବିଷୟରେ ସୂଚନା ପାଇ ପାରୁଥିବେ । ଆପଣମାନେ ସମସ୍ତେ ତ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଜାଣିଥିବେ । ଏହି କଳାକାର ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ପୀୟୂଷ ତ୍ରିପାଠୀ ଯାତ୍ରା ପାର୍ଟି ସୂର୍ଯ୍ୟ ମନ୍ଦିରକୁ ହଁ ଆଉ ସିଂହବାହିନୀକୁ ହଁ କରିଛନ୍ତି । ସେ ଏହି ଉଭୟ ଯାତ୍ରା ମାଲିକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଯାତ୍ରା ଷ୍ଟାର ପୀୟୂଷ ତ୍ରିପାଠୀଙ୍କୁ ନେଇ ଆସିଲା ନୂଆ ବିବାଦ । ଏବେ ଏହି ବିଷୟରେ ବା ଅଭିନେତା ଜଣଙ୍କୁ ନେଇ ମୁହଁ ଖୋଲିଛନ୍ତି ଯାତ୍ରା ପାର୍ଟି ସୂର୍ଯ୍ୟମନ୍ଦିର ମାଲିକ । 
Gg
ଯାତ୍ରା ସୂର୍ଯ୍ୟମନ୍ଦିର ପାଇଁ ଦୁଇବର୍ଷ ଅଗ୍ରୀମ ନେଇଛନ୍ତି ପୀୟୂଷ । ବିବାଦ ପରେ ୨୦୨୫-୨୬ ରେ ଯାତ୍ରା ସିଂହବାହିନୀରେ ରହିବେ ବୋଲି କହିଥିଲେ । ବହୁ ବାଦବିବାଦ ପରେ ଦୁଇଦିନ ତଳେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ପୀୟୂଷ । ଆଉ କହିଥିଲେ ତାଙ୍କର ଭୁଲ ହୋଇଯାଇଛି ସେ ଆସନ୍ତା ବର୍ଷରୁ ସିଂହବାହିନୀର ମାଲିକ ସଞ୍ଜୀବ ବାବୁଙ୍କ ସହିତ ରହିବେ । ଏହା ଶୁଣି ଏବେ ପୀୟୂଷ ତ୍ରିପାଠୀ ରହିଥିବା ସୂର୍ଯ୍ୟମନ୍ଦିର ଯାତ୍ରା ପାର୍ଟିର ମାଲିକ ଆପତ୍ତି ଉଠାଇଛନ୍ତି ।
Gg
ସେ କହିଛନ୍ତି ପୀୟୂଷ ଏବେ ଯାତ୍ରା ସୂର୍ଯ୍ୟମନ୍ଦିରରେ ଅଭିନୟ କରୁଛନ୍ତି । ସଂସ୍ଥା ସହ ଚୁକ୍ତିରେ ରହିଛନ୍ତି ପୀୟୂଷ । ୨୦୨୬ ମସିହା ଜୁନ ମାସ ଯାଏଁ ପୀୟୂଷ ତ୍ରିପାଠୀ ଯାତ୍ରା ସୂର୍ଯ୍ୟମନ୍ଦିରରେ ରହିବେ ବୋଲି ଚୁକ୍ତି କରିଛନ୍ତି । ଏମିତି ଚୁକ୍ତି କରି ମଧ୍ୟ ଅଭିନେତା ପୀୟୂଷ ତ୍ରିପାଠୀ କିଭଳି ଆଉ ଏକ ଯାତ୍ରା ପାଟିରେ ରହିବେ ଏହାକୁ ନେଇ ଏବେ ନୂଆ ବିବାଦ ଆସିଛି । ପୀୟୂଷ ତ୍ରିପାଠୀ ବର୍ଷ ସାରା କେତେ ପ୍ରାପ୍ୟ ନେବେ ଆଉ କେତେ ସମୟ ସେ ଏହି ଯାତ୍ରା ପାର୍ଟିରେ ରହିବେ ଏହି ବିଷୟରେ ଯାତ୍ରା ମାଲିକ କହିଛନ୍ତି ।
ଅଭିନେତା ପୀୟୂଷ ତ୍ରିପାଠୀ ଯାତ୍ରା ସୂର୍ଯ୍ୟମନ୍ଦିରରେ ରହିଛନ୍ତି ବୋଲି ସେ କହିଛନ୍ତି । ଏବେ ପ୍ରଶ୍ନ ଆସୁଛି କି ଅଭିନେତା ପୀୟୂଷ ତ୍ରିପାଠୀ ଯାତ୍ରା ସୂର୍ଯ୍ୟମନ୍ଦିର ପାଇଁ ଚୁକ୍ତି କରି ଯାତ୍ରା ସିଂହବାହିନୀ ସହ କିଭଳି ଡିଲ୍ କରୁଥିଲେ । ଏବେ ଏହି ଘଟଣାକୁ ନେଇ ଯାତ୍ରା ଜଗତରେ ହଇଚଇ ସୃଷ୍ଟି ହୋଇଛି । ସିଂହବାହିନୀ ଯାତ୍ରା ପାର୍ଟିର ମାଲିକ ମଧ୍ୟ ଅନେକ କଥା କହିଛନ୍ତି । ଯାତ୍ରା ଜଗତ ପୀୟୂଷ ତ୍ରିପାଠୀ ଛାଡ଼ିବାଟା ଦର୍ଶକମାନଙ୍କ ପାଇଁ ବି କ୍ଷତି ଅଟେ । ଏବେ ପୀୟୂଷଙ୍କ ପରବର୍ତ୍ତୀ ନିଷ୍ପତ୍ତିକୁ ସମସ୍ତଙ୍କ ଅପେକ୍ଷା ରହିଛି ।

Around The Web