ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ହାଜତ ଭିତରେ ଲିପିକା, ରମା ହଣାହଣି ପୋଲିସ୍ ଛାନିଆ
Updated: Feb 20, 2025, 11:32 IST

ସାରା ରାଜ୍ୟରେ ଏବେ ଭୁବନେଶ୍ୱର ରସୁଲଗଡ଼ ଓଭର ବ୍ରିଜ ଉପରେ ହୋଇଥିବା ହ-ତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା ହେଉଛି । ବିଚ୍ ରାସ୍ତା ଉପରେ ଦୁବୃର୍ତ୍ତ ସହଦେବ ନାୟକ ନାମକ ଜଣେ ସମାଜସେବୀଙ୍କୁ ହ-ତ୍ୟା କରି ଦେଇଥିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏବେ ଏହି ଘଟଣାର ତଦନ୍ତ କରାଯାଉଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଲିପିକା ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରମା ନାୟକ ବୋଲି ଲିପିକା କହିଥିଲା । ଆଉ ଏବେ ରମା ନାୟକ ଥାନାକୁ ଯାଇ ଆତ୍ମ ସମର୍ପଣ କରିଛି । ଏବେ ଜେଲରେ ରମା ନାୟକ ଏବଂ ଲିପିକାଙ୍କ ସହ ଆହୁରି ୫ ଜଣ ଅଛନ୍ତି ।

ଏବେ ଖବର ଆସିଛି କି ଜେଲରେ ରମା ଆଉ ଲିପିକାଙ୍କର ଝଗଡ଼ା ଲାଗିଛି । ସହଦେବ ନାୟକ ହ-ତ୍ୟା ମାମଲାରେ ଲିପିକାଙ୍କୁ ଗିରଫ କରି ହାଜତରେ ରଖା ଯାଇଥିଲା । ଲିପିକାଙ୍କୁ ଗିରଫ କରି ହାଜତ ଭିତରେ ରଖା ଯାଇଥିଲା ଆଉ ଏବେ ରମା ନାୟକ ଆତ୍ମ ସମର୍ପଣ କରିବା ଘଟଣା ସାମ୍ନାକୁ ଆସୁଛି । ରମା ଆତ୍ମ ସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି ଆଉ ଏବେ ହାଜତ ଭିତରେ ଲିପିକା ଆଉ ରମା ଅଛନ୍ତି । ଏହି ଦୁଇଜଣ ଜେଲ ଭିତରେ ଥିବା ବେଳେ ରାତିରେ ଝଗଡ଼ା କରୁଛନ୍ତି ବୋଲି ଖବର ଆସୁଛି ।

ଜାନୁଆରୀ ୮ ତାରିଖ ଦିନ ସକାଳ ୮ ଘଟିକା ସମୟରେ ସହଦେବ ନାୟକଙ୍କୁ ରସୁଲଗଡ଼ ଓଭର ବ୍ରିଜ ଉପରେ ବିଚ୍ ରାସ୍ତାରେ ହ-ତ୍ୟା କରାଯାଇଥିଲା । ଖଣ୍ଡାରେ ତାଙ୍କ ଗଣ୍ଡି ରୁ ମୁଣ୍ଡ ଅଲଗା କରାଯାଇଥିଲା । ଆଉ ଏହି ଘଟଣା ପୋଲିସ ଜାଣିବା ପରେ ଲିପିକା ବାଇକରେ ବସି ଯାଉଥିବା ବେଳେ ତାକୁ ଗୋଡେଇ ଗୋଡେଇ ଧରିଥିଲା । ଏହାପରେ ପୋଲିସ ସବୁ କଥା କହି ଦେଇଥିଲା । ପୋଲିସ ଆଗରେ ଲିପିକା ରମା ମାଉସୀଙ୍କ ନାଁ ନେଇଥିଲା । ରମା ମାଉସୀ ତାଙ୍କୁ ସହଦେବଙ୍କୁ ମାରିବାକୁ ସୁପାରି ଦେଇଥିଲା ।
ଏହାପରେ ରମା ନାୟକଙ୍କୁ ପୋଲିସ ଖୋଜିବାରେ ଲାଗିଥିଲା । ଆଉ ରମା ନାୟକ ନିଜେ ଆତ୍ମ ସମର୍ପଣ କରିଥିଲା । ରମା ନାୟକ ଏହି ଘଟଣାରେ କିଛି କରିନାହିଁ ଆଉ ତା ନାଁରେ ମିଥ୍ୟା ଅଭିଯୋଗ ଆସୁଛି ବୋଲି କହିଥିଲା । ଲିପିକା ରମା ନାୟକ ନାଁରେ ମିଛ କହୁଛି ବୋଲି କହି ଅଭିଯୋଗ ଆଣିଛନ୍ତି ରମା । ଆଉ ଏହି କାରଣ ପାଇଁ ଉଭୟଙ୍କ ଭିତରେ ଝଗଡ଼ା ହେଉଛି ବୋଲି ସୂଚନା ମିଳିଛି । ଏହି ଘଟଣାରେ ୭ ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ଖୁବ୍ ଶୀଘ୍ର ରମା ନାୟକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ଏବେ ଏହି ଘଟଣାରେ ଲିପିକା କଥା ସତ କି ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ ।