ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ହୁତୁହୁତୁ ହୋଇ ଜଳିଲା ରଥ ମାଡ଼ି ଆସିବ କି ବିପଦ
Updated: Feb 21, 2025, 13:06 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ରଥକୁ ନେଇ ଆସିଛି କିଛି ଖବର । ହୁତୁ ହୂତୁ ହୋଇ ଜଳିଗଲା ମହାପ୍ରଭୁ ଜଗନ୍ନାଥଙ୍କ ରଥ । ଘଟି ଯାଇଥିଲା ବଡ ଅଘଟଣ । ଏବେ ଏହି ଅଘଟଣ ଘଟିବା ପରେ ସୂଚନା ମିଳୁଛି କି ମାଡ଼ି ଆସୁଛି କି ବଡ ବିପଦ । ଏବେ ଖବର ଆସୁଛି କି ମାଳିକା ବଚନ ସତ ହେବ କି ? ମାଳିକାରେ ଅନେକ କିଛି ଲେଖା ହୋଇଛି ଆଉ ଏହା ସତ ହୋଇପାରେ ବୋଲି ସୂଚନା ମିଳିଛି ।

ଏବେ ଏଭଳି ସବୁ ଅଘଟଣ ଘଟି ଯାଉଛି । ଯାହା ଦେଖିଲେ ଯେ କେହିବି କହିବେ ଆଗକୁ କିଛି ଅଘଟଣ ଘଟିବାକୁ ଯାଉଛି । ଏହି ବିଷୟରେ ଯିଏ ବି ଶୁଣୁଛି ସେ ଛାନିଆ ହୋଇ ପଡୁଛି । ଏହି ଘଟଣା ପୂର୍ବରୁ କେବେବି ହୋଇନଥିଲା । ମହାପ୍ରଭୁଙ୍କ ରଥ ରଥ ଖଳାରେ ଛିଡ଼ା ହୋଇଥିଲା । ଆଉ ହଠାତ୍ ଦେଖିବା ବେଳକୁ ହୁତୁହୁତୁ ହୋଇ ଜଳି ଉଠୁଛି ଏହି ରଥ । ଏହି ରଥ ଥିବା ଖଳା ଦେଇ ବିବାହ ପ୍ରସେଶନ ଯାଉଥିଲା ଆଉ ବିବାହ ପ୍ରସେଶନ ଯିବା ଯାଉଥିବା ବେଳେ ବାଣ ଫୁଟିଥିଲା ଆଉ ଏହି ବାଣ ଫୁଟି ଏଭଳି ହୋଇଥିଲା ।

ଏହି ବାଣର ନିଆଁ ରଥରେ ପଡ଼ିବା ପରେ ରଥ ଜଳିବାକୁ ଲାଗିଥିଲା । ଯାହାକୁ ଦେଖି କ୍ଷୋଭ ପ୍ରକାଶ କରିଛନ୍ତି ରାଜା ସାହେବ୍ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ ଥିବା ସୁକିନ୍ଦା ଗଡରେ ଥିବା ଜଗନ୍ନାଥ ମନ୍ଦିର ନିକଟରେ । ୧୮୦୩ ମସିହାରୁ ସୁକିନ୍ଦା ଗଡର ରାଜାଙ୍କ ଦ୍ଵାରା ଆରମ୍ଭ ହୋଇଥିଲା ରଥଯାତ୍ରା । ଆଉ ସେହି ଦିନ ଠାରୁ ଏଠାରେ ବେଶ୍ ଆନନ୍ଦ ଉଲ୍ଲାସରେ ରଥଯାତ୍ରା ଚାଲୁଛି । ବାହାଘର ପ୍ରସେସନ୍ ବାଣ ଫୁଟି ରଥର ଉପରି ଭାଗ ଜଳି ଯାଇଛି ।
ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବରଯାତ୍ରୀଙ୍କ ଅସାବଧାନତା ହେତୁ ଏଭଳି ଘଟଣା ଘଟିଛି ବୋଲି ସୂଚନା ମିଳିଛି । ଏହି ଘଟଣାକୁ ନେଇ ଲୋକମାନେ ଦୁଃଖ ପ୍ରକାଶ କରିବା ସହ ଆଗକୁ ବିପଦ ମାଡ଼ି ଆସୁଛି ବୋଲି କହିଛନ୍ତି । ଏବେ ଅଧା ଜଳି ଯାଇଥିବା ରଥକୁ ପୁଣି ଥରେ ନୂତନ କାଠ ଆଣି ନିର୍ମାଣ କରିବାକୁ ସୁକିନ୍ଦା ବିଧାୟକ ଏବଂ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ । ଏବେ ଏହି ଘଟଣାକୁ ନେଇ ସବୁଠି ଅନେକ କଥା ଶୁଣିବାକୁ ମିଳୁଛି ।