ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଇମ୍ରାନଙ୍କୁ ୧୪ବର୍ଷ ସ୍ତ୍ରୀକୁ ମିଳିଲା ୭ବର୍ଷ ଜେଲ୍ ଦଣ୍ତ
Jan 18, 2025, 11:58 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଦେଶ ବିଦେଶର ଖବର ପାଇ ପାରୁଛନ୍ତି । ଏବେ ପାକିସ୍ତାନ ଦେଶକୁ ନେଇ କିଛି ଖବର ଆସିଛି । ଏବେ ପାକିସ୍ତାନ ଦେଶରୁ ଆସିଲା ବଡ ଖବର ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ପାକିସ୍ତାନ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଆସିଛି । ପାକିସ୍ତାନ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଛି ଜେଲ ଦଣ୍ଡାଦେଶ । ତାଙ୍କୁ ୧୪ ବର୍ଷ ପାଇଁ ଜେଲ ଦଣ୍ଡ ମିଳିଛି ବୋଲି ଏବେ ସୂଚନା ଆସିଛି ।

ଏହାସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ଜେଲ ଦଣ୍ଡ ମିଳିଛି । ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ମିଳିଥିବା ବେଳେ ତାଙ୍କ ପତ୍ନୀଙ୍କୁ ୭ ବର୍ଷ ଜେଲ ଦଣ୍ଡ ମିଳିଛି । ଏହି ନିର୍ଦ୍ଦେଶ ଏବେ କୋର୍ଟ ଦେଇଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏବେ ଶକ୍ତ ଝଟକା ଲାଗିଛି । କ୍ଷମତାର ଦୁରୁପଯୋଗ ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛି ପାକିସ୍ତାନ କୋର୍ଟ । ସେ ୨୦୨୩ ମସିହାରୁ ପାକିସ୍ତାନର ଜେଲରେ ବନ୍ଦୀ ଅଛନ୍ତି । ସେ ପାକିସ୍ତାନର ରାଓଲପିଣ୍ଡି ଜେଲରେ ବନ୍ଦୀ ଅଛନ୍ତି ବୋଲି ଖବର ଆସିଛି । ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରାଯାଇଛି ।

ଏବେ ପୁଣି ଏକ ମାମଲାରେ ଇମ୍ରାନ ଖାନଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ପାକିସ୍ତାନ କୋର୍ଟ । ଅନେକ ଲୋକ କହୁଥିଲେ କି ଇମ୍ରାନ ଖାନ ପୁଣି ରାଜନୀତିକୁ ଫେରିବେ । କିନ୍ତୁ ଏହା ସତ୍ୟ ନୁହେଁ । ଏବେ ଇମ୍ରାନ ଖାନଙ୍କୁ ଶକ୍ତ ଝଟକା ଲାଗିଛି । ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀଙ୍କ ଉପରେ ୨୦୦ ରୁ ଅଧିକ ମାମଲା ରୁଜ୍ଜୁ ହୋଇଛି । ଏବେ ଏହିସବୁ ପାଇଁ ତାଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀଙ୍କ ଉପରେ ୧୯୦ ମିଲିୟନ ପାଉଣ୍ଡର ଜୋରିମାନା ଲାଗୁ ହୋଇଛି ।
୨୦୨୩ ମସିହାରୁ ସେ ଜେଲରେ ଅଛନ୍ତି । ଏହି ମାମଲାରେ ପାକିସ୍ତାନ କୋର୍ଟ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । କିନ୍ତୁ ଆଜି ଏହି ରାୟ ଶୁଣାଇଛନ୍ତି କୋର୍ଟ । ଏହି ରାୟ ଶୁଣାଇବା ପୂର୍ବରୁ ତିନିଥର ସ୍ଥଗିତ ରଖା ଯାଇଥିଲା । ଏବେ ଇମ୍ରାନ ଖାନଙ୍କ ପତ୍ନୀ ମୁସଲା ବିବିଙ୍କୁ ଗିରଫ କରାଯାଇଛି । ଆଉ ତାଙ୍କୁ ମଧ୍ୟ ଜେଲ ଦଣ୍ଡାଦେଶ ହୋଇଛି । ସେ ବ୍ୟକ୍ତିଗତ ଲାଭ ପାଇଁ ଦେଶର ଟଙ୍କାକୁ ବ୍ୟବହାର କରିଥିଲେ । ଇମ୍ରାନ ଖାନ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଆଉ ଏବେ ପାକିସ୍ତାନ କୋର୍ଟଙ୍କ ରାୟ ଅନୁସାରେ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀଙ୍କୁ ୨୧ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି ।