Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଜଳିଗଲା ୪୦ ଗାଡ଼ି ଚାଲିଗଲା ୧୧ ଜୀବନ ଆଉ ତାପରେ

 
Hh
ସ୍ଥାନ ଜୟପୁର , ସମୟ ସକାଳ ୫ ଟା ୪୫ ମିନିଟ ଗ୍ୟାସ ଟ୍ୟାଙ୍କର କୁ ଧକ୍କା ଦେଲା ଟ୍ରକ୍।ଟ୍ୟାଙ୍କର ବିସ୍ପୋରଣ ରେ ହେଲା ଭୟଙ୍କର ଭାବରେ ଅଗ୍ନିକାଣ୍ଡ।୨ ରୁ ୩ କିଲୋମିଟର ବ୍ୟାପୀ ଅଗ୍ନିର ତାଣ୍ଡବ ଦେଖିବାକୁ ମିଳିଥିଲା। ଜଳି ଯାଇଥିଲା ୪୦ ରୁ ଅଧିକ ଗାଡ଼ି ମଟର। ଯାହା ଫଳରେ କି ଅଞ୍ଚଳରେ ଦେଖିବାକୁ ମିଳିଥିଲା ପ୍ରଳୟର ଦୃଶ୍ୟ। ରାଜସ୍ଥାନ ଜୟପୁର ଟ୍ୟାଙ୍କର ବ୍ଲାଷ୍ଟ ଘଟଣାରେ ମୃ-ତ୍ୟୁ ସଂଖ୍ୟା ଏବେ ୧୧ ଛୁଇଁ ସାରିଛି।
Gg
୩୫ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବେଳେ ୧୪ ଜଣ ବର୍ତ୍ତମାନ ସମୟରେ ନିଖୋଜ ଅଛନ୍ତି। ଜୟପୁର ଦିଲ୍ଲୀ ପବ୍ଲିକ ସ୍କୁଲ ନିକଟରେ ଏକ ଏଲପିଜି ଟ୍ୟାଙ୍କର ସହିତ ଏକ ଟ୍ରକ ର ଧକ୍କା ହେବା ପରେ ଏକ ଭୟଙ୍କର ବିସ୍ପୋରଣ ହୋଇଥିଲା। ସ୍କୁଲ୍ ନିକଟରେ ଏଲପିଜି ଟ୍ୟାଙ୍କର ୟୁ ଟର୍ଣ୍ଣ ନେଉଥିବା ବେଳେ ଏକ ଟ୍ରକ୍ ଆସି ତାକୁ ଧକ୍କା ଦେଇଥିଲା। ଫଳରେ ଟ୍ୟାଙ୍କର ଜୋରଦାର ଭାବରେ ବିସ୍ପୋରଣ ହୋଇଥିଲା।
Hh
ଏପରି କି ଏହି ଟ୍ୟାଙ୍କର ରେ ଥିବା ୧୮ ଟନ୍ ଗ୍ୟାସ ଆଖପାଖ ଅଞ୍ଚଳରେ ବ୍ୟାପି ଯିବା ସହିତ ୪୦ ଟି ଗାଡ଼ି ମଧ୍ୟ ପୋଡ଼ି ଜଳି ପାଉଁଶ ହୋଇ ଯାଇଥିଲା। ବିସ୍ପୋରଣ ଏତେ ମାତ୍ରାରେ ଶକ୍ତିଶାଳୀ ଥିଲା ଯେ ନିଆଁ ଆକାଶ ଯାଏଁ ଛୁଁ ଥିଲା। ଘଟଣା ସ୍ଥଳରେ ଏକ ଯାତ୍ରୀବାହୀ ବସ୍ ମଧ୍ୟ ବିସ୍ପୋରଣ ର ଶିକାର ହୋଇଥିଲା।୩୪ ଜଣ ଯାତ୍ରୀ ଥିବା ଏହି ବସ୍ ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା। ଯେଉଁଥିରେ ୨୦ ଜଣ ଯାତ୍ରୀ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି।
ସକାଳ ସାଢେ଼ ଛଅ ଟା ରେ ବସ୍ ଜୟପୁର ରେ ପହଞ୍ଚିବା ପୂର୍ବରୁ ଏହି ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଯାତ୍ରୀ।୨୦ ରୁ ଅଧିକ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅନେକ ଘଣ୍ଟାର ପରିଶ୍ରମ ପରେ ହିଁ ଅଗ୍ନିଶମ ବାହିନୀ ନିଆଁ କୁ ଆୟତ୍ତ କରି ପାରିଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.