ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଯୁବତୀ କହିଲେ ଏମିତି ମୁଁ ଥାଉ ଥାଉ ପୁଣିଥରେ ବାହା ହେଇ ଛୁଆ ଜନ୍ମ କଲା ମୁଁ ତାକୁ ଛାଡିବିନି
Mar 26, 2025, 19:27 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆଜିକାଲି ଦୁନିଆରେ ଲୋକମାନେ ଜଣେ ନୁହେଁ ବରଂ ଦୁଇ ଦୁଇଜଣ ବିବାହ କରୁଛନ୍ତି । ଏବେ ବ୍ୟକ୍ତି ଜଣଙ୍କୁ ନେଇ ଆସିଛି କିଛି ଖବର । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ବିଷୟରେ ଜାଣିପାରିବେ । ପ୍ରଥମ ସ୍ତ୍ରୀ ଥାଉ ଥାଉ ଏହି ଯୁବକ ଜଣକ ଆଉ ଜଣଙ୍କୁ ବିବାହ କରିଲେ । ଏହି ତାଙ୍କର ଏକ ସନ୍ତାନ ମଧ୍ୟ ରହିଛି ।

ଛୁଆ ଆଉ ସ୍ତ୍ରୀ ଥାଇ ମଧ୍ୟ ଏହି ଯୁବକ ଜଣକ ଆଉ ଜଣେ ଝିଅକୁ ବିବାହ କରୁଛନ୍ତି । ମହିଳାଙ୍କୁ ବିବାହ କରି ଧୋକା ଦେଇଦେଲେ ଯୁବକ । ପ୍ରଥମ ସ୍ତ୍ରୀ ଥାଉ ଥାଉ ଆଉ ଜଣଙ୍କୁ ବିବାହ କରିଲେ ଯୁବକ । ପ୍ରଥମ ସ୍ତ୍ରୀ ସହ ଛାଡ଼ପତ୍ର କାମ ଚାଲିଛି ଆଉ ଛାଡ଼ପତ୍ର ହୋଇନଥିବା ବେଳେ ଏଭଳି କାମ କରିଛି ସ୍ଵାମୀ ଜଣକ । ଏହି ସ୍ଵାମୀ ଜଣକ ନାଁରେ ଏବେ ଅଭିଯୋଗ ଆଣିଛନ୍ତି ସ୍ତ୍ରୀ ଜଣକ । ପ୍ରଥମ ସ୍ତ୍ରୀକୁ ଛାଡ଼ିଦେଇ ଦ୍ଵିତୀୟ ସ୍ତ୍ରୀ ଆଉ ଛୁଆ ସହ ରହୁଛନ୍ତି ସ୍ଵାମୀ ।

ପ୍ରଥମ ସ୍ତ୍ରୀ ଜଣକ ଏବେ ସ୍ବାମୀଙ୍କ ଘରକୁ ପଶିଯିବା ପରେ ଏହି ସ୍ଵାମୀ ଏବଂ ତାଙ୍କ ଶାଶୁ ଆଉ ଶଶୁର ତାଙ୍କୁ ମାଡ ମାରିଥିଲେ । ଏବେ ଏହି ମାଡ଼ରେ ଆଘାତ ହୋଇ ଏବେ ପ୍ରଥମ ସ୍ତ୍ରୀ ଆଉ ତାଙ୍କର ମାଆ ସ୍ବାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏବେ ପ୍ରଥମ ସ୍ତ୍ରୀ ଆଣିଥିବା ଅଭିଯୋଗ ଅନୁଯାୟୀ କହିଛନ୍ତି କି ତାଙ୍କର ଛାଡ଼ପତ୍ର ହୋଇନାହିଁ କିନ୍ତୁ ତାଙ୍କ ସ୍ଵାମୀ ଦ୍ଵିତୀୟ ବିବାହ କରିଛନ୍ତି । ଏବେ ଏହି ଘଟଣାକୁ ନେଇ ସେ ତାଙ୍କୁ କିଛି କହିବାକୁ ତାଙ୍କ ଘରକୁ ଯିବା ବେଳେ ଏଭଳି କରିଥିଲେ ତାଙ୍କ ପରିବାର ଲୋକେ ।
ମାଆ ଆଉ ଝିଅକୁ ଘର ଆଗରେ ଦେଖି ଘର ଲୋକ ଏଭଳି କିଛି କରିଥିଲେ । ମାଆ ଆଉ ଝିଅଙ୍କୁ ଘର ସମ୍ମୁଖରେ ଦେଖି ପରିବାର ଲୋକ ତାଙ୍କୁ ମାଡ ମାରିଥିଲେ । ଏହାପରେ ସେଠାରେ ପରିସ୍ଥିତି ଉତ୍ତେଜନା ମୂଳକ ଦେଖା ଯାଇଥିଲା
। ଏବେ ଏହି ଘଟଣା ଅନୁଗୁଳ ଥାନା ଅନ୍ତର୍ଗତ କରଡଗଡିଆ ଗ୍ରାମରେ ଘଟିଛି । ଏବେ ଏହି ମହିଳା ଜଣକ ଏହି ସ୍ଵାମୀ ଜଣକ ନାଁରେ ଅଭିଯୋଗ ଆଣିଛନ୍ତି । ଆଉ ଛାଡ଼ପତ୍ର ନହେବା ପୂର୍ବରୁ ଏଭଳି ବିବାହ କରିବା ଠିକ୍ ନୁହେଁ ବୋଲି ସ୍ତ୍ରୀ ଜଣକ କହିଛନ୍ତି ଆଉ ଏବେ ସେ ନ୍ୟାୟ ଦାବି କରିଛନ୍ତି ।