ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଯୁବତୀ କହୁଛନ୍ତି ଏମିତି ମୋ ଗୋଡ଼ ପଚିଗଲାଣି ମୋତେ ବଞ୍ଚାଅ
Dec 2, 2024, 23:32 IST
ଛୁଆ ମାନଙ୍କ ପାଇଁ ଏବେ ବଳି ପଡ଼ିଛନ୍ତି ମାଆ। ଏକଥା ଆମେ କହୁନୁ ଆଜ୍ଞା ଏକଥା ନିଜ ଛାତିରେ ପଥର ରଖି ଏଭଳି କିଛି କଥା କହୁଛନ୍ତି କୁନି ବିନ୍ଧାଣି। କଷ୍ଟ ସମସ୍ତଙ୍କୁ ହୋଇଥାଏ ମାତ୍ର ତାକୁ ଲୁଚାଇବାର କଳା ଖୁବ୍ କମ୍ ଲୋକଙ୍କ ପାଖରେ ଥିଲା। ହେଲେ ଏହା ଯେତେବେଳେ ଅତ୍ୟଧିକ ହୋଇ ଯାଏ ସେତେବେଳେ ସେ ଅନ୍ୟ ଠାରୁ ସାହଯ୍ୟ ମାଗିବା ପାଇଁ ବାଧ୍ୟ ହୋଇ ଯାଇଥାଏ। ହେଲେ ବେଳେ ବେଳେ ତା ପାଖରେ ସାହଯ୍ୟ ପାଇଁ କେହି ନଥାଏ।
ପିଲା ମାନଙ୍କ ପାଇଁ ଆଜି ବଳି ପଡିଗଲେ ମାଆ ଜଣକ। ବିବାହ କରିବା ପାଇଁ ଯେତେବେଳେ ଘର ଦ୍ବାର ଛାଡି ବାପା ମାଙ୍କୁ ପରକରି ସବୁ ଦିନ ପାଇଁ ଘର ଛାଡ଼ି ଯାହାର ହାତ ଧରି ଚାଲି ଆସିଥିଲେ ସେ ହିଁ ଅର୍ଥାତ ସେହି ରାକ୍ଷସ ହିଁ କୁନି ଙ୍କ ଏଭଳି ଅବସ୍ଥା କରି ଦେଇଛି।ବିବାହ କରିବା ପରେ ତାଙ୍କ ସ୍ବାମୀ କୁନି ତାଙ୍କ ସହ ବିହାର ଯିବା ପାଇଁ କହିଥିଲେ। ଏହାପରେ ଛୁଆ ମାନଙ୍କ ଭବିଷ୍ୟତ କଥା ଭାବି କୁନି ବିହାର ଯିବାପାଇଁ,
ସିଧା ସିଧା ତାଙ୍କ ସ୍ବାମୀଙ୍କୁ ମନା କରି ଦେଇଥିଲେ। ଏହାପରେ ତାଙ୍କର ସ୍ବାମୀ କିନ୍ତୁ କୁନି ଙ୍କୁ ବାଧ୍ୟ କରି ତାଙ୍କ ସହ ନେଇ ଯାଇଥିଲେ। ହେଲେ ଅଧା ରାସ୍ତାରେ କୁନି କୁ ଓହ୍ଲାଇ କାଠ ଫାଳିଆ ରେ ମାଡ଼ ମାରି କୁନି କୁ ସବୁଦିନ ପାଇଁ ପଙ୍ଗୁ କରି ଦେଇଥିଲେ। ଆଉ ତାଙ୍କୁ ଅଧା ରାସ୍ତାରେ ଛାଡ଼ି କେଉଁ ଆଡେ ପଳେଇ ଯାଇଥିଲେ। ଏଥିପାଇଁ ଏବେ କୁନି ମଧ୍ୟ ବାର ଦୁଆର ଶୁଣ୍ଡି ପିଣ୍ଡା ହେବାରେ ଲାଗିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି,
ଭଦ୍ରକ ପୌରାଞ୍ଚଳ ଅଧିନସ୍ଥ ଡଗରା ସାହି କେନାଲ ବନ୍ଧ ନିକଟରେ ଥିବା କୁଶଳୀଶ୍ୱର ନଗରରେ। କୁନି ଙ୍କ ବାମ ଗୋଡ଼ରେ ଥିବା ଏକ ଛୋଟ କ୍ଷତ ଏକ ବଡ଼ ଧାରଣ କ୍ଷତରେ ପରିଣତ ହୋଇଛି। ଏଭଳି କି ନିଜ ପେଟ ପୋଷିବା ପାଇଁ ମଧ୍ୟ ସେ ମୂଲ ଲାଗିବାକୁ ଯାଇ ପାରୁ ନାହାଁନ୍ତି। ତାଙ୍କୁ ଅନେକ କଷ୍ଟ ମଧ୍ୟ ହେଉଛି ହେଲେ ସେ କିଛି କରି ପାରୁ ନାହାଁନ୍ତି । ଏହି ଦୃଶ୍ୟ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।

