ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଯୁବତୀ କହୁଛନ୍ତି ଏମିତି ମୋ ଗୋଡ଼ ପଚିଗଲାଣି ମୋତେ ବଞ୍ଚାଅ
Dec 4, 2024, 16:57 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜୀବନରେ ଏତେ ଦୁଃଖ ପାଉଛନ୍ତି ଯୁବତୀ ଜଣକ ଯାହାକୁ ନେଇ ଏବେ ଅନେକ କଥା ଆସୁଛି । ଏହି ଯୁବତୀ ଜଣକ ଏତେ ଦୁଃଖରେ ଅଛନ୍ତି ଯାହା ଦେଖିଲେ ଯେ କେହିବି କାନ୍ଦି ପକାଇବ । ଏହି ଯୁବତୀ ଜଣକ ଦୁଃଖରେ ଭାଙ୍ଗି ପଡିଛନ୍ତି । ଯୁବତୀ ଜଣଙ୍କର ଗୋଡ କଟି ଯାଇଛି । କାନ୍ଦି କାନ୍ଦି ଆଉ କେତେ କାନ୍ଦିବେ କୁନି । ଆଉ କାହା ଆଗରେ ନିଜ ଦୁଃଖ କହିବେ । ଏଭଳି ଭଙ୍ଗା ଗୋଡ଼କୁ ନେଇ ଆଉ କାହା ପାଖକୁ ଖାଇବାକୁ ମାଗିବାକୁ ଯିବେ କୁନି ।
କୁନିଙ୍କ ପାଖରେ ପରିବାରର ବଳ ନାହିଁ କି କେହି ଆହା ପଦେ କହିବାକୁ ନାହାଁନ୍ତି । ସେ ବଞ୍ଚି ଥାଉ ଥାଉ ପଙ୍ଗୁ ହୋଇଗଲେ ଆଉ ଏବେ ସେ କୁଆଡେ ଯିବେ । କିଏ ତାଙ୍କୁ ସାହାରା ଦେବ । ଏବେ ଏହି କଥା ସବୁ ଭାବି କାନ୍ଦୁଛନ୍ତି କୁନି । ତାଙ୍କ ଗୋଡ ଭଲ ଥିଲେ ମୁଲ ଲାଗି କାମ କରି ଥାଆନ୍ତେ । କିନ୍ତୁ ଏବେ ସେ ସେମିତି କିଛି କରିପାରୁ ନାହାଁନ୍ତି । ଏବେ ଛୁଆଙ୍କ ପାଇଁ ବଳି ପଡିଗଲେ ମାଆ ଜଣକ । କଷ୍ଟ କାହାକୁ ନ ହୁଏ କିନ୍ତୁ କଷ୍ଟରେ ବଳି ପଡିଗଲେ ଏହି ଯୁବତୀ ଜଣକ ।
ଅଣ ଓଡିଆକୁ ବିବାହ କରିବା ପାଇଁ କୁନି ଘରଦ୍ୱାର ଛାଡି ପଳାଇ ଆସିଥିଲେ । କୁନି ବିବାହ କରିବା ପରେ ତାଙ୍କ ଛୁଆଙ୍କ ସହିତ ରହିବାକୁ ଚାହୁଁ ଥିଲେ । ଆଉ ତାଙ୍କ ସ୍ଵାମୀ ତାଙ୍କୁ ନେଇ ବିହାର ଯିବାକୁ ଚାହୁଁଥିଲେ । ଆଉ ସ୍ତ୍ରୀ ଜଣକ ମନା କରିବା ସତ୍ତ୍ୱେ ମଧ୍ୟ ସ୍ଵାମୀ ଜଣକ ତାଙ୍କୁ ସାଙ୍ଗରେ ନେଇ ଯାଇଥିଲେ । ଆଉ ଏହାପରେ ସେ ତାଙ୍କୁ ଯିବା ବାଟରେ ଅଧା ରାସ୍ତାରେ ଟ୍ରେନରୁ ତଳକୁ ଆଣି କାଠ ଫାଳିଆରେ ପିଟି ପିଟି ସବୁଦିନ ପାଇଁ ପଙ୍ଗୁ କରି ଦେଇଥିଲେ । ଆଉ ଏହାପରେ କୁନିକୁ ଛାଡି ସବୁଦିନ ପାଇଁ ଚାଲି ଯାଇଛନ୍ତି ତାର ସ୍ଵାମୀ । ଏବେ କୁନି କଣ କରିବେ ?
ଏହି ଘଟଣା ଭଦ୍ରକ ଜିଲ୍ଲା ପୌରାଞ୍ଚଳ ଅଧିନସ୍ଥ ଡଗରା ସାହି କେନାଲ ବନ୍ଧ ନିକଟରେ ଥିବା କୁଶଳୀଶ୍ୱର ଗାଁରେ । ଏହି ଯୁବତୀ କୁନିଙ୍କ ଗୋଡ଼ରେ ହୋଇଥିଲା ଗୋଟିଏ ଛୋଟ କ୍ଷତ । ଏହି କ୍ଷତ ଏବେ ବଡ ଆକାର ହୋଇଗଲାଣି । ଏହି ଗୋଡ ଏବେ ପଚି ଗଲାଣି । ତାଙ୍କର ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ । ଏବେ କୁନି ବିନ୍ଧାଣିକୁ ସହାୟତା କିଏ ଦେବ ତାକୁ ନେଇ ଏବେ ଖବର ଆସୁଛି । ଏବେ ପ୍ରଶାସନ ତାଙ୍କୁ ସାହାଯ୍ୟ କରିଲେ ସେ ଭଲ ହେବେ ବୋଲି ସୂଚନା ମିଳିଛି । ତାଙ୍କୁ ସହାୟତା କରିବାକୁ ମଧ୍ୟ ସାହାଯ୍ୟର ହାତ ବଢ଼ାଇବାକୁ ସେ ଅନୁରୋଧ କରିଛନ୍ତି ।