ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ କାଲି ସକାଳେ ମୋତେ ଫାଶୀ ଦିଆଯିବ ମୋତେ ବଞ୍ଚେଇଦିଅ ବାବା
Feb 20, 2025, 11:08 IST

ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ହଠାତ୍ ରାତି ୧୨ ଘଟିକା ସମୟରେ ଜଣେ ଯୁବତୀ ତାର ବାପା ମାଆଙ୍କୁ କଲ୍ କରିଥିଲା । ବାପା ମାଆ ଗାଁରେ ରହୁଥିଲେ ଆଉ ଝିଅ ଗାଁରେ ଥିବା ବାପା ମାଆଙ୍କ ପାଖକୁ ଯେତେବେଳେ କଲ୍ କରିଥିଲେ । ଆଉ ବାପା ଫୋନ୍ ରିସିଭ କରି ହ୍ୟାଲୋ କହିଥିଲେ ସେତେବେଳେ ଝିଅ କଥା ହେବା ବଦଳରେ କାନ୍ଦି ପକାଇଥିଲା । ଆଉ ଏହାପରେ ଅନେକ କିଛି କଥା ଜଣା ପଡିଥିଲା ।

ବାପା ମାଆ ଯେତେବେଳେ ଝିଅକୁ କାହିଁକି କାନ୍ଦୁଛୁ ବୋଲି ପଚାରିଥିଲେ ସେତେବେଳେ ଝିଅ କାନ୍ଦି କାନ୍ଦି ଫୋନରେ କହିଥିଲା "ବାପା ମୋତେ କାଲି ସକାଳୁ ଫାଶୀ ଦିଆଯିବ" । ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଏବେ ସାମ୍ନାକୁ ଆସିବ । ଏହି ଯୁବତୀ ଜଣକ ହେଉଛନ୍ତି ଘରର ବଢିଲା ଝିଅ । ଯାହାଙ୍କ ନାମ ହେଉଛି ସେହେଜାଦି । ଏହି ଯୁବତୀ ଜଣକ ପାଠପଢି ଚାକିରୀ କରିବା ପାଇଁ ଦୁବାଇ ଯାଇଥିଲେ । ଏହି ଯୁବତୀ ଜଣକ ଦୁବାଇରେ ରହି ଗାଁ କୁ ଟଙ୍କା ପଠାଉଥିଲେ । ସେ ବାପା ମାଆଙ୍କ ପାଖକୁ ସବୁଦିନ ଫୋନ୍ କରୁଥିଲେ ।

ଆଉ ସେ ସବୁଦିନ ବାପା ମାଆଙ୍କ ପାଖକୁ ଫୋନ୍ କରି ଭଲମନ୍ଦ କଥା ପଚାରୁଥିଲେ । ଗାଁରେ ବାପା ମାଆ ମଧ୍ୟ ଝିଅ ଝିଅ ସହ କଥା ହୁଅନ୍ତି । ଗତ ୧୪ ତାରିଖରେ ଝିଅ ରାତି ୧୨ ଘଟିକା ସମୟରେ ବାପା ମାଆଙ୍କ ପାଖକୁ କଲ୍ କରିଥିଲା । ବାପା ମାଆ କିଛି କହିବା ଆଗରୁ ଝିଅ କାନ୍ଦି ପକାଉଥିଲା । ତାପରେ ବାପା ମାଆ ଝିଅ କାନ୍ଦିବାର କାରଣ ପଚାରିବାରୁ ଝିଅ କହିଥିଲା କି ତାଙ୍କୁ ଫାଶୀ ଦିଆଯିବ । ଏହି ଘଟଣା ଶୁଣିବା ପରେ ବାପା ମାଆଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ସେହେଜାଦି ଉତ୍ତରପ୍ରଦେଶର ଏକ ଗାଁରେ ରହୁଥିଲା ।
ସେ ପାଠ ପଢ଼ି ଚାକିରୀ କରିବା ପାଇଁ ଦୁବାଇ ଯାଇଥିଲେ । ଆଉ ସେଠାରେ ସେ କାମ କରୁଥିଲେ କିନ୍ତୁ ହଠାତ୍ ତାଙ୍କ ଉପରେ ଏକ ଅଭିଯୋଗ ଆସିଥିଲା । ଚାରିମାସର ଶିଶୁକୁ ହ-ତ୍ୟା କରିବା ଅଭିଯୋଗ ତାଙ୍କ ଉପରେ ଆସିଥିଲା । ଏହି ଅଭିଯୋଗ ଆଧାରରେ ଆବୁଦାବୁର ପୋଲିସ ଏହି ଯୁବତୀ ଜଣଙ୍କୁ ଗିରଫ କରିଛି । ଆଉ ପୋଲିସ ଗିରଫ କରିବା ପରେ ତାଙ୍କୁ ଫାଶୀ ଦଣ୍ଡ ଦିଆଯିବ ବୋଲି ଖବର ଆସିଥିଲା । ୧୫ ତାରିଖ ସକାଳ ୭.୩୦ ସମୟରେ ତାଙ୍କୁ ଫାଶୀ ଦିଆଯିବ । ଆଉ ଏବେ ଝିଅ ବଞ୍ଚିଛି ନା ତାକୁ ଫାଶୀ ଦିଆଯାଇଛି ଏହା ଜଣାପଡ଼ି ନାହିଁ । ଏବେ ଏହି ଘଟଣାର ସତ୍ୟାସତ୍ୟ କେବେ ଜଣାପଡ଼ିବ ତାକୁ ହିଁ ଅପେକ୍ଷା ରହିଛି ।