ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଲାଞ୍ଚ ଭିଡିଓ ଭାଇରାଲ କହୁଛନ୍ତି ହଜାରେ ଚଳିବନି ୨ ହଜାର ଦିଅ
Feb 12, 2025, 11:46 IST

ସରକାରୀ ଚାକିରୀ କରିଲେ ଲୋକମାନେ ଖୁସି ହୋଇଥାନ୍ତି । ଆଉ ସରକାରୀ ଚାକିରୀ କରି ଲାଞ୍ଚ ନେଉଥିବା ବେଳେ ଏଭଳି କିଛି ଘଟିଥିଲା । ଏବେ ସାମ୍ନାକୁ ଆସିଥିବା ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଖୁଲମ ଖୋଲା ଲାଞ୍ଚ ମାଗୁଛନ୍ତି ସରକାରୀ ବାବୁ । ଟଙ୍କା ଟିକେ ବି କମ୍ ହେଲେ ଚଳିବ ନାହିଁ ବୋଲି ସରକାରୀ ବାବୁ ଜଣକ କହିଛନ୍ତି । ଏହି ଲାଞ୍ଚ ଟଙ୍କାରେ ଭାଗ ଚାରିଜଣଙ୍କର ବୋଲି ଜଣାପଡିଛି । ଏବେ ପ୍ରଶ୍ନ କରିଛନ୍ତି କିଏ କିଏ ବାବୁ ଏହି ଚାରିଜଣ ? ଯାହା ପାଇଁ ଦୁର୍ନୀତିରେ ବୁଡ଼ିଛି ଜିଲ୍ଲା ପ୍ରାଣୀ ମୁଖ୍ୟ ଚିକିତ୍ସାଳୟ ।

ଯାଜପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏହି ଦୁର୍ନୀତି । ଏହି ପ୍ରାଣୀ ଚିକିତ୍ସାଳୟର ଅଧିକାରୀ ମାଗୁଛନ୍ତି ଲାଞ୍ଚ । ଏହି ସରକାରୀ ଚାକିରୀ କରିଥିବା ବ୍ୟକ୍ତି ଜଣକ ଗରିବ ଗୁରୁବା ମୁହଁକୁ ଚାହୁଁ ନାହାନ୍ତି । ବାବୁଙ୍କ ପାଟିରୁ ଯେତିକି ଟଙ୍କା ବାହାରିବ ସେତିକି ଟଙ୍କା ଦେବାକୁ ବ୍ୟକ୍ତି ବାଧ୍ୟ । କାରଣ ଏହି ଟଙ୍କାରେ ଚାରିଜଣଙ୍କର ଭାଗ ଅଛି । ଏବେ ପ୍ରଶ୍ନ ଆସୁଛି ଏହି ଚାରିଜଣ ବାବୁ କିଏ ? ପ୍ରାଣୀ ଚିକିତ୍ସାଳୟର ଅଧିକାରୀ ଏଭଳି ଟଙ୍କା ମାଗୁଛନ୍ତି ଯାହା ଏବେ ସାମ୍ନାକୁ ଆସିଛି ।

ପ୍ରାଣୀ ଚିକିତ୍ସା ଅଧିକାରୀ ବିଲ ପାସ ପାଇଁ ଖୁଲମ ଖୋଲା ଟଙ୍କା ଲାଞ୍ଚ ମାଗୁଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଏବେ ଏହି ଭିଡିଓ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି । ଲାଞ୍ଚ ଯଦି କେହି ଦେଇ ପାରୁନାହାନ୍ତି ତାହେଲେ ତାଙ୍କର ବିଲ ପାସ ହେବ ନାହିଁ । ଟଙ୍କା ଲାଞ୍ଚ ନଦେଲେ ବିଲ ପାସ ହେବ ନାହିଁ ବୋଲି ସୂଚନା ମିଳିଛି । ଜଣେ ବ୍ୟକ୍ତିଙ୍କୁ ସେ ୨ ହଜାର ଟଙ୍କା ଲାଞ୍ଚ ମାଗିଛନ୍ତି । ଆଉ ଏହି ଟଙ୍କା ଲାଞ୍ଚ ମାଗିବା ବେଳର ଭିଡିଓ ଏବେ ସାମ୍ନାକୁ ଆସିଛି
। ଖୋଲାଖୋଲି କଥା କହିଥିଲେ ଏହି ପ୍ରାଣୀ ଚିକିତ୍ସା ଅଧିକାରୀ ।
ଏହି ପ୍ରାଣୀ ଚିକିତ୍ସା ଅଧିକାରୀ ନିଜେ ଲାଞ୍ଚ ମାଗିବା ସହ ତାଙ୍କ ସହ ଚାରିଜଣ ଅଛନ୍ତି ବୋଲି କହିଥିଲେ । ଯାଜପୁର ଜିଲ୍ଲାରେ ଏଭଳି ଦୁର୍ନୀତି ଚାଲୁଥିବା ବେଳେ ଏହି ବିଷୟରେ ସରକାରୀ ଅଧିକାରୀଙ୍କୁ ପଚାରିବାରୁ ସେ କିଛି କହିବେ ନାହିଁ ବୋଲି ମନା କରିଥିଲେ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ଅନେକ କିଛି ବିଷୟରେ ଜଣା ପଡ଼ିଛି । ଏବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅନେକ ଲୋକ ଅନେକ କଥା କହିଛନ୍ତି । ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସରକାର ଏହି ଅଧିକାରୀମାନଙ୍କ ଉପରେ କଣ ଆକ୍ସନ ନେଉଛନ୍ତି ତାହା ଜଣାପଡ଼ିବ ।