ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ମୁଁ ରାତିହେଲେ ମହିଳାଙ୍କ ଘରେ ପଶେ
Updated: Jan 20, 2025, 12:08 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ତ ଅନେକ କିଛି ଘଟଣା ବିଷୟରେ ଜାଣି ପାରୁଥିବେ । ପୋଲିସ ସବୁବେଳେ ଜନତାଙ୍କୁ ସୁରକ୍ଷା ଦେଇଥାଏ କିନ୍ତୁ ଯଦି ପୋଲିସ ହୋଇ ଏଭଳି କାମ କରିବ ତାହେଲେ ଏହି ସମାଜ ଆଉ କାହାକୁ ଦୋଷ ଦେବ । ରୁମରେ ଶୋଇଥିଲେ ମହିଳା କନେଷ୍ଟବଳ । ରାତି ଅଧରେ ଯାଇ ତାଙ୍କ କବାଟ ପିଟିଲେ ଆଇଆଇସି । ପୋଲିସ ବାବୁ କହିଲେ କବାଟ ଖୋଲ କାମ ଅଛି । ରାତି ଅଧରେ ପୋଲିସ ଆଇଆଇସି ବାବୁଙ୍କର କଣ ଏମିତି କାମ ପଡ଼ିଲା ଯେ ସେ ମହିଳା କନେଷ୍ଟବଳଙ୍କ କ୍ଵାଟରକୁ ଚାଲି ଯାଇଥିଲେ ।

ଏବେ ଏଠାରେ ପ୍ରଶ୍ନ ଆସୁଛି କି କଣ ଥାନାରେ ଅନ୍ୟ କେହି ପୁରୁଷ କନେଷ୍ଟବଳ ନଥିଲେ କି ? ନା ଆଇଆଇସି ବାବୁଙ୍କର ଆଉ କିଛି ଅଲଗା କାମ ଥିଲା ? ଯାହାକୁ ସେ ସମସ୍ତଙ୍କ ଆଗରେ କହିବା ଅପେକ୍ଷା ଭିତରେ ଲୁଚାଇବାକୁ ଚେଷ୍ଟା କରୁଥିଲେ । ରକ୍ଷକ ସାଜିଲା ଭକ୍ଷକ । ଯାହା ହାତରେ ଆଇନ ସେ କରୁଛି ଆଇନକୁ ନେଇ ଖେଳ । ଏବେ ଏହି ଘଟଣାକୁ ନେଇ କୋଣାର୍କ ରାମଚଣ୍ଡୀରେ ଚର୍ଚ୍ଚା ହେଉଛି । ଏବେ ଲୋକମାନେ ଆଉ କାହାକୁ ବିଶ୍ୱାସ କରିବେ । ଯିଏ ଲୋକଙ୍କୁ ସୁରକ୍ଷା ଦେବା କଥା ସେ ଏଭଳି କାମ କରୁଛନ୍ତି ।

ପୋଲିସ ଆଇଆଇସି ହୋଇ ପୋଲିସ ମହିଳା କନେଷ୍ଟବଳଙ୍କ ସହିତ ରାତି ଅଧରେ ଦୁର୍ବ୍ୟବହାର କରିବାକୁ ପଛାଇ ନାହାଁନ୍ତି । ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଆଇଆଇସି ମହିଳା କନେଷ୍ଟବଳଙ୍କ ସହ ଦୁ-ଷ୍କ-ର୍ମ କରିବାକୁ ଉଦ୍ୟମ କରିଥିଲେ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ରାମଚଣ୍ଡୀ ଥାନାର ଅଧିକାରୀ ସୁରେଶ ଚନ୍ଦ୍ର ପୃଷ୍ଟି ସେହି ଥାନାର ମହିଳା କନେଷ୍ଟବଳ ମନୋରମା ଦାସକୁ ଗତ ବୁଧବାର ଦିନ ବିଳମ୍ବିତ ରାତି ପ୍ରାୟ ୧୧ ଟା ୫୦ ପାଖାପାଖି ସେ ରହୁଥିବା ରୁମରେ ଶୋଇଥିଲେ । ଆଉ ତାଙ୍କ କ୍ଵାଟରକୁ ଯାଇ ଥାନା ଅଧିକାରୀ କବାଟ ଖୋଲିବାକୁ କହିଥିଲେ । ଆଉ ପଛ କବାଟ ଖୋଲିବାକୁ ସେ କହିଥିଲେ । ଏହାସହ ତାଙ୍କୁ ନିରାଶ ନ କାଟିବାକୁ କହିଥିଲେ ।
କିନ୍ତୁ ଏହି ମହିଳା କନେଷ୍ଟବଳ ଜଣକ କବାଟ ଖୋଲି ନଥିଲେ । ଆଉ ଆଇଆଇସି ସେଠାକୁ କାହିଁକି ଆସିଛନ୍ତି ବୋଲି ପଚାରିଥିଲେ । ମହିଳା କନେଷ୍ଟବଳ ଜଣକ ଭୟଭୀତ ଅବସ୍ଥାରେ ରହିଥିଲେ ବୋଲି ଅଭିଯୋଗରେ ଲେଖିଛନ୍ତି । ସେ ଏହି ବିଷୟରେ ପୁରୀ ଜିଲ୍ଲା ଏସଡିପିଓ, ଏବଂ ସବୁ ଅଧିକାରୀଙ୍କୁ ଜଣାଇଥିଲେ କିନ୍ତୁ ଏପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଏହି ଘଟଣାକୁ ରଫଦଫା କରିବା ପାଇଁ ମହିଳା କନଷ୍ଟେବଳଙ୍କୁ ଡକା ଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ମହିଳା କନେଷ୍ଟବଳଙ୍କୁ ନିମାପଡ଼ା ଏସଡିପିଓ ଏବଂ କିଛି ମହିଳା ପୋଲିସ ରାମଚଣ୍ଡୀ ପୋଲିସ ଷ୍ଟେସନ ଆସି ମନୋରମା ଦାସଙ୍କୁ ଉଠାଇ ନେଇଥିଲେ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।