ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ନାକରେ ପାଇପ୍ ଲଗାଇ ବଞ୍ଚିଛି ସ୍ବାମୀ ଶୁଣନ୍ତୁ ପୁରା କାହାଣୀ
Jan 20, 2025, 11:43 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ମଣିଷ ଜୀବନରେ କେତେବେଳେ କାହା ସହିତ କଣ ଘଟିବ ସେକଥା କେହି ଜାଣି ନାହାନ୍ତି । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ଏହି ଘଟଣା ବିଷୟରେ ଏବେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯାହା ଶୁଣିବେ ତାହା ଶୁଣିଲେ ଆପଣଙ୍କ ମନରେ ଅନେକ କଥା ଆସିବ । ଜଣେ ବ୍ୟକ୍ତିଙ୍କ ସହିତ ଘଟି ଯାଇଛି ଏଭଳି କିଛି ଦୁଃଖ ଦାୟକ ଘଟଣା । ସେ ବାପା ହେବା ଦିନ ଏଭଳି କିଛି ଘଟିଯାଇଛି ।

ଏହି ବ୍ୟକ୍ତି ଜଣକ ଏବେ ବାପା ହେବାର ଖୁସି ଅନୁଭବ କରୁଛନ୍ତି କିନ୍ତୁ ତାଙ୍କ ଛୁଆକୁ ଟିକେ ଧରି ଗେଲ କରି ପାରୁନାହାନ୍ତି । ଏବେ ଏଭଳି ଏକ ଦାରୁଣ ଦୁଃଖ ଘନଶ୍ୟାମ ସାହୁଙ୍କ ଭାଗ୍ୟରେ ଘଟିଛି । ମଣିଷ ଜୀବନରେ କେତେବେଳେ ଝଡ ଆସେ ସେକଥା କିଏ ବା ଜାଣିଛି । ଯେଉଁ ଭେଣ୍ଡିଆ ପୁଅ ବାପାଙ୍କ ଦୁଃଖରେ ଭାଗି ହୋଇ କାମ କରି ପରିବାର ପୋଷଣ କରିବା କଥା ଆଜି ସେ ରୋଗଶଯ୍ୟାରେ । ଏବେ ସେ କୋମାରେ । ଘନଶ୍ୟାମ କିଛି ଜାଣି ପାରୁନାହାଁନ୍ତି କି କହି ପାରୁନାହାଁନ୍ତି । ଜଳମଣ୍ଡୁଆ ପଞ୍ଚାୟତ ମଙ୍ଗୁଳିଆ ସାହିରେ ଏହି ବ୍ୟକ୍ତି ଜଣକ ରହୁଛନ୍ତି ।

ଏହି ଅଞ୍ଚଳର ଘନଶ୍ୟାମ ସାହୁ ବହୁତ ଖୁସି ଥିଲେ ତାଙ୍କ ଘରକୁ ନୂଆ ଅତିଥି ଆସିବେ । ଘନଶ୍ୟାମଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ । ତାଙ୍କୁ ନେଇ ମେଡିକାଲ ଯାଇଥିଲେ ଘନଶ୍ୟାମ । ଆଉ ତାଙ୍କର ପିଲାଛୁଆ ହେବ ବୋଲି କାଗଜ ପତ୍ର ଦରକାର ଥିଲା । କାଗଜ ପତ୍ର ପାଇଁ ଘନଶ୍ୟାମ ଘରକୁ ଆସିଥିଲେ । ଆଉ ସେ ଆସିବା ବାଟରେ ତାଙ୍କ ସହିତ ଏଭଳି ଘଟିଥିବା । ଏହି ଘଟଣା ଘଟିବା ପରେ ତାଙ୍କୁ ମେଡ଼ିକାଲକୁ ନିଆ ଯାଇଥିଲା । ଏପଟେ ସ୍ତ୍ରୀ ଜଣକ ପ୍ରସୂତି ଯନ୍ତ୍ରଣା ପାଉଥିବା ବେଳେ ସ୍ଵାମୀ ଜଣକ ମରଣ ସହ ଲଢ଼ୁଥିଲେ । ଆଉ ଏବେ ଏହି ସ୍ଵାମୀ ଜଣକ କୋମାରେ ଅଛନ୍ତି । ସେ ତାଙ୍କ ଘରେ ଅଛନ୍ତି ।
ତାଙ୍କ ପାଇଁ ଅନେକ ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ ଏବେ ସେ ସେଭଳି ଅବସ୍ଥାରେ ଅଛନ୍ତି । ଏବେ ତାଙ୍କ ଶଶୁର ତାଙ୍କର ପରିବାର ଚଳାଉଛନ୍ତି । ଭଦ୍ରକର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ଫାଉଣ୍ଡେସନ ସହାୟତାର ହାତ ବଢ଼ାଇଛନ୍ତି । ଉତ୍କଳ ଫାଉଣ୍ଡେସନର ପ୍ରତିଷ୍ଠାତା ତ୍ରିଲୋଚନ ଦାସ, ଭଦ୍ରକ ଜିଲ୍ଲା ସଭାପତି ନିତ୍ୟାନନ୍ଦ ଜେନା, ସିଦ୍ଧାନ୍ତ ମାଝୀ ଏବଂ ଅନ୍ୟ ସମସ୍ତ ସଦସ୍ୟ ବୃନ୍ଦଙ୍କ ସହାୟତାରେ ଅର୍ଥରାଶି ସହ ଗ୍ରୋଷରି ପ୍ରଦାନ କରିଛନ୍ତି । ଏବେ ଘନଶ୍ୟାମଙ୍କ ପରିବାର ଏବଂ ଉତ୍କଳ ଫାଉଣ୍ଡେସନର ପ୍ରତିଷ୍ଠାତା ସମସ୍ତଙ୍କୁ ଘନଶ୍ୟାମଙ୍କୁ ସାହାଯ୍ୟର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି ।