ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ନିର୍ବନ୍ଧ ପୂର୍ବରୁ ୨ ଫାଳ ହୋଇଗଲା ଜ୍ୟୋତିଙ୍କ ମୁଣ୍ଡ ଆଉ ତାପରେ
Jan 7, 2025, 14:59 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ କେତେବେଳେ କାହା ସହିତ କଣ ଯେ ଘଟଣା ଘଟିବ ସେକଥା କିଏ ଜାଣିଛି । କଣ ସତରେ ବି ଏଭଳି ମୃ-ତ୍ୟୁ ଆସେ ? ଅନେକ ଆଶା ନେଇ ଯୁବକ ଆଉ ଯୁବତୀ ବିବାହ କରିଥାନ୍ତି । ଏହି ଯୁବକ ଜଣକ ବିବାହ ପୂର୍ବରୁ ଅନେକ ଖୁସି ଥିଲେ । କିନ୍ତୁ ତାଙ୍କ ଖୁସିରେ ସତେ ଯେଭଳି ନଜର ଲାଗିଗଲା । ଆଉ କିଛିଦିନ ପରେ ଯୁବକ ଜଣକ ହାତରୁ ଦୁଇହାତ ହୋଇଥାନ୍ତେ । ତାଙ୍କର ନିର୍ବନ୍ଧ ହୋଇଥାନ୍ତା । ଆଉ କିଛିଦିନ ପରେ ବିବାହ ହୋଇଥାନ୍ତା । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା ।
ଗତକାଲି ନିର୍ବନ୍ଧ ହୋଇଥାନ୍ତା ଆଉ ଏଭଳି କିଛି ଘଟିଗଲା ଯୁବକ ଜଣକ ସହିତ ଯାହା ଶୁଣି ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ରବିବାର ଦିନ ହୋଇଥାନ୍ତା ନିର୍ବନ୍ଧ । ଆଉ ସମୟ ଏବଂ ସବୁକିଛି ନିର୍ଦ୍ଧାରଣ ହୋଇଥିଲା କିନ୍ତୁ ଏଭଳି ଘଟିଯିବ ଜ୍ୟୋତିଙ୍କ ସହିତ ସେକଥା କେହି ଜାଣି ନଥିଲେ । ନିର୍ବନ୍ଧ କରିଥାନ୍ତେ ଆଉ ନିଜ ଜୀବନର ନୂଆ ଆରମ୍ଭ କରିଥାନ୍ତେ । କିନ୍ତୁ କଥାରେ ଅଛି ଦଇବ ଦଉଡ଼ି ମଣିଷ ଗାଡ଼ି ଜେଣିକି ଟାଣଇ ତେଣିକି ଯାଇ । ସବୁଦିନ ଭଳି କାର୍ଯ୍ୟ ସାରି ଜ୍ୟୋତି ଘରକୁ ଫେରୁଥିଲେ ।
କିନ୍ତୁ ସେହିଦିନ ଏଭଳି କିଛି ଘଟିଯିବ କିଏ ଜାଣିଥିଲା । ସେ କାମ ସାରି ବୁଲେଟରେ ଆସିବା ବେଳେ ହଠାତ୍ ବୁଲେଟକୁ ଟ୍ରକ ଧକ୍କା ଦେଇଥିଲା । ଆଉ ଯାହାଫଳରେ ଜ୍ୟୋତି ରାସ୍ତାରେ ଛିଟକୀ ପଡ଼ିଥିଲେ । ଆଉ ଜ୍ୟୋତିଙ୍କ ମୁଣ୍ଡ ଉପରେ ଟ୍ରକ ଚଢ଼ିଗଲା ଆଉ ଜ୍ୟୋତିଙ୍କ ମୁଣ୍ଡ ଦୁଇଫାଳ କରିଦେଲା । ରାସ୍ତା ସାରା ପଡ଼ି ରହିଥିଲା ମୁଣ୍ଡା ମୁଣ୍ଡା ରକ୍ତ ସାଙ୍ଗକୁ ମାଂସ । ଏଭଳି ଘଟଣା ବହୁତ ଦୁଃଖଦାୟକ ଅଟେ । ଜଗତସିଂହପୁର ଏବଂ ପାରାଦ୍ଵୀପ ରାସ୍ତାରେ ଚାଲିଗଲା ଏହି ଯୁବକ ଜଣଙ୍କର ଜୀବନ ।
ଏହି ଯୁବକ ଜଣକ ସେହି ସ୍ଥାନକୁ କାମ କରିବାକୁ ଯାଇ ପାରାଦ୍ବୀପରୁ ଘରକୁ ଫେରୁଥିବା ସମୟରେ ଏଭଳି ଘଟଣା ଘଟିଥିଲା । ଏହି ଯୁବକ ଜଣକ ହେଉଛନ୍ତି ଜ୍ୟୋତିରଞ୍ଜନ ମଲ୍ଲିକ। ଆଉ ତାଙ୍କର ଘର କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇରେ । ରବିବାର ଦିନ ଜ୍ୟୋତିଙ୍କ ନିର୍ବନ୍ଧ ହୋଇଥାନ୍ତା ଆଉ ତାଙ୍କର ଜୀବନ ଆଜି ଚାଲିଯାଇଛି । କିନ୍ତୁ ତା ପୂର୍ବରୁ ଏଭଳି ଘଟିଗଲା । ସବୁଦିନ ପରି କାମ ସାରି ଜ୍ୟୋତି ଘରକୁ ଫେରିଥିଲେ କିନ୍ତୁ ତାଙ୍କ ସହିତ ସେଦିନ ଏଭଳି ଘଟିଗଲା । ଏବେ ତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି ।