Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ....! ରାଜଧାନୀରେ ବୁଲୁଛନ୍ତି ନକଲି ପ୍ରେମିକା...

 
Hh
ରାଜଧାନୀ ରେ ଲେଡୀ ଲୁଟେରା ଙ୍କ ଉତ୍ପାତ ଦେଖିବାକୁ ମିଳିଛି ପ୍ରେମ ଜାଲରେ ଫସାଇ କରୁଛନ୍ତି ଲୁଟ। ଏଭଳି ଯୁବତୀଙ୍କ ସହ ଯଦି ଆପଣ ବନ୍ଧୁ ବାନ୍ଧିଛନ୍ତି ତେବେ ଆପଣ ମାନେ ମଧ୍ୟ ସାବଧାନ ହୋଇ ଯାଆନ୍ତୁ। ଏଭଳି ଏକ ଘଟଣା ରାଜଧାନୀ ର ବଡଗଡ ଥାନା ଅଞ୍ଚଳରୁ ସାମ୍ନା କୁ ଆସିଛି।ପ୍ରଥମେ ସେମାନେ ଯୁବକ ମାନଙ୍କୁ ମିଠା ମିଠା କଥାରେ ଫସାଇ ସେମାନଙ୍କର ଖୁବ ଆପଣାର ହୋଇ ଯାଇ ଥାଆନ୍ତି। ଆଉ ତାଙ୍କର ବିଶ୍ବାସ ଜିତିଥାନ୍ତି।
Yy
ଯେତେବେଳେ ଯୁବକ ଘରେ ନଥିବେ ସେହି ସମୟରେ ତାଙ୍କ ଘରର ତାଲା ଭାଙ୍ଗି ସବୁ ଜିନିଷ ଲୁଟ କରି ନେଇ ଚାଲି ଯାଇ ଥାଆନ୍ତି। ଆଉ ଏଭଳି କିଛି ଧନ୍ଦା ଆପଣେଇ ଛନ୍ତି ସୁନ୍ଦରୀ ଯୁବତୀ ମାନେ। ଯଦି ଆପଣ ମାନେ ଏଭଳି ଯୁବତୀ ସହ ବନ୍ଧୁ ବାନ୍ଧିଛନ୍ତି ତେବେ ଆପଣ ମାନେ ସାବଧାନ ହୋଇ ଯାଆନ୍ତୁ। କାରଣ ଆପଣଙ୍କ ସହ ମଧ୍ୟ ଏଭଳି ଘଟଣା ଘଟି ଯାଇ ପାରେ ଖାଲି ହୋଇ ଯାଇ ପାରେ ଆପଣଙ୍କ ଘର।ଏଭଳି ଏକ ଅଭିଯୋଗ ଆଣିଛନ୍ତି ଲ ଷ୍ଟୁଡେଣ୍ଟ୍ ଲୋକନାଥ ସାହୁ।
Gg
ତାଙ୍କୁ ମଧ୍ୟ ସୁନ୍ଦରୀ ଯୁବତୀ ଠକି ଦେଇଛନ୍ତି ଆଉ ସେ ଠକାମୀ ର ଶିକାର ହୋଇଛନ୍ତି। ଏଥିରେ ଦୁଇଜଣ ଯୁବତୀ ସାମିଲ ଥିବା କଥା କହିଥିଲେ।ସେ ଲ ପ୍ରାକ୍ଟିସ କରିବା ପାଇଁ ଲୋକନାଥଙ୍କ ନିକଟ ଜଣେ ଯୁବତୀଙ୍କୁ ରଖିଥିଲେ। କାରଣ ସେ ଯୁବତୀ ଜଣକ ଲ ସମ୍ପର୍କରେ ଜାଣିବାକୁ ଚାହୁଁ ଥିଲେ। ଅନେକ ସ୍ଥାନରେ ଯୁବତୀ ମଧ୍ୟ ନିଜର ମିଥ୍ୟା ପରିଚୟ ଦେଇଥିଲେ। ଆଉ ଲୋକ ମାନଙ୍କୁ ଠକିବା ଆରମ୍ଭ କରି ଦେଇଥିଲେ।
ହେଲେ ଲୋକନାଥ ଯେତେବେଳେ ବାହରକୁ ବୁଲାବୁଲି କରିବାକୁ ଯାଇଥିଲେ ଘରକୁ ଆସି ଦେଖନ୍ତି ତ ତାଙ୍କର ଘର ଗେଟ୍ ର ଚାବି ଖୋଲା ରହିଛି। ଏହାପରେ ଭିତରକୁ ଗଲା ବେଳକୁ ତାଙ୍କ ଘରେ ଗୋଟେ ହେଲେ ମଧ୍ୟ ଜିନିଷ ନଥିଲା।ଦଶ ରୁ ୧୨ ଲକ୍ଷ ଟଙ୍କା ର ଜିନିଷ ଦୁହେଁ ମିଶି ନେଇ ଯାଇଛନ୍ତି। ଏହାପରେ ତାଙ୍କ ଘର ପାଖରେ ଥିବା ବୁଢ଼ୀ ମାଉସୀଙ୍କୁ ପଚାରିବାରୁ ସେ କହିଥିଲେ କି ଦୁଇ ଜଣ ଝିଅ ଆସି ଚାବି ଭାଙ୍ଗୁ ଥିଲେ ବୋଲି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.