ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ,ସ୍ତ୍ରୀଙ୍କ ଟର୍ଚର୍ ପାଇଁ ସୁଇସାଇଡ୍ କଲେ ଟିସିଏସ୍ ମ୍ୟାନେଜର ଆଉ ତାପରେ
Mar 2, 2025, 11:53 IST

ଆଜିକାଲି ଦୁନିଆରେ ସ୍ତ୍ରୀ ମାନଙ୍କର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଲାଣି । ଏବେ ଏଭଳି କିଛି ଖବର ସାମ୍ନାକୁ ଆସୁଛି ଯେଉଁ ଖବର ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ପୁଣି ସାମ୍ନାକୁ ଆସିଲା ବେଙ୍ଗାଲୁରୁ ଏଆଇ ଜୁନିଅର ଅତୁଲ ସୁବାଷଙ୍କ ଭଳି ଆଉ ଜଣେଯୁବକଙ୍କ କଥା ସାମ୍ନାକୁ ଆସିଛି । ସ୍ତ୍ରୀର ନିର୍ଯ୍ୟାତନା ସହି ନପାରି ପୁଣି ବେକରେ କପଡା ଲଗାଇ ଝୁଲି ପଡିଲେ ଜଣେ ଇଞ୍ଜିନିୟର । ଏହି ଇଞ୍ଜିନିୟର ଜଣକ ହେଉଛନ୍ତି ୨୮ ବର୍ଷୀୟ ମାନବ ଶର୍ମା ।

ଟିସିଏସର ମ୍ୟାନେଜର ମାନବ ଶର୍ମା ଏବେ ଆ-ତ୍ମ-ହ-ତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ମ୍ୟାନେଜର ଜଣକ ଲାଇଭ ଭିଡିଓ କରି ଝୁଲି ପଡ଼ିଲେ । ଆଗ୍ରାର ସଫ୍ଟଓୟାର ଇଞ୍ଜିନିୟର ମାନବ ଶର୍ମା ସ୍ତ୍ରୀଙ୍କ ଦ୍ଵାରା ନିର୍ଯ୍ୟାତିତ ହୋଇ ଏଭଳି କାମ କରିଦେଲେ । ଏହି ଯୁବକ ଜଣଙ୍କୁ ଆପଣମାନେ ଏହି ଭିଡିଓରେ ଦେଖିପାରିବେ । ଅଫିସର ଟେନସନ୍ ଠାରୁ ଅଧିକ ହୋଇ ଯାଇଥିଲା ସ୍ତ୍ରୀ ଦେଇଥିବା ଅସହ୍ୟ ଯନ୍ତ୍ରଣା । ଆଉ ସେ ଶେଷରେ ଆ-ତ୍ମ-ହ-ତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ ।

ଏହି ଯୁବକ ଜଣକ ଏଭଳି ଚରମ ନିଷ୍ପତ୍ତି ନେବା ପୂର୍ବରୁ ଏକ ଭିଡିଓ କରିଥିଲେ । ସେ ୭ ମିନିଟର ଲାଇଭ ଭିଡିଓ କରିଥିଲେ । ସୋସିଆଲ ମିଡିଆରେ ଘୁରି ବୁଲୁଛି ଏହି ଭିଡିଓ । ଏହି ଭିଡିଓରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅତ୍ୟାଚାର ବିଷୟରେ ସେ କହିଛନ୍ତି । ତାଙ୍କ ପ୍ରତି ତାଙ୍କ ସ୍ତ୍ରୀର ବ୍ୟବହାର କିଭଳି ଥିଲା ସେ ଏହି ବିଷୟରେ କହିଛନ୍ତି । ୨୦୨୪ ମସିହା ଜାନୁଆରୀ ମାସରେ ନିକିତାଙ୍କୁ ବିବାହ କରିଥିଲେ ମାନବ । ଆଉ ବିବାହ ପରେ ସ୍ତ୍ରୀ ଆଉ ଶାଶୁଘର ଲୋକଙ୍କ ଠାରୁ ନିର୍ଯ୍ୟାତିତ ହେଉଥିଲେ ମାନବ ।
ଶେଷରେ ମାନସିକ ସ୍ତରରେ ଭାଙ୍ଗି ପଡ଼ି ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ମାନବ । ନିକିତା ବିବାହ ପରେ ମଧ୍ୟ ତାଙ୍କ ପ୍ରେମିକ ସହିତ ସମ୍ପର୍କରେ ଥିଲେ ଆଉ ଏହି କାରଣରୁ ଝଗଡ଼ା ହେଉଥିଲା ବୋଲି ମାନବ କହିଛନ୍ତି । ମାନବଙ୍କ ଅଭିଯୋଗକୁ ତାଙ୍କ ସ୍ତ୍ରୀ ନିକିତା ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯାହାବି କଥା ଥିଲା ବିବାହ ପୂର୍ବରୁ ଆଉ ବିବାହ ପରେ ତାଙ୍କ ସ୍ଵାମୀ ତାଙ୍କୁ ନିର୍ଯ୍ୟାତନା ଦେଇଥାନ୍ତି । ଆଉ ସ୍ତ୍ରୀ ଜଣକ ଯେଉଁଦିନ ମାନବ ଏଭଳି କାମ କରିଥିଲେ ସେହିଦିନ ସେ ମାନବର ଭଉଣୀକୁ କଲ୍ କରିଥିଲେ । କିନ୍ତୁ ସେ କିଛି କହି ନଥିଲେ । ଏବେ ଉତ୍ତରପ୍ରଦେଶ ପୋଲିସ ଏହି ଘଟଣାର ତଦନ୍ତ କରୁଛି ଆଉ ଏବେ ମାମଲା ରୁଜ୍ଜୁ କରିଛି ।