ଶ୍ବଶୁର ଘର ଗାଁରେ କେମିତି ମଲା ଜ୍ବାଇଁପୁଅ..ଖବର ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ
Oct 2, 2024, 09:42 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କୋଳରେ ଛୁଆକୁ ଧରି ରଖିଛି ସ୍ତ୍ରୀ ଆଉ ଗାଁ ବିଲ ମଝିରେ ମରି ପଡ଼ିଛି ସ୍ବାମୀ। ନିଜ ସ୍ୱାମୀର ଏଭଳି ଅବସ୍ଥା ଦେଖି ସ୍ତ୍ରୀ ନିଜକୁ ଆଦୌ ହେଲେ ମଧ୍ୟ ସମ୍ଭାଳି ପାରୁ ନାହିଁ। କୋଳରେ ଛୁଆକୁ ଧରି ସତେ ଯେମିତି ସେ ପୂରା ପାଗଳି ଭଳି ହେଉଛି। ଅବ୍ୟପକ୍ଷ ରେ ସ୍ତ୍ରୀ ଠାରୁ ମଧ୍ୟ ସବୁଠାରୁ ହତଭାଗା ହେଉଛି ସେହି କଅଁଳ ଶିଶୁ ଟି। ଯିଏ ନିଜ ମାଆ କୋଳରେ ଅଛି। ହେଲେ ସେ ଏହା ଜାଣି ପାରୁନି କି,
ତାର ଆଖି ସାମ୍ନାରେ ଯେଉଁ ଲୋକଟି ସବୁଦିନ ପାଇଁ ଆଖି ବୁଜି ସୋଇ ଯାଇଛି ସେ ତାର ବାପା ବୋଲି। ପାଣି ପାଇପ୍ ଭିତରେ ଚାପି ହୋଇ ପଡ଼ିଛି ଏହି ଲୋକଟିର ସବ। ଅନ୍ୟପକ୍ଷରେ କୋଳରେ ଛୁଆ ଧରି ଛାଟିପିଟି ହୋଇ କାନ୍ଦୁଛି ସ୍ତ୍ରୀ। ସବୁବର୍ଷ ପରି ଏବର୍ଷ ମଧ୍ୟ ସଡୁ ଭାଇ ନିଜର ଶାଳୀ ମାନଙ୍କ ସହ ଟିକେ ମଜା ମସ୍ତି କରିବା ପାଇଁ ଶଶୁର ଘରକୁ ଯାଇଥିଲେ। ଶଶୁର ଘର ଗାଁ ବିଲକୁ ଗାଧେଇବା ପାଇଁ ନିଜ ସଡୁ ଭାଇଙ୍କ ସହ ଯାଇଥିଲେ।
ଏପଟେ ଘରେ ସବୁ ଭଉଣୀ ମାନେ ଏକାଠି ହୋଇ ଖୁବ୍ ମଜା କରୁଥିବା ବେଳେ କେହି ଜାଣି ନଥିଲେ କି ତାଙ୍କର ସେହି ହସ ଖୁସୀରେ କାହାର ନଜର ଲାଗିଯିବ ବୋଲି। ଆଉ ଦେଖୁ ଦେଖୁ ତାଙ୍କର ହସ ଖୁସୀ ସବୁ ଲୁହରେ ପରିଣତ ହୋଇ ଯାଇଥିଲା। ଏପଟେ ନିଜ ସ୍ତ୍ରୀ କୁ ଗାଧୋଇ ଯିବା ପୂର୍ବରୁ ମାଛ ଭଜା ଓ ପଖାଳ ବାଢ଼ି ରଖିବାକୁ ସେ କହିଦେଇ ଯାଇଥିଲେ। ହେଲେ ସେ ସ୍ବାମୀ ଆଉ ଘରକୁ ଫେରି ନଥିଲା।
ଘରକୁ ଫେରିଥିଲା ସ୍ୱାମୀର ମଲା ଦେହ। ଏହା ବଲାଙ୍ଗୀର ଜିଲ୍ଲାର ଘଟଣା ଅଟେ। ମନା ମାଝୀ ତାଙ୍କର ଶଶୁର ଘରକୁ ଯାଇଥିଲେ। ସେ କେନାଲ ଭିତରେ ପାଇପ୍ ଫାଟି ଯାଇଥିବା ଦେଖି ସେଠାରେ ଗାଧୋଇବା ପାଇଁ ଯାଇଥିଲେ। ମାତ୍ର ପାଇପ୍ ପାଣିର ସେହି ପ୍ରଖର ସ୍ରୋତରେ ପାଇପ୍ ଭିତରକୁ ଟାଣି ହୋଇ ପଶି ଯାଇଥିଲେ। ଯାହା ଦ୍ବାରା କି ସେହି ପାଇପ୍ ରେ ହିଁ ଚାପି ହୋଇ ତାଙ୍କର ଜୀବନ ଚାଲି ଯାଇଥିଲା।