Movie prime

ପେନସନକୁ ନେଇ ଆସିଲା ବଡ଼ ଖବର ଦେଖନ୍ତୁ କେଉଁମାନେ ପାଇବେ କେଉଁମାନେ ପାଇବେନି

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ।
Vg
କେନ୍ଦ୍ରୀୟ କ୍ୟାବିନେଟରେ ପେନସନକୁ ନେଇ ନିଆଗଲା ବଡ ନିଷ୍ପତି। ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ନୂଆ ପେନସନ ଯୋଜନା। ୟୁନିଫାଏଡ ପେନସନ ସ୍କିମକୁ ମିଳିଲା କ୍ୟାବିନେଟର ମଞ୍ଜୁରୀ। ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହେବ ୟୁପିଏସ୍। ବେସିକ ଦରମାର ୫୦% ପେନସନ ମିଳିବ। ୨୫ ବର୍ଷ ଚାକିରୀ କରିଥିଲେ ହିଁ ପୁରା ପେନସନ ପାଇବାକୁ ଯୋଗ୍ୟ ହେବେ କର୍ମଚାରୀ। ୧୦ ବର୍ଷ କାମ କଲେ ମାସକୁ ୧୦,୦୦୦ ପେନସନ ମିଳିବ। ପରିବାରକୁ ପେନସନ ୬୦% ଦିଆଯିବ ବୋଲି ନିଆଗଲା ନିଷ୍ପତି। 
Bb
୨୩ ଲକ୍ଷ କର୍ମଚାରୀ ଏହାଦ୍ବାରା ଲଭାତି ହେବେ। ଆସନ୍ତା ୨୦୨୫ ଏପ୍ରିଲ ୧ରୁ ଏହି ଯୋଜନା ଲାଗୁ ହେବ। ତେବେ ଏହି ୟୁନିଫାଏଡ ପେନସନ ଯୋଜନା ନେଇ କିଛି କେନ୍ଦ୍ର ସରକାରୀ କର୍ମଚାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ମାନେ ୨୦୦୪ ରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ଅବସର ନେଇଛନ୍ତି ସେମାନେ ଏହି ସୁବିଧା ପାଇପାରିବେ। ଏହା ସେମାନେ ସୁଧ ସହିତ ବଳକା ଅର୍ଥ ମଧ୍ୟ ପାଇବେ। ଅବସର ପରେ କର୍ମଚାରୀଙ୍କୁ ନିଶ୍ଚିନ୍ତ ପେନସନ ଯୋଗାଇବାକୁ ଲକ୍ଷ ରଖିଛନ୍ତି କେନ୍ଦ୍ର ସରକାର। ଅତିକମରେ ୨୫ ବର୍ଷ ଧରି ଚାକିରୀ କରିଥିଲେ ମିଳିବ ଏହି ପେନସନ ସୁବିଧା। 
୧୨ ମାସରେ ଯେଉଁ କର୍ମଚାରୀ ବେସିକ୍ ଦରମା ପାଇଥିନବେ ତା'ର ଅଧା ବା ୫୦% ପେନସନ ଆକାରରେ ମିଳିବ। ତେବେ ସବୁଠୁ ବଡ଼କଥା ହେଲା ଯଦି କର୍ମଚାରୀଙ୍କ ମୃ-ତ୍ୟୁ ହେଇଯାଏ ତାଙ୍କ ପରିବାରକୁ ବି ପେନସନ ମିଳିବ। କର୍ମଚାରୀ ଯେଉଁ ପେନସନ ପାଇବା କଥା ପରିବାର ଲୋକେ ସେହି ପେନସନର ୬୦% ପାଇବେ। ମିନିମମ୍ ଏସିୟୁଡ ପେନସନର ବି ସ୍କିମ ରହିଛି। ଏଥିରେ ଅତିକମରେ ୧୦ ବର୍ଷ ଚାକିରୀ କରିଥିଲେ ଅତିକମରେ ୧୦,୦୦୦ ଟଙ୍କାର ପେନସନ ଲାଗୁ ହେବ। ୟୁନିଫାଏଡ ପେନସନ ସ୍କିମରେ ପ୍ରାୟ ୨୩ ଲକ୍ଷ ସରକାରୀ କର୍ମଚାରୀ ଲାଭ ପାଇବେ। ପେନସନ ଉପରେ ମହଙ୍ଗା ଭତ୍ତା ମଧ୍ୟ ଯୋଡ଼ା ଯିବ।