Movie prime

ସିବିଆଇ କହିଦେଲା ସତ ଦେଖନ୍ତୁ ଏତିକି ଜଣ କରିଥିଲେ ଦୁ-ଷ୍କ-ର୍ମ ଆସିଲା ବହୁତ୍ ବଡ଼ ଖବର

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କୋଲକାତା ଆର.ଜି.କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁ-ଷ୍କ-ର୍ମ ଓ ହ-ତ୍ୟା ଘଟଣାକୁ ନେଇ ସମସ୍ତଙ୍କ ମଧ୍ୟରେ ଦେଖା ଦେଇଛି ଉତ୍ତେଜନା। ଏହି ଲଜ୍ୟାଜନଜ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୋଷୀକୁ କୋଠର ଦଣ୍ଡ ଦେବା ସହ ପୁରା ରହସ୍ୟର ପର୍ଦ୍ଦାଫାଶ ଦାବିରେ ଆନ୍ଦୋଳନ ବ୍ୟାପକ ହେଇଥିବା ବେଳେ ମାମଲାର ତଦନ୍ତ ଚଳାଇଛି ସିବିଆଇ। କାରଣ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଥିଲେ ମଧ୍ୟ ଏହା ପଛରେ ଆହୁରି ଅନେକ ରହସ୍ୟ ଲୁଚି ରହିଥିବା ସନ୍ଦେହ କରାଯାଉଛି। ସେପଟେ ଟ୍ରେନି ଡାକ୍ତରଙ୍କୁ ଦୁ-ଷ୍କ-ର୍ମ ଓ ହ-ତ୍ୟା ଏକ ସୁଚିନ୍ତିତ ଏବଂ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରାଯାଉଛି। 
Gg
ଟ୍ରେନି ଡାକ୍ତରଙ୍କୁ ଜାଣିଶୁଣି ୩୬ ଘଣ୍ଟା ଡ୍ୟୁଟି ଦିଆଯାଇଥିଲା ଏବଂ ସେମିନାର ହଲରେ ଶୋଇବାକୁ ମଧ୍ୟ ଜାଣିଶୁଣି କୁହାଯାଇଥିଲା ବୋଲି ଚର୍ଚ୍ଚା ହେଉଛି। ଏମିତିକି ସେମିନାର ହଲରେ କନଷ୍ଟ୍ରକ୍ସନ୍ କାମ ଚାଲିଥିବା କହି ସେହି ଆଡ଼କୁ ଅନ୍ୟ କାହାକୁ ଯିବା ପାଇଁ ମଧ୍ୟ ମନା କରାଯାଇଥିଲା। ତେବେ ତଦନ୍ତ ଯେତେ ଆଗକୁ ବଢୁଛି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ୩୧ ବର୍ଷୀୟ ମହିଳା ଟ୍ରେନି ଡାକ୍ତରଙ୍କୁ ସିଭିକ୍ସ ସ୍ଵାଚ୍ଛା ସେବୀ ଭାବେ କାମ କରୁଥିବା ସଞ୍ଜୟ ରାୟ ଏକୁଟିଆ ଦୁ-ଷ୍କ-ର୍ମ କରିନଥିଲା ବରଂ ଏହା ଏକ ଗ-ଣ-ଦୁ-ଷ୍କ-ର୍ମ ବୋଲି ଅଭିଯୋଗ ହେଇଥିଲା। ଏବେ ଅଭିଯୁକ୍ତ ସଞ୍ଜୟ ଠାରୁ ସିବିଆଇ ସତ ବାହାର କରୁଥିବା ବେଳେ ଏଭଳି ଅଭିଯୋଗ ଉପରେ ମଧ୍ୟ ତଦନ୍ତ କରିଥିଲା ସିବିଆଇ। ଆଉ ତଦନ୍ତ ପରେ ସିବିଆଇ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। 
Gg
କେନ୍ଦ୍ରୀୟ ତଦନ୍ତ ସୂତ୍ରରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଏହା ଏକ ଗ-ଣ-ଦୁ-ଷ୍କ-ର୍ମ ନୁହେଁ। ଅଭିଯୁକ୍ତ ସଞ୍ଜୟ ରାୟ ହିଁ ଦୁ-ଷ୍କ-ର୍ମ-କା-ରୀ। ସେ ହିଁ ଏହି ମାମଲା ସହିତ ଜଡ଼ିତ ବୋଲି ବର୍ତ୍ତମାନ ସୁଦ୍ଧା ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି। ସିବିଆଇ କହିବା ଅନୁସାରେ ଫୋରେନସିକ ରିପୋର୍ଟ ମଧ୍ୟ ସଞ୍ଜୟ ରାୟ ଦୁ-ଷ୍କ-ର୍ମ-କା-ରୀ ଓ ହ-ତ୍ୟା-କା-ରୀ ବୋଲି କହୁଛି। ଡିଏନଏ ରିପୋର୍ଟରେ ମଧ୍ୟ ଏଥିରେ ଜଣେ ବ୍ୟକ୍ତିଙ୍କର ସଂପୃକ୍ତି ଥିବା ସ୍ପଷ୍ଟ ହେଇଛି। ଗତ ଅଗଷ୍ଟ ୯ ତାରିଖରେ କୋଲକାତା ଆର.ଜି.କର ମେଡିକାଲ କଲେଜର ସେମିନାର ହଲରୁ ମହିଳା ଟ୍ରେନି ଡାକ୍ତରଙ୍କ ଅର୍ଦ୍ଧ ଉଲଂଘନ ମୃ-ତ-ଦେ-ହ ଉଦ୍ଧାର ହେଇଥିଲା। 
ପଷ୍ଟବୋଟମ ରିପୋର୍ଟରେ ତାଙ୍କୁ ଦୁ-ଷ୍କ-ର୍ମ ପରେ ହ-ତ୍ୟା କରାଯାଇଥିବା ଜଣାପଡିଥିଲା। ଏହା ପରେ ହଜାର ହଜାର ଡାକ୍ତରଙ୍କ ସମେତ ସାଧାରଣ ଜନତା ଆନ୍ଦୋଳନକୁ ଓହ୍ଲାଇ ଥିଲେ। ଘଟଣାର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଗିରଫ କରିଥିଲା ପୋଲିସ। ସେମିନାର ହଲରୁ ମିଳିଥିବା ବ୍ଲୁଟୁଥ ହେଡସେଟ୍ ଆଧାରରେ ସଞ୍ଜୟ ରାୟଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଏହି ଘଟଣାରେ ଅଧିକ ଲୋକଙ୍କ ହାତ ଥିବା ସନ୍ଦେହ କରାଯିବ ସହ ଏହା ଏକ ଗ-ଣ-ଦୁ-ଷ୍କ-ର୍ମ ବୋଲି ମଧ୍ୟ ଦାବି କରାଯାଉଥିଲା। ତେବେ ବର୍ତ୍ତମାନ ସୁଦ୍ଧା ସିବିଆଇ ତଦନ୍ତ ଏହି ଦାବିକୁ ଖଣ୍ଡନ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.