Movie prime

ମୂଖ୍ୟମନ୍ତ୍ରୀ କଲେ ଅନୁରୋଧ...ମା ଙ୍କ ନାମ ରେ ଗୋଟେ ଗଛ ଲଗାନ୍ତୁ

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।ଆଜିକାଲି ଲୋକମାନେ ଜଙ୍ଗଲ ନଷ୍ଟ କରି ଦେଉଛନ୍ତି । ବନ ମହୋତ୍ସବରେ ବୃକ୍ଷରୋପଣ କରାଯାଇଥାଏ । ଆଜିକାଲି ଦୁନିଆରେ ଲୋକମାନେ ଜଙ୍ଗଲ କାଟି ଘରଦ୍ୱାର କରୁଛନ୍ତି । ଆଉ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ସୁବିଧା ପାଇଁ ଜଙ୍ଗଲ କାଟି ଘରଦ୍ୱାର କରୁଛନ୍ତି । ଏବେ ସରକାର ଏହି ଆଜି ଦିବସରେ କିଛି କହିଛନ୍ତି ।
Hh
ସରକାର ବନ ମହୋତ୍ସବରେ ଅନେକ କିଛି ପଦକ୍ଷେପ ନେବା ସହ ଅନେକ କିଛି କଥା କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଜଙ୍ଗଲ ସଂରକ୍ଷଣ, ବନ୍ୟଜନ୍ତୁ ସଂରକ୍ଷଣ ଏବଂ ନୂତନ ବନୀକରଣ ଏହି ତିନୋଟି ଜିନିଷ ହେଲେ ସମସ୍ତେ ଏହାକୁ ପାଳନ କରିଲେ ଭଲ ହେବ । ମାନ୍ୟବର ପ୍ରଧାନମନ୍ତ୍ରୀ ଅନେକ କିଛି କଥା କହିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ କହିଛନ୍ତି "ଏକ ପେଡ୍ ମା କେ ନାମ୍" ଅର୍ଥାତ୍ ମାଙ୍କ ନାମ ନେଇ ଗୋଟିଏ ଗଛ ପ୍ରତିବର୍ଷ ଲଗାଇଲେ ଭଲ ହେବ । ଆଉ ଲୋକମାନେ ଆଗକୁ ଅସୁବିଧା ଭୋଗ କରିବେ ନାହିଁ । ସରକାର ଏହି ମିଶନ ପାଇଁ ଅନେକ କିଛି ଟଙ୍କା ପ୍ରଦାନ କରିଛନ୍ତି । ବୃକ୍ଷରୋପଣ କରିବା ପାଇଁ ସରକାର ଏହି ଆହ୍ବାନ ଦେଇଛନ୍ତି । 
Bb
ଆଜି ହେଉଛି ୭୫ ତମ ବନ ମହୋତ୍ସବ ପାଳନ ହେଉଛି । ଡୁଡୁମା ସରକାରୀ ବିଦ୍ୟାଳୟରେ ଏହି ଉତ୍ସବ ପାଳନ କରାଯାଉଛି । ଆଉ ଏହି ବନ ମହୋତ୍ସବରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଉତ୍ସବରେ ଯୋଗ ଦେଇ ଗଛ ଲଗାଇବାକୁ ସମସ୍ତଙ୍କୁ କହିଛନ୍ତି । ସେ ବ୍ୟାପକ ଭାବରେ ବୃକ୍ଷରୋପଣ କରିବା ପାଇଁ ଓଡିଶାବାସୀଙ୍କୁ ଆହ୍ବାନ ଦେଇଛନ୍ତି । ସାରା ଓଡ଼ିଶାରେ ୫ କୋଟି ଗଛ ଲଗାଯିବାର ଯୋଜନା କରାଯାଇଛି ଆଉ ଏହାକୁ ସଫଳ କରାଯାଉଛି । ସରକାର "ପ୍ଲାଣ୍ଟ ଫର୍ ମଦର୍" ଆପ ଖୋଲିଛନ୍ତି । ଆଉ ଏହି ଆପରେ ଏହା ଲୋଡ କରାଯାଉଛି ।
ଆମ ଓଡ଼ିଶା ଏହି ବୃକ୍ଷରୋପଣ ସ୍ଥାନରେ ଆଗୁଆ ରହିଛି । ଆଜି ସାରା ବିଶ୍ଵ ଚିନ୍ତିତ ଥିବା ବେଳେ ଗଛ ଲଗାଇ କିଭଳି ସନ୍ତୁଳିତ କରାଯିବ ସେହି ସବୁ କାମ କରାଯାଉଛି । କାମ୍ଫା ଫଣ୍ଡ ଦ୍ଵାରା ୬ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ସରକାର ପ୍ରଦାନ କରିଛନ୍ତି । ଆଜି ଓଡିଶା ଏହି କ୍ଷେତ୍ରରେ ଆଗୁଆ ଅଛି । ଚେରି ନାମରେ ଥିବା ଫୁଲଗଛ ଦେଖିବାକୁ ବହୁତ ସୁନ୍ଦର ଏବଂ ଏହା ବାହାରେ ଦେଖାଯାଇଥାଏ । ଏବେ ଏହା ଦାରିଂ ବାଡ଼ିରେ ଲାଗିବ ବୋଲି ଯୋଜନା କରାଯାଉଛି । ଆଜି ୨୦ ଲକ୍ଷ ପରିବାର ଜଙ୍ଗଲ ସଂରକ୍ଷଣ ଦାୟିତ୍ୱରେ ଅଛନ୍ତି । ଏଭଳି ଅନେକ କଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।