Movie prime

ବାପା ବିକୁଥିଲେ ଗୁପଚୁପ ଦେଖଣ୍ଟ ଝିଅ ପାଇଲେ ଏତେବଡ଼ ସଫଳତା ସାରା ଦେଶ ଦେଖି ହେଲା ଆଶ୍ଚର୍ୟ୍ଯ

 
Bh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିଜ ପରିସ୍ଥିତି ସହ ସଂଘର୍ଷ କରି ଆଜି ସଫଳତା ପାହାଚରେ ଚଢିଛନ୍ତି ଗୁଜୁରାଟ୍ ଝିଅ ପୁନମ୍। ବାପା ଗୁପଚୁପ୍ ବେପାରୀ , ଝିଅ ଅଧିକାଂଶ ସମୟ ନିଜ ବାପାଙ୍କୁ ସାହାର୍ଯ୍ୟ କରିବାରେ ଲାଗିଥାଏ। କିନ୍ତୁ ତା ଭିତରେ ନିଜ ପାଇଁସମୟ କାଢି ଦଶମ ବୋର୍ଡ ପରୀକ୍ଷା ପାଇଁପ୍ରସ୍ତୁତ ହୋଇଥାଏ।
ତେବେ ବନ୍ଧୁଗଣ କୁହନ୍ତି ପରିଶ୍ରମ ଆଗରେ ପରିସ୍ଥିତି ବି ଦିନେ ହାର ମାନିଯାଏ। ଠିକ୍ ସେୟା ଘଟିଛି ପୁନଙ୍କ ସହ, ନିଜ ଅକ୍ଲାନ୍ତ ପରିଶ୍ରମ ବଳରେ ସେ ଦଶମ ବୋର୍ଡ ପରୀକ୍ଷାରେ ୯୯.୭୨ ପ୍ରତିଶତ ରଖି ପାଶ୍ କରିଛନ୍ତି। 
Hh
ଗତ ୨୫ ବର୍ଷ ଧରି ଭଦୋଦାରେ ପାନିପୁରୀ ବିକ୍ରୟ କରି ତାଙ୍କ ପରିବାରକୁ ସମର୍ଥନ କରିଆସୁଥିବା ପ୍ରକାଶ କୁଶୱାଙ୍କ ଝିଅ ପୁନମ୍ ଚଳିତ ବର୍ଷ ଗୁଜୁରାଟ ମାଧ୍ୟମିକ ବୋର୍ଡରେ ଦଶମ ଶ୍ରେଣୀରେ ପଢୁଥିଲେ।
ଯେଉଁଥିରେ ସେ ୯୬ ପ୍ରତିଶତ ମାର୍କ ହାସଲ କରିଥିଲେ ତାଙ୍କର ଶତକଡା ହେଉଛି ୯୯.୭୨। ଫଳାଫଳ ଆସିବା ମାତ୍ରେ ଘରେ ପରିବାର ସଦସ୍ୟଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଦେଇଥିଲା।ଏକ ଛୋଟ ଘରେ ରହୁଥିବା କୁଶୱା ପରିବାରର ଆନନ୍ଦର ସୀମା ଭାଙ୍ଗିଛି। 
ପିତା କହିଛନ୍ତି ଯେ ବହୁ ସଂଘର୍ଷ ପରେ ପୁନମ୍ ଏହି ଫଳାଫଳ ପାଇଛନ୍ତି। ସେ ପରିବାରରେ ମଧ୍ୟ ସାହାଯ୍ୟ କରିଥିଲେ। ପିତାମାତାଙ୍କୁ ସାହାଯ୍ୟ କରି ସେ ସମୟ ବାହରି କରି ନିଜ ପଢା ପାଇଁ ଅତ୍ୟନ୍ତ ପରିଶ୍ରମ କରୁଥିଲେ।
Bb
ପୁନମଙ୍କ ପରିବାର ସଦସ୍ୟ ତାଙ୍କ ଫଳାଫଳକୁ ନେଇ ବହୁତ ଖୁସି ଅଛନ୍ତି ଏବଂ ତାଙ୍କୁ ଅଧିକ ଅଧ୍ୟୟନ ପାଇଁ ଉତ୍ସାହିତ କରୁଛନ୍ତି। ମାତା ଅନୀତା କୁଶୱା କହିଛନ୍ତି ଯେ ଫଳାଫଳ ଦୁଇ ଦିନ ପୂର୍ବରୁ ଆସିଥିଲା ଏବଂ ବର୍ତ୍ତମାନ ପୁରା ପରିବାର ଆମ ଗାଁରେ ଅଛି। ଝିଅର ସଫଳତ ପାଇଁ ଗାଁ ଲୋକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 
ତେବେ ପୁନମ୍ ଆଗକୁ ଜଣେ ଡାକ୍ତର ବନିବାକୁ ଚାହୁଛନ୍ତି ବୋଲି କହିଛନ୍ତି। ତେବେ ବନ୍ଧୁଗଣ ଆଜି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ କରିଛି। ଚଳିତ ବର୍ଷ ପ୍ରାୟ ୧୮ ଲକ୍ଷ ଛାତ୍ର ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ହାଜର ହୋଇଛନ୍ତ।
ଏହି ସମସ୍ତ ଛାତ୍ରମାନଙ୍କର ଫଳାଫଳ CBSE ବୋର୍ଡର ଅଫିସିଆଲ୍ ୱେବସାଇଟରେ ପ୍ରକାଶ ପାଇଛି। ଏହି ବର୍ଷର ସାମଗ୍ରିକ ପାସ୍ ପ୍ରତିଶତ ୮୭.୯୮% ଥିଲା। ବୋର୍ଡ ଅନୁଯାୟୀ ଚଳିତ ବର୍ଷ ଝିଅମାନଙ୍କର ଫଳାଫଳ ପୁଅମାନଙ୍କ ତୁଳନାରେ ୬.୪୦ ପ୍ରତିଶତ ଭଲ ହୋଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.