Movie prime

ସ୍ତ୍ରୀକୁ ମାରି ଶଶୁର ଘର ଗାଁ ରେ ଫିଙ୍ଗିଲା ସ୍ୱାମୀ ଦେଖନ୍ତୁ ଆସିଲା ହୃଦୟ ବିଦାରକ ଘଟଣା

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ପତ୍ନୀଙ୍କୁ ହ-ତ୍ୟା କଲା ସ୍ୱାମୀ। କୋଣାର୍କ ଭୁବନେଶ୍ୱର ମୁଖ୍ୟରାସ୍ତା ନିମାପଡ଼ା ପେଟ୍ରୋଲ ପମ୍ପ ନିକଟ ରାସ୍ତାକଡ଼ରେ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଅତିବିଭତ୍ସ ଭାବରେ ପଡ଼ିଥିବା ମହିଳାଙ୍କ ଶବକୁ ପୋଲିସ ଖବର ପାଇ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା। 
Gg
ତେବେ ସୂଚନା ଅନୁସାରେ ପତ୍ନୀଙ୍କ ଚରିତ୍ର ସନ୍ଦେହ କରି ସ୍ୱାମୀ ହ-ତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହେଇଛି। ଏନେଇ ଅଭିଯୋଗ ପରେ ପୋଲିସ ସ୍ୱାମୀ ଓ ଗାଡ଼ି ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗୁଣ୍ଡି ଗାଁର ରାମଚନ୍ଦ୍ର ମଲ୍ଲଙ୍କ ଝିଅ ଝରଣା ୨୦୧୫ ମସିହାରେ ନିମାପଡା ଚାରିଛକ ସଇଦାବାଦ ଗ୍ରାମର ଅଭିଷେକ ନାୟକଙ୍କୁ ବିବାହ କରିଥିଲେ। ବିବାହ ପରେ ସାଂସାର ଠିକ୍‌ଠାକ୍‌ ଚାଲିଥିଲା। ତେବେ ହଠାତ୍‌ ଝରଣାଙ୍କ ସଂସାରରେ ଉଠିଥିଲା ଅଶାନ୍ତିର ଝଡ଼। ଝରଣଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ ଅଭିଷେକ। 
Vv
ବାହାଘର ପୂର୍ବରୁ ନିଜ ଭିଣୋଇ ସାଗର ମଲ୍ଲିକଙ୍କ ସହ ଝରଣାଙ୍କ ସମ୍ପର୍କ ଥିବା ସ୍ୱାମୀ ଅଭିଷେକ ଅଭିଯୋଗ କରିଥିଲେ। ଏହି ଘଟଣା ଥାନାକୁ ଗଲା ପରେ ନଣନ୍ଦେଇ ସାଗର ମଲ୍ଲିକଙ୍କୁ ଗିରଫ କରିଥିଲା ପୋଲିସ। ପରବର୍ତ୍ତୀ ସମୟରେ ଝରଣା ଓ ଅଭିଷେକ ଭୁବନେଶ୍ୱର ପଳାଇ ଆସିଥିଲେ। କଳିଙ୍ଗ ନଗରରେ ଉଭୟ ରହୁଥିଲେ। ନିକଟରେ ସାଗର ଜାମିନରେ ଜେଲ୍‌ରୁ ବାହାରିଥିଲେ। ଘରକୁ ଫେରିବା ପରେ ସାଗର ଓ ତାଙ୍କ ସ୍ତ୍ରୀ’ଙ୍କ ମଧ୍ୟରେ ଅନେକ ପାଟିତୁଣ୍ଡ ହୋଇଥିଲା। ଯେଉଁଥିପାଇଁ ଅଭିଷେକଙ୍କ ଘରେ ଉଠିଥିଲା ଅଶାନ୍ତିର ଝଡ଼।
 ଝରଣାଙ୍କ ପାଇଁ ଭିଣୋଇ ସାଗର ଓ ଭଉଣୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିବା ଅଭିଷେକ ଏବଂ ତାଙ୍କ ପରିବାର ଲୋକ ସନ୍ଦେହ କରୁଥିଲେ। ତେଣୁ ଝରଣାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଭୁବନେଶ୍ୱର କଳିଙ୍ଗ ନଗରରେ ଥିବା ଭଡ଼ା ଘରେ ଝରଣାଙ୍କ ତଣ୍ଟି ଚିପି ଅଭିଷେକ ହ-ତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତା’ପର ଦିନ ଏକ କାର୍‌ରେ ମୃ-ତ-ଦେ-ହକୁ ନେଇ ଶ୍ୱଶୁର ଘର ଗାଁଠାରୁ ଅଳ୍ପ ଦୂର କୋଣାର୍କ ନିମାପଡା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ। ଆଜି ପୁଲିସ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ସ୍ୱାମୀ ଅଭିଷେକ ଓ ଡ୍ରାଇଭର ବିଶ୍ୱନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.