ନୂଆ ପ୍ରେମିକା ସହ ମସ୍ତି କରିବାକୁ ନିଜେ ରଚିଥିଲା ଅପହରଣ ର ନାଟକ

ମୋତେ ଅପହରଣ କରାଯାଇଛି। ମୁଁ କେଉଁଠି ଅଛି କିଛି ଜାଣିନି । ମୋତେ ଉଦ୍ଧାର କର ! ଏଭଳି ଏକ ଭଏସ ମେସେଜ କରି ସ୍ତ୍ରୀଙ୍କ ପାଖକୁ ହ୍ୱାର୍ଟଆପରେ ପଠାଇଥିଲେ ଡେଲିଭରି ବଏ। ତେବେ ଡେଲିଭରି ବଏ କହିଲେ ଆପଣଙ୍କର ମନେ ପଡ଼ିଯିବଣି କାହା କଥା କୁହାଯାଉଛି। ସିଏ ଆଉ କେହି ନୁହଁନ୍ତି ଡେଲିଭରି ବଏ ପତିତପାବନ।

କଥାରେ ଅଛି ପ୍ରେମ ‘ଅଛେ ଅଛେ କି ଭି ବ୍ୟାଣ୍ଡ ବଜାଦେତା ହେଁ’। ମାନେ ଆପଣ ବୁଝି ପାରୁନଥିବେ । ଆଜ୍ଞା ହଁ… ପୁଣି ଥରେ ପ୍ରେମରେ ପଡିଛନ୍ତି ଡେଲିଭରି ବଏ। ଆପଣ ଭାବୁଥିବେ ପତିତପାବନଙ୍କୁ ଅପହରଣ କରାଯାଇଥିଲା। ତାହା ପୁଣି ତାଙ୍କ ସ୍ତ୍ରୀ ଏନେଇ ଅଭିଯୋଗ କରିଥିଲେ । କିନ୍ତୁ ପତିତପାବନ ଅନ୍ୟ ଜଣଙ୍କ ପ୍ରେମରେ ପଡିଛନ୍ତି ।

ଧଉଳିରେ ଡେଲିଭରି ବଏକୁ ଅପହରଣ ଅଭିଯୋଗ ଘଟଣାର ନୂଆ ମୋଡ । Swiggy ଡେଲିଭରି ବଏଙ୍କ ଚପଲ, ବ୍ୟାଗ, ଗଂଜି ଓ ଏକ ଛୁରୀ ଦୟା ନଦୀ ରାସ୍ତାରେ ପଡ଼ିଥିବା ପୋଲିସ ପକ୍ଷରୁ ସୂଚନା ମିଳିଥିଲା । ତେବେ ତାଙ୍କ ଅପହରଣ ନେଇ ସେ ନିଜେ ତାଙ୍କ ସ୍ତ୍ରୀ ଙ୍କ ପାଖକୁ ହ୍ବାଟ୍ସଆପ ଜରିଆରେ ଭଏସ ମେସେଜରେ କରିଥିଲେ ।

ବର୍ତ୍ତମାନ ଡ୍ରାମାରୁ ପରଦା ହଟିଲା । ମିଳିଲା ଡେଲିଭରି ବୟର ସନ୍ଧାନ । ମଧ୍ୟପ୍ରଦେଶରୁ ପତିତ ପାବନ ପୃଷ୍ଟିଙ୍କ ସନ୍ଧାନ ପାଇଛି କମିସନରେଟ ପୋଲିସ । ରେଲୱେ ପୋଲିସ ସହାୟତାରେ ପତିତ ପାବନ ଓ ତାଙ୍କ ସହ ଥିବା ଏକ ଯୁବତୀଙ୍କୁ ଅଟକ ରଖିଛି ପୋଲିସ । ମଧ୍ୟ ପ୍ରଦେଶରେ ଦୁହିଁଙ୍କୁ ଅଟକ ରଖି ମଧ୍ୟ ପ୍ରଦେଶ ଅଭିମୁଖେ ଯାଉଛି କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ । ଡେଲିଭରି ବୟ ଅପହରଣ ନୁହଁ ନାଟକ ରଚି ଏକ ଯୁବତୀଙ୍କ ସହ ଫେରାର ହେଉଥିଲା ଡେଲିଭରି ବୟ ।

ଭାଇରାଲ ହୋଇଥିବା ଅଡିଓ ଏକ ନାଟକ ଥିଲା ବୋଲି ବର୍ତମାନ ସ୍ପଷ୍ଟ ହୋଇଛି । ସେପଟେ ଡେଲିଭରି ବଏ ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ଆସିଛି । ସମ୍ପୃକ୍ତ ଯୁବତୀଙ୍କ ପରିବାର ଏନେଇ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ନିଖୋଜ ଯୁବତୀଙ୍କର ପତିତପାବନଙ୍କ ସହ ସମ୍ପର୍କ ଥିବା ସୂଚନା ରହିଛି । ତେବେ ଘଟଣାସଂପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *