Movie prime

କାର ଚଢାଇଥିଲା କୋଟିପତି ବାପାଙ୍କ ପୁଅ ଏବେ ଗିରଫ ହେଲେ ୧୧ ଜଣ ଦେଖନ୍ତୁ ଏବେ ଆସିଲା ବହୁତ୍ ବଡ଼ ଖବର

 
Hb
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପୁନେ ହିଟ ଆଣ୍ଡ ରନ ମାମଲାରେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ। ଦୁର୍ଘଟଣାସ୍ଥଳରୁ ଅପରାଧୀ ନାବାଳକ ରକ୍ତ ନମୁନାକୁ ଘଟଣାସ୍ଥଳରୁ ସଂଗ୍ରହ କରି ଅଳିଆଗଦାରେ ଫିଙ୍ଗି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିଲା। ଏହି ଅଭିଯୋଗ ଆଧାରରେ ଗିରଫ ହେଇଛନ୍ତି ଦୁଇଜଣ ଡାକ୍ତର।
ବିଗତ ମେ ୧୯ରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ପୁନେ ହିଟ ଆଣ୍ଡ ରନ ମାମଲାରେ। ଗୋଟିଏ ପରେ ଗୋଟିଏ ଘଟଣାର ଗୁମୁର ଖୋଲୁଛି। ଅଭିଯୁକ୍ତ ଦୁଇ ଡାକ୍ତର ପ୍ରମାଣ ଲୁଚେଇବାକୁଯାଇ ଡ଼ଷ୍ଟପିନରେ ଫିଙ୍ଗିଥିବା ରକ୍ତ ନମୁନା ମଧ୍ୟ ଜବତ ହେଇଛି। 
Hh
ଘରୋଇ ଡାକ୍ତରଖାନାର ଦୁଇଜଣ ଡାକ୍ତରଙ୍କୁ ଗିରଫ କରିଛି ପୁନେ ପୋଲିସ। ଘଟଣା ଦିନ ଅପରାଧୀ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଅଭିଯୋଗ ଆସିବା ପରେ ତଦନ୍ତକୁ କଡ଼ାକଡ଼ି କରିଥିଲା ପୋଲିସ।
ତେବେ ପ୍ରମାଣ ଅନୁସାରେ ଅପରାଧୀ ରକ୍ତ ନମୁନାକୁ ନଷ୍ଟ କରି ଅନ୍ୟ ବ୍ୟକ୍ତିର ରକ୍ତ ନମୁନା ରିପୋର୍ଟକୁ ଫରେନ୍ସୀ ଡିପାଟମେଣ୍ଟକୁ ପଠାଇଥିଲେ ଉଭୟ ଦୁଇଜଣ ଡାକ୍ତର। ଏହା ବଦଳରେ ନେଇଥିଲେ ୪ ଲକ୍ଷ ଟଙ୍କା। 
ସେପଟେ ହିଟ ଆଣ୍ଡ ରନ ମାମଲାରେ ମୃ-ତ୍ୟୁ-ବ-ର-ଣ କରିଥିବା ଅଶ୍ଵିନୀ ଓ ଆନିସଙ୍କ ପରିବାର ଲୋକେ ନ୍ୟାୟ ଦାବୀରେ ଜୋରଦାର ବିକ୍ଷପ କରି ସହକର୍ମୀ ଓ ସମ୍ପର୍କୀୟଙ୍କ ସହିତ ରାଜରସ୍ତାକୁ ଆସିଛନ୍ତି।
Bb
ସୂଚନା ଅନୁସାରେ ମେ ୧୯ ରେ ଅଫିସରୁ ଫେରୁଥିବା ସମୟରେ ଅଶ୍ଵିନୀ ଓ ଆନିସଙ୍କ ବାଇକୁ ପଛପଟୁ ଦ୍ରୁତଗତିରେ ଧକ୍କା ଦେଇଥିଲା ନାବାଳକ ଅଭିଯୁକ୍ତର କାର। ପୁରା ଘଟଣାକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ଘେରିଛି ବିରୋଧୀ। 
ତେବେ ଏବେ ସୁଧା ନାବାଳକ ଅପରାଧୀ ଏବଂ ଅପରାଧୀଙ୍କ ବାପା ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ବାପା ପୁନେର ଜଣେ କୋଟିପତି ବ୍ୟବସାୟୀ ହେଇଥିବାରୁ ମାମଲାକୁ ଚାପି ଦିଆଯାଉଥିବା ବାରମ୍ଵାର ଅଭିଯୋଗ ହେଉଛି।
ଅନ୍ୟପଟେ ପୋଲିସ କହୁଛି ପ୍ରମାଣ ଓ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ କରାଯାଉଛି। ତେବେ ଦେଖିବାକୁ ବାକି ରହିଲା କେବେ ଦୁଇଯୁବ ସ୍ପଟରୟାର ଇଂଜିନିୟରଙ୍କ ପରିବାର ଲୋକଙ୍କୁ ନ୍ୟାୟ ମିଳୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.