Movie prime

ଶିକ୍ଷକଙ୍କୁ ଆସୁନି ଦିତୀୟ ଶ୍ରେଣୀ ହରଣ ଦେଖନ୍ତୁ ଆସିଲା ବଡ଼ ଖବର - Exclusive Visual

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶିକ୍ଷକଙ୍କୁ ଆସୁନି ଦ୍ୱିତୀୟ ଶ୍ରେଣୀର ଅଙ୍କ। ହରଣ କରିପାରିଲେନି ସ୍କୁଲ ଶିକ୍ଷକ। ଆଉ ଓଲଟା ପିଲା ମାନେ ଶିକ୍ଷକଙ୍କୁ ପାଠ ପଚାରୁଥିଲେ ସେମାନେ ମାଡ ମାରୁ ଥିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୂର୍ ଉମ୍ର କୋର୍ଟ ନିକଟସ୍ଥ ବ୍ଲକ ଅଧିନସ୍ଥ ୟୁଭି ୧୮ କାରାଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର। ଯେଉଁଠି ଦୀର୍ଘଦିନରୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ବିରୋଧରେ ହେଇ ଆସୁଥିଲା ବିଭିନ୍ନ ଅଭିଯୋଗ। ଦୁଇଜଣ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ଥିବା ବେଳେ ପାଠ ପଢ଼େଇବା ବଦଳରେ ଫୋନରେ ଗପୁଛନ୍ତି। ଆଉ ଛାତ୍ରଛାତ୍ରୀ ପାଠ ପଚାରୁ ଥିଲେ ସେମାନଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ ହେଇଛି। 
Hh
ଏପରିକି ମାଡ ମାରି ଛାତ୍ରଙ୍କ ତଣ୍ଟୀ ଚିପି ଦେଉଥିବା ବେଳେ ଛାତ୍ରୀଙ୍କ ସମ୍ବେଦନଶୀଳ ସ୍ଥାନରେ ମାଡ଼ ମାରୁଥିବା ମଧ୍ୟ ପିଲା ମାନେ କହିଛନ୍ତି। ତେଣୁ ଏହି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବଦଳି କରାଯାଇ ସ୍କୁଲକୁ ନୂଆ ଶିକ୍ଷକ ଶିକ୍ଷୟତ୍ରୀ ନଆସିବା ଯାଏଁ ପିଲା ମାନେ ସ୍କୁଲକୁ ଯିବେ ନାହିଁ ବୋଲି ନିଜେ କହିଛନ୍ତି। ଆଉ ଏଭଳି ଅବ୍ୟବସ୍ଥା ବିରୋଧରେ ପ୍ରତିବାଦ କରି ଅଭିଭାବକ ମାନେ ସ୍କୁଲରେ ତାଲା ପକାଇ ଦେଇଛନ୍ତି। ତେବେ ଗ୍ରାମବାସୀ ମାନେ ସ୍କୁଲରେ ତାଲା ପକାଇବ ପୂର୍ବରୁ ଶିକ୍ଷକଙ୍କୁ ଘେରି ଥିଲେ। ପାଠ ନପଢ଼ାଇ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରୁଥିବା ଶିକ୍ଷକଙ୍କୁ ବସାଇ ଅଭିଭାବକ ମାନେ ତାଙ୍କୁ ଦ୍ୱିତୀୟ ଶ୍ରେଣୀର ଅଙ୍କ ପଚାରିଥିଲେ। 
Bb
ଏପରିକି ଶିକ୍ଷକଙ୍କୁ ଏକ ସହଜ ହରଣ କରିବାକୁ ଦିଆଯାଇଥିଲା ଯାହାକି ସେ ଠିକ୍ ଭାବେ କରି ପାରିନଥିଲେ। ଆଉ ଯାହା ବି ଭାଗଫଳ ବାହାର କରିଥିଲେ ତାକୁ ମଧ୍ୟ ଶିକ୍ଷକ ଜଣଙ୍କ ସଂଖ୍ୟାରେ କହି ପାରିନଥିଲେ ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ଆପଣ ମାନେ ତ ଦେଖି ପାରୁଥିବେ କେମିତି ଗ୍ରାମବାସୀ ମାନେ ଏକାଠି ହେଇ ଶିକ୍ଷକଙ୍କୁ ବସାଇ ହରଣ କରାଉଛନ୍ତି। ତେବେ ଅଭିଭାବକଙ୍କ କହିବା ଅନୁସାରେ ଏଭଳି ଶିକ୍ଷକଙ୍କ ପାଖରେ ପାଠ ପଢାଇଲେ ନଷ୍ଟ ହେଇଯିବ। ଖାଲି ସେତିକି ନୁହେଁ ସ୍କୁଲରେ ଥିବା ଆଉ ଜଣେ ଶିକ୍ଷକ ତାଙ୍କ ପିଲା ମାନଙ୍କୁ ପ୍ରବଳ ମାଡ ମାରି ତଣ୍ଟୀ ଚିପି ଦେଉଛନ୍ତି। ଆଉ ବଡ ବଡ ଝିଅ ମାନଙ୍କୁ ଅଜାଗାରେ ମାଡ଼ ମାରୁଛନ୍ତି। 
ଏହା ସହିତ ସ୍କୁଲରେ ଥିବା ଶିକ୍ଷୟତ୍ରୀଙ୍କୁ ବାରମ୍ଵାର ବୁଝାଇବା ସତ୍ୱେ ସେ ସବୁବେଳେ ମୋବାଇଲ ଫୋନରେ ଗପୁଛନ୍ତି। ଆଉ ବିଦ୍ୟାଳୟରେ ଏତେ ସବୁ ଅବ୍ୟବସ୍ଥାକୁ ନେଇ ବାରମ୍ଵାର ଉଚ୍ଚ ଅଧିକାରୀଙ୍କୁ ଅଭିଯୋଗ କାଟିବା ସତ୍ୱେ କୌଣସି ସୁଫଳ ମିଳୁନାହିଁ ବୋଲି ଜଣେ ଜଣେ ଅଭିଭାବକ କହିଛନ୍ତି। ତେବେ ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରିବାରୁ ଆସନ୍ତା କାଲି ସେ ଦୁଇଜଣ ନୂଆ ଶିକ୍ଷକଙ୍କୁ ସେହି ସ୍କୁଲରେ ନିଯୁକ୍ତି ଦେବା ପାଇଁ ଚେଷ୍ଟା କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.