Movie prime

ସହିଦଙ୍କ ପତ୍ନୀଙ୍କ ପାଇଁ ଦୁଃଖ କରୁଥିଲା ସାରା ଦେଶ ଏବେ କାନ୍ଦୁଛନ୍ତି ଶାଶୁ ଶଶୁର

 
Tt
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଗତବର୍ଷ ସିଆରଚୀନରେ ସହିଦ୍ ହେଇଥିବା କ୍ୟାପଟେନ ଅଂଶୁମାନ୍ ସିଂହକୁ ପ୍ରଦାନ କରାଯାଉଥିଲା ମାରଣାତ୍ୱର୍ କୀର୍ତ୍ତି ସମ୍ମାନ ଚକ୍ର। ଗତ ଜୁଲାଇ ୫ ତାରିଖରେ କ୍ୟାପଟେନ ଅଂଶୁମାନଙ୍କ ପତ୍ନୀ ଓ ମାଆ ରାଷ୍ଟ୍ରପତିଙ୍କ ହାତରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ଆଉ ସେହି ସମୟରେ ନିଜ ସ୍ଵାମୀଙ୍କର ବୀରତ୍ୱର କଥା ଶୁଣି କୋହ ସମ୍ଭାଳି ପାରିନଥିଲେ ସହିଦ୍ ଯବାନଙ୍କ ପତ୍ନୀ ସ୍ମୃତି। ତାଙ୍କ ଆଖିରେ ଭରି ଯାଇଥିଲା ଲୁହ। କୀର୍ତ୍ତି ସମ୍ମାନ ଚକ୍ର ଗ୍ରହଣ କଲାବେଳେ ସେ କାନ୍ଦି ପକାଇଥିଲେ। ଯାହାକୁ ଦେଖି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଆଖିରେ ମଧ୍ୟ ଦେଖା ଦେଇଥିଲା ଲୁହ। ଆଉ ଏହି ଦୃଶ୍ୟକୁ ଦେଖୁଥିବା ଦେଶବାସୀ ମଧ୍ୟ ଦୁଃଖରେ ମିର୍ୟମାଣ ହେଇପଡିଥିଲେ। 
Gh
ସହିଦ୍ କ୍ୟାପଟେନ ଅଂଶୁମାନଙ୍କ ବାପା ମା ଅଭିଯୋଗ କରିଛନ୍ତି ଯେ, ବୋହୂ ସ୍ମୃତି ତାଙ୍କ ପୁଅର ସମସ୍ତ ସ୍ମୃତି ଏବଂ ଦଲିଲ ପତ୍ର ନେଇ ବାପା ଘରକୁ ପଳାଇଛନ୍ତି। ଅଂଶୁମାନଙ୍କ ଫୋଟ ଆଲବମ୍, ପୋଷାକ ଏବଂ ଅନ୍ୟାନ୍ୟ ସ୍ମୃତି ସହିତ ସରକାର ଦେଇଥିବା କୀର୍ତ୍ତିଚକ୍ର ସମ୍ମାନକୁ ମଧ୍ୟ ବାପା ଘରକୁ ନେଇଯାଇଛନ୍ତି ସ୍ମୃତି। ଖାଲି ସେତିକି ନୁହେଁ ସହିଦ୍ ପୁଅର ଦଲିଲରେ ମଧ୍ୟ ତାଙ୍କ ସ୍ଥାୟୀ ଠିକଣା ଲକ୍ଷ୍ନୌକୁ ବଦଳାଇ ନିଜ ବାପଘର ଠିକଣା ଗୁର୍ଦାଜପୂର୍ କରିଦେଇଛନ୍ତି ବୋହୂ ସ୍ମୃତି। ସହିଦ୍ ଅଂଶୁମାନଙ୍କ ବାପା ରବି ପ୍ରତାପ ସିଂ କହିଛନ୍ତି କି, "ଆମ ପୁଅ ସ୍ମୃତିକୁ ଭଲ ପାଉଥିଲା। 
Gh
ପୁଅର ଇଛାନୁସାରେ ଧୁମଧାମରେ ପୁଅର ବିବାହ କରାଇଥିଲେ। ବୋହୂକୁ ଝିଅ ଭଳି ସମ୍ମାନ ମଧ୍ୟ ଦିଆଯାଉଥିଲା। ଏପରିକି ପୁଅ ସହିଦ୍ ହେଇଯିବା ପରେ ବୋହୂକୁ ଆଉ ଥରେ ବିବାହ କରାଇବାକୁ ଚିନ୍ତା କରୁଥିଲେ। କିନ୍ତୁ ବୋହୂ ପୁଅର ସ୍ମୃତିକୁ ବି ସାଙ୍ଗରେ ନେଇ ବାପା ଘରକୁ ଚାଲିଯାଇଥିଲା। ଏପରିକି ପୁଅର ବିରତ୍ଵ ପାଇଁ ସରକାର ଦେଇଥିବା କୀର୍ତ୍ତିଚକ୍ର ମେଡାଲକୁ ଗୋଟେ ଥର ବି ଛୁଇଁ ନାହାଁନ୍ତି ପୁଅର ବାପା ମା"। କ୍ୟାପଟେନଙ୍କ ମା ମଞ୍ଜୁଦେଵୀ ମଧ୍ୟ ସମାନ କଥା କହିଛନ୍ତି ଯେ, "ପୁଅକୁ ମିଳିଥିବା କୀର୍ତ୍ତିଚକ୍ର ସମ୍ମାନ ସହିତଆର୍ଥିକ ସହାୟତା ରାଶିକୁ ମଧ୍ୟ ବୋହୂ ନିଜ ସାଙ୍ଗରେ ନେଇଯାଇଛି। ଏପରିକି ତାଙ୍କ ପୁଅର କୌଣସି ସ୍ମୃତିକୁ ସାଇତି ରଖିବା ପାଇଁ ପାଖରେ କିଛି ବି ନାହିଁ"। 
ତେବେ ବୋହୂ ସ୍ମୃତିଙ୍କର ଏଭଳି ବ୍ୟବହାରରେ ପୁରା ଭାଙ୍ଗି ପଡିଛନ୍ତି ଅଂଶୁମାନଙ୍କ ବାପା ମା। ଆଉ ଏନେଇ ସହିଦ୍ ଅଂଶୁମାନଙ୍କ ପତ୍ନୀ ସ୍ମୃତିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଉନଥିବା ସୂଚନା ମିଳିଛି। ତେବେ ବୋହୂ ତାଙ୍କ ସହିତ ଏମିତି କରିବା ପରେ ସହିଦ୍ କ୍ୟାପଟେନ ଅଂଶୁମାନଙ୍କ ବାପା ମା ସରକାରଙ୍କର "ଏନୋକେ" ନିୟମରେ ପରିବର୍ତ୍ତନ କରିବା ପାଇଁ ଦାବି କରିଛନ୍ତି। ପୂର୍ବରୁ ମଧ୍ୟ ଅନେକ ସହିଦଙ୍କ ବାପା ମା ଏବଂ ପରିବାର ଲୋକେ "ଏନୋକେ" ନିୟମରେ ସୁଧାର ପାଇଁ ଦାବି କରି ଆସିଛନ୍ତି। 
୨୦୨୩ରେ ଜୁଲାଇ ୧୯ ତାରିଖରେ ସିଆରଚୀନ ଶିବିରରେ କଳା ବାରୁଦ ଥିବା ବଙ୍କରରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ସମୟରେ ସାଥୀ ଯବାନ ମାନଙ୍କୁ ରକ୍ଷା କରିବାକୁ ଯାଇ ନିଜ ଜୀବନକୁ ବାଜିରେ ଲଗାଇ ଦେଇଥିଲେ କ୍ୟାପଟେନ ଅଂଶୁମାନ। ତିନିଜଣ ଯବାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପରେ ନିଜେ ଗୁରୁତ୍ଵର ହେଇପଡିଥିଲେ। ଆଉ ପରେ ଚିକିତ୍ସାଧୀନ ଅବସ୍ଥାରେ ସହିଦ୍ ହେଇଯାଇଥିଲା ଅଂଶୁମାନ। କ୍ୟାପଟେନ ଅଂଶୁମାନ ସିଂଙ୍କ ଅଦମ୍ୟ ସାହାସ ଓ ବଳିଦାନ ପାଇଁ ଚଳିତବର୍ଷ ଜୁଲାଇ ୫ରେ ତାଙ୍କୁ ମରଣତ୍ଵର କୀର୍ତ୍ତିଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.