Movie prime

ସରକାରୀ ଚାକିରୀଆଙ୍କ ପାଇଁ ଆସିଲା ବହୁତ୍ ବଡ଼ ଖବର ଦେଖନ୍ତୁ ଆସିଲା ଏହି ବଡ଼ ପରିବର୍ତ୍ତନ

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ।ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ସରକାରୀ ଚାକିରିଆଙ୍କ ପାଇଁ ବଡ ଖବର। ଏଣିକି ଡ୍ୟୁଟିରେ ଖିଲାପ କରିପାରିବେନି ସରକାରୀ ଚାକିରିଆ। ସବୁକିଛି ନିୟମ ଅନୁସାରେ ଚାଲିବ। 
Bb
ଆଉ ସରକାରୀ ନିୟମକୁ ମାନିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ। ସରକାରୀ ଚାକିରିଆଙ୍କୁ ଏପରି ଭାବେ ରୋକଠୋକ ଶୁଣାଇଦେଇଛନ୍ତି ନୂଆ ସରକାର। ଏଣିକି ଡ୍ୟୁଟି ସମୟରେ ଖିଲାପ କଲେ, ଆଉ ନିସ୍ତାର ନାହିଁ। ଅର୍ଥ ବିଭାଗ କର୍ମଚାରୀ ମନଇଚ୍ଛା ଅଫିସକୁ ଆସିପାରିବେ ନାହିଁ କିମ୍ବା ଡ୍ୟୁଟିରେ ଖିଲାପ କରିପାରିବେ ନାହିଁ। ଏନେଇ ବିଭାଗ ପକ୍ଷରୁ ମଙ୍ଗଳବାର କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। 
Hh
ଅତି କମରେ ସାଢେ ୭ଘଣ୍ଟା କାମ କରିବାକୁ ପଡିବ। ଆଉ ୪ ଘଣ୍ଟାରୁ କମ ସମୟ ଅଫିସରେ କାମ କରିଥିଲେ ସେଦିନ ଅନୁପସ୍ଥିତ ବୋଲି ଧରାଯିବ। ସେହିପରି ୪ଘଣ୍ଟାରୁ ଅଧିକ ସାଢେ ୭ଘଣ୍ଟାରୁ କମ ହେଲେ ହାପ ଡେ’ ବୋଲି ଧରାଯିବ। ଆସିବା ଓ ଯିବା ସମୟ ବାୟୋମେଟ୍ରିକରେ ସୂଚିତ କରିବେ। ଅର୍ଥାତ କେତେବେଳେ ଅଫିସରୁ ବାହାରକୁ ଯିବେ, କେତେବେଳେ ଆସିବେ ସେ ସବୁ ବାୟୋମେଟ୍ରିକରେ ସୂଚିତ କରିବାକୁ ପଡିବ। 
ବାହାରିବା ସମୟ ସୂଚିତ ନ ଥିଲେ ଅନୁପସ୍ଥିତ ଧରାଯିବ। ଦିନ ୧୦ଟା ସୁଦ୍ଧା ଅଫିସରେ ଉପସ୍ଥିତ ରହିବେ କର୍ମଚାରୀ। ଅଫିସ ପହଞ୍ଚିବାକୁ ଅଧଘଣ୍ଟା କୋହଳ ମିଳିବ। ଏହା ସବୁବେଳେ ଲାଗୁ ହେବନି। କେବଳ ଜରୁରୀ ପରିସ୍ଥିତିରେ ମିଳିବ ଅଧଘଣ୍ଟା କୋହଳ। ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ନେଇ ସବୁ ସରକାରୀ କର୍ମଚାରୀଙ୍କ ତତ୍ପରତା ଦେଖିବାକୁ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.