Movie prime

ସରକାରୀ ଚାକିରିଆଙ୍କ ପାଇଁ ଆସିଲା ବହୁତ୍ ବଡ଼ ଖୁସି ଖବର ଜାଣନ୍ତୁ ସରକାର କଣ ନେଲେ ନିଷ୍ପତି

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଖୁସିଖବର। କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ବଡ଼ ଉପହାର ଦେଇଛନ୍ତି। ନୂଆ ପେନସନ ଯୋଜାନରେ ସୁଧାର ଦାବିକୁ ଧ୍ୟାନରେ ରଖି ସରକାର ୟୁନିଫାଏଡ୍ ଫେନସନ୍ ସ୍କିମ୍ କୁ ମଞ୍ଜୁରୀ ଦେଇଛନ୍ତି। ନୂଆ ପେନସନ୍ ସ୍କିମ୍ ରେ ସୁଧାର ଆଣିବା ଲାଗି ଡ. ସୋମନାଥ କମିଟି ଗଠନ କରାଯାଇଥିଲା। ବିସ୍ତୃତ୍ବ ଆଲୋଚନା ପରେ କମିଟିର ରିପୋର୍ଟ ଆଧାରରେ ଏହି ନୂଆ ସ୍କିମ କୁ ମଞ୍ଜୁରୀ ମିଳିଛି। ଶନିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। 
Hb
ଏହି ବୈଠକରେ ୟୁନିଫାଏଡ୍ ପେନସନ୍ ସ୍ମିମକୁ ମଞ୍ଜୁରୀ ମିଳିଥିବା ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଚାକିରି ପରେ ମିଳୁଥିବା ପେନସନ କୁ ଧ୍ୟାନରେ ରଖି ଏହି ପେନସନ୍ ସ୍କିମ୍ ଲାଗୁ ହେବାକୁ ଯାଉଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ବିରୋଧୀ କେବଳ ପୁରୁଣା ପେନସନ୍ ସ୍କିମ୍ କୁ ନେଇ ରାଜନୀତି କରୁଥିଲେ। ବିଶ୍ବରେ କେଉଁଭଳି ସ୍କିମ୍ ରହିଛି ସେସବୁ ଦେଖିଲା ପରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରି କମିଟି ୟୁନିଫାଏଡ୍ ପେନସନ୍ ସ୍କିମ୍ ଲାଗି ପରାମର୍ଶ ଦେଇଛି। କ୍ୟାବିନେଟ୍ ୟୁନିଫାଏଡ୍ ପେନସନ୍ ସ୍କିମ ମଞ୍ଜୁରୀ ଦେଇଛି।’ 
Hg
ପେପସନଧାରୀ ଙ୍କୁ ୫୦ ପ୍ରତିଶତ ଆସ୍ୟୁର୍ଡ ପେନସନ୍ ଦିଆଯିବ। ଅବସର ପୂର୍ବରୁ ୧୨ ମାସର ବେସିକ୍ ଦରମାର ଆଭରେଜ୍ ଉପରେ ୫୦ ପ୍ରତିଶତ ପେନସନ୍ ମିଳିବ। କିନ୍ତୁ ଏହି ପେନସନ୍ ୨୫ ବର୍ଷରୁ ଅଧିକ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ମିଳିବ। ଏନପିଏସ୍ ପରିବର୍ତ୍ତେ ସରକାର ଏବେ ୟୁପିଏସ୍ ଲାଗୁ କରିବାକୁ ଯାଉଛନ୍ତି। ଏହା ସହ ସରକାର ଓପିଏସ୍କୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେଇଛନ୍ତି। ୟୁପିଏସ୍ ୧ ଏପ୍ରିଲ ୨୦୨୫ରୁ ଲାଗୁ ହେବ। ଏହା ମାଧ୍ୟମରେ ୧୦ ବର୍ଷ ପର୍ଯ୍ୟନ୍ତ ସରକାରୀ ଚାକିରି କରିଥିବା କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ପେନସନ ମିଳିବ। 
୨୫ ବର୍ଷ ଚାକିରି କରିଥିବା ସରକାରୀ ଚାକିରିଆଙ୍କୁ ପୂର୍ଣ୍ଣ ପେନସନ ଦେବେ ସରକାର। ସେହିଭଳି ଯଦି ଚାକିରି ସମୟରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ପତ୍ନୀଙ୍କୁ ୬୦ ପ୍ରତିଶତ ପେନସନ୍ ଦିଆଯିବ। ସମସ୍ତ ଏନପିଏସ୍ ଧାରୀଙ୍କୁ ୟୁପିଏସ୍ ନେବା ଲାଗି ବିକଳ୍ପ ମିଳିବ। ସରକାର ଏଥିପାଇଁ ଏରିୟର ଦେବାକୁ ବ୍ୟବସ୍ଥା କରିଛନ୍ତି। ଯେଉଁ କର୍ମଚାରୀ ୨୦୦୪ରୁ ଅବସର ନେଇଛନ୍ତି ସେମାନଙ୍କୁ ମଧ୍ୟ ଏହାର ଫାଇଦା ମିଳିବ ବୋଲି ଜଣାପଡ଼ିଛି।