Movie prime

ସୁଭଦ୍ରା ଯୋଜନାରେ ଆସିଲା ବହୁତ୍ ବଡ଼ ଖବର ଦେଖନ୍ତୁ ଏବେ ମିଳିବ ଏହିସବୁ ସୁବିଧା

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗଣମାଧ୍ୟମ ଆଗରେ ଉପମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ା କହିଛନ୍ତି ଯେ, ସବୁଠାରୁ ଅଧିକ ହିତାଧିକାରୀ ସୁଭଦ୍ରା ଯୋଜନାରେ ରହିଛନ୍ତି। ସୁଭଦ୍ରା ଯୋଜନା ଫର୍ମ ପୂରଣ କରିବା ପାଇଁ ଲୋକଙ୍କୁ କେଉଁଠିକି ଯିବାକୁ ପଡ଼ିବନି। ଅଗଷ୍ଟ ୧୫ରେ ସୁଭଦ୍ରା ଯୋଜନା ପ୍ରସ୍ତୁତ ହେଇଯିବ। ସୁଭଦ୍ରା ଯୋଜନା ଦିନ ସ୍ଥିର ଅଛି ସେପ୍ଟେମ୍ୱର ୧୭ରେ ପ୍ରଧାନମନ୍ତ୍ରୀଙ୍କ ହାତରେ ହିଁ ଏହି ସୁଭଦ୍ରା ଯୋଜନା ମିଳିବ। ଏସପି ଉପରେ ସାଧାରଣ ଜନତା, ବୁଦ୍ଧିଜିବୀ, ଲୋକାଲ ଜନପ୍ରତିନିଧି, ଏବଂ ସ୍ଵଂୟ ସହାୟିକା ଗୋଷ୍ଠୀର ଯେଉଁ ମାନେ ଲିଡର ଅଛନ୍ତି ସେହି ମାନଙ୍କର ଗୋଟେ ମତାମତ ନିଆଯିବ। ସେହି ଆଧାରରେ ମହିଳା ଶିଶୁ ବିଭାଗର ନିର୍ଦ୍ଦେଶିକା ସବୁ ବିଭାଗକୁ ଚିଠି ଲେଖିଛନ୍ତି। ସବୁ କଲେକ୍ଟରଙ୍କୁ ଚିଠି ମଧ୍ୟ ଲେଖା ଯାଇଛି। 
Bb
ଓଡ଼ିଶାରେ ୩୦ଟି ଜିଲ୍ଲାର ୧୦ଟି କ୍ଳଷ୍ଟରରେ ଏହାର ଶୁଣାଣି ହେବ। ଫିଡବ୍ୟାକ୍ ମହିଳା ଏବଂ ଶିଶୁ ବିକାଶ ସଚିବଙ୍କ ପାଖକୁ ଆସିବ। ସେ ଆଧାରରେ ଏସଓପି ଫାଇନାଲ ହୋଇ ସାଧାରଣ ଲୋକଙ୍କ ପାଖକୁ ଯିବ। ଆମେ ମହିଳାମାନଙ୍କୁ ସ୍ବାବଲମ୍ବୀ ଏବଂ ଅର୍ଥନୈତିକ ଦିଗରେ ମହିଳାଙ୍କର ଏକ ଯୁଗାନ୍ତକାରୀ ପରିବର୍ତ୍ତନ ପାଇଁ ଆମ ସଂକଳ୍ପ ପତ୍ରରେ କହିଥିଲୁ। ତାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସାଧାରଣ ଲୋକଙ୍କର ମତକୁ ନେବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏସଓପି ଆସିବା ପରେ ଆଉ ଅଧିକ ଚର୍ଚ୍ଚା କରିବୁ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି। ଯେହେତୁ ସୁଭଦ୍ରା ଯୋଜନା ହେଉଛି ସଂକଳ୍ପ ପତ୍ରର ଯୋଜନା। ତେଣୁ ତା ଉପରେ ଜନତାଙ୍କ ମତ ରହିବା ଦରକାର। 
Gt
ସୁଭଦ୍ରା ଯୋଜନା କେମିତି ମିଳିଲେ ସାଧାରଣ ଜନତାଙ୍କ ବିକାଶରେ କାମରେ ଆସିପାରିବ ଏହା ଉପରେ ବୁଦ୍ଧିଜିବୀଙ୍କ ମତ ନେଇଗଲା ପରେ ମତ ଅନୁଯାଇ ଏସପିରେ ପୁଣି ଟିକେ ଅଲଗା ଚେଞ୍ଜ ହେବ। ୫୦% ମହିଳା ମାନେ ଯୋଉ ଅର୍ଥନୈତିକ ସ୍ୱାବଲମ୍ବି ହେବେ, ଲକ୍ଷପତି ଦିଦି ହେବେ, ମହିଳା ମାନେ ଡେଭଲପମେଣ୍ଟ ହେବା ପାଇଁ ସୁଭଦ୍ରା ଗୋଟେ ବାଟ ତିଆରି କରିବ ବୋଲି ଯୋଉ ସଂକଳ୍ପ ନିଆଯାଇଛି ସେହି ଯୋଜନାକୁ ଆହୁରି ସହଜ କରିବା ପାଇଁ ଲୋକ ମାନଙ୍କର ମତ ଆବଶ୍ୟକ ଅଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅଛି ଯେ, ଲୋକଙ୍କ ମତ ନିଆଯାଉ ବୋଲି। 
ଏସପି ପ୍ରସ୍ତୁତ ଅଛି କିନ୍ତୁ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ଯେ, ଲୋକଙ୍କ ମତକୁ ଗ୍ରହଣ କରାଯାଉ। ତେଣୁ ଲୋକଙ୍କ ଆଧାରରେ ହିଁ ଏହି ଯୋଜନା ପ୍ରସ୍ତୁତ ହେବ। ନିଶ୍ଚିନ୍ତ ସେପ୍ଟେମ୍ୱର ୧୭ରେ ଏହି ସୁଭଦ୍ରା ଯୋଜନା ମିଳିବ ତା ପୂର୍ବରୁ କୌଣସି ତ୍ରୁଟି ନହଉ ସେ ବିଷୟରେ ଗୁରୁତ୍ଵ ଦିଆଯିବ ବୋଲି ପ୍ରଭାତି ପରିଡ଼ା କହିଛନ୍ତି। ରାକ୍ଷୀ ପୂର୍ଣିମା ଆମ ମାନଙ୍କ ପାଇଁ ଏକ ଐତିହାସିକ ଦିନ ଆଉ ଗୋଟେ ଭାଇ ଭଉଣୀର ସମ୍ପର୍କର ଦିନ। ଏହି ସରକାର ଭାଇ ଭଉଣୀର ସରକାର ବୋଲି ପ୍ରଭାତି ପରିଡ଼ା କହିଛନ୍ତି। ଯଦି ସୁଭଦ୍ରା ଯୋଜନାର କିଛି କଥା ସେଦିନ ହୁଏ ତେବେ ସବୁଠୁ ବହୁତ ଖୁସି ପ୍ରଭାତି ପରିଡ଼ା ହେବେ ବୋଲି ସେ ନିଜେ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.