Movie prime

ପଲିଗ୍ରାଫ ଟେଷ୍ଟରେ ଏମିତି ବୟାନ ଦେଲା ସଞ୍ଜୟ ଦେଖନ୍ତୁ ପଚରା ଯାଇଥିଲା ଏହିସବୁ ପ୍ରଶ୍ନ

 
Cc
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପଶ୍ଚିମବଙ୍ଗର ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହ ଘଟିଥିବା ଲୋମଟାଙ୍କୁରା ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ମହିଳା ଡାକ୍ତରଙ୍କୁ ପ୍ରଥମେ ଦୁ-ଷ୍କ-ର୍ମ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୁଲିସ ଏହି ମାମଲାରେ ଖୋଳତାଡ ଜାରି ରଖିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଜଣଙ୍କୁ ଗିରଫ କରିଛି। ମୃ-ତ ଡାକ୍ତର ଜଣଙ୍କ କଲେଜ ସେମିନାର ହଲରେ ଅଚେତ ଅବସ୍ଥାରେ ମିଳିଥିଲେ। 
Vv
ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃ-ତ୍ୟୁ ହୋଇଥିଲା। ଘଟଣାରେ କଲକାତା ପୁଲିସ ତଦନ୍ତ କରି ଅଗଷ୍ଟ ୯ ତାରିଖରେ ସିସିଟିଭି ଫୁଟେଜ ଆଧାରରେ ମେଡିକାଲ କଲେଜର ଜଣେ କର୍ମଚାରୀ ସଞ୍ଜୟ ରାୟକୁ ଗିରଫ କରିଛି। ଘଟଣାରେ ସ୍ଥାନୀୟ ପୁଲିସ ଦୁଷ୍କର୍ମ ମାମଲା ରୁୁଜୁ କରିଛି। କୋଲକାତା ଦୁ-ଷ୍କ-ର୍ମ-ମର୍ଡର ମାମଲାକୁ ଗୋଟିଏ ମାସ ଅତିକ୍ରମ କରିଛି। ଏପର୍ଯ୍ୟନ୍ତ ଏହି ମାମଲାର ଉତ୍ତେଜନା ଥମିବାର ନାମ ନେଉନି। 
Yt
ତେବେ ବନ୍ଧୁଗଣ ଦୁ-ଷ୍କ-ର୍ମ-ହ-ତ୍ୟା ମାମଲା ସିବିଆଇକୁ ହସ୍ତାନ୍ତର କରାଯିବା ପରେ ଯାଞ୍ଚ ଏଜେନ୍ସି ଅଭିଯୁକ୍ତ ସଞ୍ଜୟଙ୍କୁ ପଚରାଉଚରା ମଧ୍ୟ କରାଯାଇଛି। ଯେଉଁଥିରେ ସେ ନିଜକୁ ନିର୍ଦ୍ଦୋଶ ବୋଲି କହିଛନ୍ତି। ସିବିଆଇ ଏହି ମାମଲାର ମୂଳକୁ ଯିବା ପାଇଁ ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ କରିଛି। ହେଲେ ସଞ୍ଜୟ ରାୟ ଯେଉଁଭଳି ସିବିଆଇ ପ୍ରଶ୍ନର ଉତ୍ତର ଦେଇଛନ୍ତି, ସେ ପୂରା ମାମଲାକୁ ଆହୁରି ଜଟିଳ କରିଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ସିବିଆଇ କେଉଁ ପ୍ରଶ୍ନ ପଚାରିଥିଲା ଏବଂ କେଉଁ ଉତ୍ତର ସଞ୍ଜୟ ରାୟ ଦେଇଥିଲା।
ପ୍ରଶ୍ନ:କାହାକୁ ଦୁଷ୍କର୍ମ କରିଛନ୍ତି କି ନାହିଁ?
ଉତ୍ତର- ନାଁ
ପ୍ରଶ୍ନ:କଣ ହସ୍ପିଟାଲର ସେମିନାର ହଲ ଯାଇଥିଲ?
ଉତ୍ତର- ହଁ ଯାଇଥିଲି।
ପ୍ରଶ୍ନ: କାହିଁକି ଯାଇଥିଲ?
ଉତ୍ତର-କାମ ଥିଲା
ପ୍ରଶ୍ନ:ସେଠାରେ ଆଉ କିଏ ଥିଲେ
ଉତ୍ତର- ଥାର୍ଡ ଫ୍ଲୋରରେ କେହି ନଥିଲେ।
ପ୍ରଶ୍ନ: କଣ ତୁମେ ତାଙ୍କ ନାକ ମୁହଁ ଦବାଇଥିଲ?
ଉତ୍ତର: ହଁ
ପ୍ରଶ୍ନ:ସେତେବେଳେ ତୁମ ସହ କିଏ ଥିଲେ?
ଉତ୍ତର- ନାଁ
ପ୍ରଶ୍ନ:ସଠିକ ଭାବେ କୁହ ତୁମେ ତାଙ୍କୁ ରେପ କରିନଥିଲ?
ଉତ୍ତର-ନାଁ

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.