Movie prime

ଭାରତ ବନ୍ଦ ବେଳେ ଲାଞ୍ଚ ନେଉଥିଲେ ଶେଷରେ ଧରା ପଡ଼ିଲେ ହେଲା ଏମିତି

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ଭାରତ ବନ୍ଦ ଥିବା କାରଣରୁ ଅଫିସ ବି ବନ୍ଦ ଥିଲା। କିନ୍ତୁ ଏହି ବନ୍ଦର ବେଶ୍ ଫାଇଦା ଉଠାଇ ଥିଲେ ରେଭେନ୍ୟୁ ଜୁନିୟର ଆସିଷ୍ଟାଣ୍ଟ ଚୌଧୁରୀ ପପୁନ କୁମାର ଦାସ। ଲାଞ୍ଚ ଖାଇବା ନିଶାରେ ଠିକାଦାରଙ୍କୁ ଘରକୁ ଡକାଇ ତା ଠାରୁ ଲାଞ୍ଚ ନେଇଥିଲେ। ଠିକାଦାରଙ୍କ ଠାରୁ ୨୫୦୦୦ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲେ ଭିଜିଲାନ୍ସ ବିଭାଗ। 
Bn
ଆଉ ଘରେ ଭିଜିଲାନ୍ସ ବିଭାଗର ଏମିତି ହଠାତ ଚଢ଼ାଉ ଦେଖି ଆଶ୍ଚର୍ଯ୍ୟ ହେଇଯାଇଥିଲେ ସରକାରୀ ବାବୁ ଜଣଙ୍କ। ସୂଚନା ଅନୁସାରେ ମୁକେଶ କୁମାର ଭୁଜବଳ ନାମକ ଜଣେ ଠିକାଦାର ୨୦୨୧ ଓ ୨୦୨୨ ମସିହାରେ ବୌଦ୍ଧ ଜିଲ୍ଲା ସଂଗ୍ରାହଳୟରେ ଏକ ଆକ୍ୟୁରୀୟମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରିଥିଲେ। ଉକ୍ତ ପ୍ରକଳ୍ପର ଫାଇନାଲ ବିଲ ପାସ କରିଦେବା ପାଇଁ ଠିକାଦାର ମୁକେଶ କୁମାର ଭୁଜବଳଙ୍କୁ ରେଭେନ୍ୟୁ ଜୁନିୟର ଆସିଷ୍ଟାଣ୍ଟ ଚୌଧୁରୀ ପପୁନ କୁମାର ଦାସ ୨୫୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। 
Hh
ଠିକାଦାର ମୁକେଶ କୁମାର ଭୁଜବଳ ଏତେ ଟଙ୍କା ଦେଇପାରିବେନି ବୋଲି ପ୍ରକାଶ କରିବା ସହିତ ଲାଞ୍ଚ ମାଗୁଥିବା ସମୟର ଅଡିଅ ରେକଡିଂ ପ୍ରମାଣପତ୍ର ସହ ବ୍ରହ୍ମପୁର ଭିଜିଲାନ୍ସର ଦ୍ବାରସ୍ଥ ହେଇ ସହାୟତା ଲୋଡ଼ି ଥିଲେ। ଲାଞ୍ଚୁଆ କର୍ମଚାରୀ ଜଣଙ୍କୁ ଧରିବା ପାଇଁ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ଟିମ୍ ବୌଦ୍ଧରେ ପହଞ୍ଚି ଜାଲ ବିଛାଇଥିଲେ। ଯୋଜନା ମୁତାବିକ ଠିକାଦାର ଶ୍ରୀ ଭୁଜବଳ ରେଭେନ୍ୟୁ ଜୁନିୟର ଆସିଷ୍ଟାଣ୍ଟ ଚୌଧୁରୀ ପପୁନ କୁମାର ଦାସ ରହୁଥିବା ରେଭେନ୍ୟୁ କନଲି ସ୍ଥିତ ସରକାରୀ ବାସଭବନରେ ପହଞ୍ଚି ଦାବି ଅନୁସାରେ ୫୦ଟି ୫୦୦ ଶହ ଟଙ୍କିଆ ୨୫,୦୦୦ ଟଙ୍କା ଲାଞ୍ଚ ଦେଇଥିଲେ। 
ପପୁନ ଦାସ ଏହି ଟଙ୍କା ନେଇ ଗଡ୍ରେଜରେ ଭର୍ତ୍ତି କରୁଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ହେଇ ରହିଥିବା ଭିଜିଲାନ୍ସ ଟିମ୍ ଉକ୍ତ ଟଙ୍କା ଉଦ୍ଧାର କରିବା ସହ ତାଙ୍କୁ ଗିରଫ କରିଥିଲେ। ଗିରଫ କରିବା ପରେ ଭିଜିଲାନ୍ସ ଟିମ୍ ରେଭେନ୍ୟୁ ଜୁନିୟର ଆସିଷ୍ଟାଣ୍ଟ ଚୌଧୁରୀ ପପୁନ କୁମାର ଦାସ ସରକାରୀ ବାସଭବନ ସମେତ ତାଙ୍କ କାର୍ଯ୍ୟାଳୟରେ ଚଢାଉ କରି ତଲାସ ନେଇଥିଲେ। ଅଭିଯୋଗକୁ ନେଇ ତଦନ୍ତ ହେଲା ପରେ ଅଭିଯୁକ୍ତଙ୍କୁ ଭିଜିଲାନ୍ସ କୋର୍ଟରେ ହାଜିର କରାଯିବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି।