Movie prime

ଏଥର ଯୁବତୀ ମାନଙ୍କୁ ମିଳିବ ୨ଲକ୍ଷ ଟଙ୍କା ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Gf
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯୁବତୀ ମାନଙ୍କ ପାଇଁ ସରକାର ଆଣି ଦେଇଛନ୍ତି ଏକ ଉପହାର। ଏହି ଖବର ଶୁଣିବା ପରେ ଆପଣ ମାନେ ବି ଖୁସି ହେଇଯିବେ। ଏଥିରେ ପ୍ରଥମେ ୫୦ ହଜାର ଓ ପରେ ୨ ଲକ୍ଷ ଟଙ୍କାର ସହାୟତା ମିଳିବ। ଆପଣ ମାନେ ତ ଜାଣିଥିବେ ସରକାର ଅନେକ ପ୍ରକାରର ଯୋଜନା କରିଛନ୍ତି। ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛନ୍ତି। ସମସ୍ତଙ୍କ ପାଇଁ ସରକାର ଯୋଜନା କରିଛନ୍ତି। ସେଥିମଧ୍ୟରୁ ଆଉ ଏକ ଯୋଜନା କାର୍ଯ୍ୟକାରୀ ହେଇଛି। 
Bh
ଏହି ଯୋଜନାରେ ଯୁବତୀ ମାନଙ୍କୁ ୨ ଲକ୍ଷ ଟଙ୍କା ଯୋଗାଇ ଦେଉଛନ୍ତି ସରକାର। ଭାଗ୍ୟଲକ୍ଷ୍ମୀ ଯୋଜନା ଅନେକ ଲୋକ ଜାଣି ନାହାନ୍ତି। ଏହି ଯୋଜନାରେ ସରକାର ଯୋଗାଇ ଦେଉଛନ୍ତି ସହାୟତା। ୨୦୨୩ ମସିହାରେ ଏହି ଯୋଜନା ଶୁଭାରମ୍ଭ ହେଇଥିଲା। ମୁଖ୍ୟତଃ ବିପିଏଲ ପରିବାର ବା ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରର ଝିଅଙ୍କୁ ଏହି ଯୋଜନାରେ ସୁବିଧା ଯୋଗାଇ ଦେଉଛନ୍ତି ସରକାର। ଏହି ଯୋଜନା ମୁତାବକ ଝିଅଟି ଜନ୍ମ ହେବା ମାତ୍ରେ ତା ନାଁ'ରେ ୫୧ ହଜାର ଟଙ୍କାର ବ୍ୟାଙ୍କରେ ରଖାଯାଉଛି। 
Gg
ତା'ପରେ ଝିଅଟିକୁ ୨୧ ବର୍ଷ ହେବା ପରେ ବ୍ୟାଙ୍କ ଖାତାରେ ଦୁଇଲକ୍ଷ ଟଙ୍କା ଜମା କରାଯାଉଛି। ଏହି ରାଶିକୁ ଉଚ୍ଚ ଶିକ୍ଷା କିମ୍ବା ବିବାହ କାର୍ଯ୍ୟରେ ଲଗାଇ ପାରିବେ ଯୁବତୀ। ତେବେ ଏହା କେବଳ ବିପିଏଲ ବା ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଝିଅ ମାନେ ଏହି ଯୋଜନାରେ ସାମିଲ ହେଇପାରିବେ। ଯୋଗ୍ୟ ହିତାଧିକାରୀ ମାନଙ୍କୁ ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ପ୍ରଥମେ ଅନଲାଇନ ମଧ୍ୟରେ ଆବେଦନ କରିବାକୁ ପଡ଼ିବ। 
ଆବେଦନ ସମୟରେ ଆବାସ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ମାତା ପିତାଙ୍କ ଆଧାର କାର୍ଡ, ପିଲାଙ୍କ ଜନ୍ମ ପ୍ରମାଣପତ୍ର, ମୋବେଲ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ପାସବୋର୍ଡ ସାଇଜ୍ ଫୋଟ ରହିବ ନିହାତି ଆବଶ୍ୟକ। ନିକଟସ୍ଥ ବ୍ଲକ କାର୍ଯ୍ୟାଳୟକୁ ଯାଇ ମଧ୍ୟ ଯୋଗାଯୋଗ କରିପାରିବେ। ତେବେ ଉତ୍ତର ପ୍ରଦେଶର ସରକାର ଯୁବତୀ ମାନଙ୍କ ପାଇଁ ଏଭଳି ଯୋଜନା ଆଣିଛନ୍ତି।