Movie prime

ଏଥର ଗଣେଶ ପୂଜା ଭସାଣିରେ ବାଜିବନି Dj ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Yy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏଥର ଗଣେଶ ପୂଜା ଭସାଣିରେ ବାଜିବନି ଡିଜେ କି ମେନ୍ ରୋଡରେ ହେବନି ଡ୍ୟାନସ। ଏସବୁରେ ପୋଲିସ ଲଗାଇଛି କଟକଣା। ବିକଟାଳ ଶବ୍ଦ କରି ବଜାଉଥିବା ଡିଜେ ଭସାଣିକୁ ନେଇ ରୋକ ଲଗାଯାଇଛି। ଏପରିକି ମୁଖ୍ୟ ରାସ୍ତା ଉପରେ ନୁହେଁ ନିଜ ଗଳି ଭିତରେ ଭସାଣି ଶୋଭାଯାତ୍ରା କରିବାକୁ ନିର୍ଦ୍ଦେଶ ରହିଛି। ଏଥର ପୂଜା ଅପେକ୍ଷା ଭସାଣି ଉପରେ ଅଧିକ କଟକଣା ଲାଗାଯାଇଛି। ଆଉ ପୂଜା ଅନୁମତି ନେବା ପାଇଁ ହୋଇଛି ନୂଆ ବ୍ୟବସ୍ଥା। ଏନେଇ ଟ୍ରାଫିକ ଥାନା କନଫରେନ୍ସରେ ବସିଥିଲା ବୈଠକ। 
Vv
ରାଜଧାନୀର ସମସ୍ତ ପୂଜା ମଣ୍ଡପର କର୍ମକର୍ତ୍ତା , ପୋଲିସ ଓ ଅଗ୍ନିଶମ ବିଭାଗ ଅନ୍ୟାନ୍ୟ ଅଧିକାରୀ ମଧ୍ୟରେ ବୈଠକ ହୋଇଥିଲା। ବିଭିନ୍ନ ଦିଗ ପ୍ରତି ଆଲୋଚନା ବିଚାର ବିମର୍ଶ ହୋଇଥିଲା। ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି," ତିନିଦିନ ପାଇଁ ଭସାଣି ପାଇଁ ନିଷ୍ପତ୍ତି ନିଆଯାଇଛି। ପାର୍କିଂକୁ ଗୁରୁତ୍ବ ଦେବା ସହ ମିନା ବଜାର ଆଦି ସ୍ଥାନରେ ଭଲ ଆଲୋକର ବ୍ୟବସ୍ଥା ସହ ସ୍ବେଚ୍ଛାସେବୀ ନିଯୁକ୍ତି ରହିବେ। ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀ ମଧ୍ୟ ନିୟୋଜିତ ହେବେ। ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ। ଚୋର ଓ ଅପରାଧୀ ଲୋକଙ୍କ ଉପରେ ନଜର ରଖାଯିବ। 
Gy
କୌଣସି ଭସାଣି ଶୋଭାଯାତ୍ରାରେ ଡିଜେ ବ୍ୟବହାର ହୋଇପାରିବେ ନାହିଁ। ଟ୍ରାଫିକକୁ ଦୃଷ୍ଟିରେ ରଖି ମୁଖ୍ୟ ରାସ୍ତାରେ ଶୋଭାଯାତ୍ରା ନକରି ସାହି ଅଞ୍ଚଳରେ ହେବ। ଏନେଇ ରୁଟ ଓ ଗାଇଡ ଲାଇନ୍ ପୂଜା ମଣ୍ଡପ ସହ ଆଲୋଚନା ହେବ। " ଗଣେଶ ପୂଜାରେ ବିଶେଷକରି ଭସାଣିକୁ ଅଧିକ ଗୁରୁତ୍ବ ଦିଆଯାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏଥର ଭୁବନେଶ୍ୱରରେ ଡିଜେ ବାଜିପାରିବ ନାହିଁ। ଅର୍ଥାତ୍ କୋୖଣସି ଉଚ୍ଚ ଶବ୍ଦକୁ ଅନୁମତି ଦିଆଯିବ ନାହିଁ। ପାରମ୍ପରିକ ବାଦ୍ୟକୁ ଅନୁମତି ଦିଆଯିବ। ସେହିପରି ମୁଖ୍ୟରାସ୍ତା ଉପରେ ଭସାଣି ଅନୁମତି ଦିଆଯିବ ନାହିଁ। ସାହି ଗଳି ଭିତରେ ଭସାଣି ଶୋଭାଯାତ୍ରା କରିବେ ପୂଜା କମିଟି। 
ଏଥର ପୂଜାରେ ସିସିଟିଭି ଲଗାଇବାକୁ ସବୁ ପୂଜା ମଣ୍ଡପଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାଦ୍ବରା ସାଧାରଣ ଭକ୍ତ ଦର୍ଶନ ସମୟରେ ଯେପରି ଚୋରି ବା ଲୁଟେରାଙ୍କ ଶିକାର ନହେବ। କାରଣ ପୂଜା ସମୟରେ ଏଭଳି କିଛି ଗ୍ୟାଙ୍ଗ ସକ୍ରିୟ ହୁଅନ୍ତି, ଯେଉଁମାନେ ପୂଜାର ଗହଳି ଦେଖି ଚୋରି ଓ ଲୁଟପାଟ କରନ୍ତି।ଏଥିସହ ଲାଇଟ୍ ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ୭ ରେ ପୂଜା ପରେ ୮, ୧୧ ଓ ୧୨ ତାରିଖରେ ଭସାଣ ପାଇଁ ସ୍ଥିର କରାଯାଇଛି। ଆସନ୍ତା ୨୨ ତାରିଖରୁ ଡିସିପି ଅଫିସ ଲାଇସେନ୍ସ ସେଲରୁ ଅନୁମତି ପାଇଁ ଫର୍ମ ଗ୍ରହଣ କରିବେ ପୂଜା କମିଟି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.