Movie prime

ତୋର ଯିଏ ଚିହ୍ନା ଥାଉ ମାଲିକକୁ ତାଲା ପକେଇବୁ....!

 
Gg
ରାଜଧାନୀ ଭୁବନେଶ୍ଵର ରେ ଏବେ ଦିନକୁ ଦିନ ଏଭଳି ଭାବରେ ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି ଯାହାକୁ କି ଆପଣ ମାନେ ବିଶ୍ବାସ ମଧ୍ୟ କରି ପାରିବେ ନାହିଁ। ଏବେ ଏହି ଘଟଣା ସମ୍ପର୍କରେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଆଜ୍ଞା ହଁ ବର୍ତ୍ତମାନ ସମୟରେ ରାଜଧାନୀରେ ଭଡାଟିଆ ଙ୍କ ରାଜୁତି ଦେଖିବାକୁ ମିଳିଥିଲା। ସେମାନେ ଏବେ ଘର ମାଲିକଙ୍କୁ ଖାତିର କରୁ ନାହାଁନ୍ତି। ମାଲିକ ବାହାରେ ଡ଼ାକି ଡାକି ବେଦମ୍ ହୋଇଥିଲେ ,
Hh
ହେଲେ ସେହି ଭଡାଟିଆ ଭିତର ପଟୁ ତାଲା ପକାଇ ଘର ଭିତରେ ରହିଥିଲେ। ଏହାକୁ ନେଇ ପୁର୍ବତନ ବିଧାୟକ ସୁର ରାଉତରାୟ ନିଜର ପ୍ରତିକ୍ରିୟା ରଖିଛନ୍ତି।ସେ କହିଥିଲେ କି ଘର ମାଲିକକୁ କେମିତି ଭଡ଼ାଟିଆ ତାଲା ପକାଉଛି ଏହା ଏକ ଯୁକ୍ତିଯୁକ୍ତ କଥା ନୁହେଁ। ଏଭଳି ଏକ ଘଟଣା ଖଣ୍ଡଗିରି ରେ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସୁର ରାଉତରାୟ କହିଥିଲେ କି ଭୁବନେଶ୍ଵରରେ ବର୍ତମାନ ୩୦ ଲକ୍ଷ ଲୋକ ରହିବାକୁ ଲାଗିଲେଣି।
Bh
ସାରା ଭାରତର ଅପରାଧୀ ମାନେ ଆସି ଭୁବନେଶ୍ଵରରେ ରହୁଛନ୍ତି। ମାଲିକ ଘରେ ପଶି ଓଲଟା ଭଡାଟିଆ ମାଲିକଙ୍କୁ ଛାଡ଼ୁ ନାହାଁନ୍ତି ଆଉ ମାଲିକଙ୍କୁ ଧମକ ଦେଉଛନ୍ତି କି ତାଙ୍କର ମାନସ ମଙ୍ଗରାଜ ଚିହ୍ନା ବୋଲି। ଯାହାକି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଅଟେ। ଏହି ଘଟଣା ଶୁଣି ସାରିବା ପରେ ଏହାକୁ ପୂର୍ବତନ ବିଧାୟକ କଡ଼ା ନିନ୍ଦା କରିଥିଲେ। ଆଉ କହିଥିଲେ କି ମାଲିକ ଘରେ ଜୋର୍ ଜବରଦସ୍ତି ଭଡାଟିଆ ର ରହିବାର ଅଧିକାର ନାହିଁ।
ଆଉ ସୁର ରାଉତରାୟ ଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ କି ଅନେକ ଲୋକମାନେ ମଧ୍ୟ ଦେଖି ସାରିଛନ୍ତି। ଏହାକୁ ନେଇ ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଅନେକ ଲୋକମାନେ ସୁର ରାଉତରାୟ ଙ୍କ କଥାକୁ ସମର୍ଥନ ମଧ୍ଯ କରିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.