TV ଭାଙ୍ଗି କାନ୍ଦି ପକାଇଲେ ପାକିସ୍ତାନୀ ଯୁବକ କୁଣ୍ଢାଇ ପକାଇଲେ ଭାରତୀୟ ଆଉ ତାପରେ
Updated: Feb 25, 2025, 13:19 IST

ଆମ ସମାଜରେ ଅନେକ ପ୍ରକାରର ଲୋକ ଅଛନ୍ତି ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ କ୍ରିକେଟ ଖେଳକୁ ବହୁତ ଭଲ ପାଆନ୍ତି । ନିଜ ଦଳ ପାଇଁ ସେ କିଛିବି କରିପାରନ୍ତି । ନିକଟରେ ଚମ୍ପିୟାନ ଟ୍ରଫି ଖେଳ ହେଉଥିଲା । ଦୁବାଇରେ ହେଉଥିବା ଏହି ଖେଳ ପାକିସ୍ତାନ ଆଉ ଭାରତ ମଧ୍ୟରେ ହୋଇଥିଲା । ଏହି ଖେଳ ଦେଖିବାକୁ ଦର୍ଶକଙ୍କ ଭିଡ ଲାଗିଥିଲା । ଏହି ଖେଳରେ ପାକିସ୍ତାନ ହାରି ଯାଇଥିଲା । ଆଉ ଏହା ପାକିସ୍ତାନୀ ଦର୍ଶକଙ୍କ ପାଇଁ ଏକ ଦୁଃଖ ଖବର ଥିଲା ।

ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ପାକିସ୍ତାନ ମ୍ୟାଚ୍ ହାରିବା ପରେ ଜଣେ ପାକିସ୍ତାନୀ ଯୁବକ କିଭଳି ଦୁଃଖି ହୋଇ ପଡିଛନ୍ତି । ସେ ଦୁଃଖରେ କାନ୍ଦି ପକାଇଛନ୍ତି । ଭୋ ଭୋ ହୋଇ ପାକିସ୍ତାନୀ ଯୁବକ ଜଣକ କାନ୍ଦୁଥିଲେ । ତାଙ୍କୁ ଏଭଳି କାନ୍ଦିବାର ଦେଖି ସହି ପାରିଲେ ନାହିଁ ଭାରତୀୟ ପୁଅ । ଆଉ ତାଙ୍କୁ ସଙ୍ଗେସଙ୍ଗେ କୁଣ୍ଢାଇ ପକାଇଲେ । କାଲି ହୋଇଥିବା ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତୀୟ ଟିମ୍ ।

ଭାରତୀୟ ଟିମର ଖେଳାଳି ବିରାଟ କୋହଲି ଶତକ କରିଥିଲେ । ଆଉ ପାକିସ୍ତାନ ହାରିଯିବା ପରେ ପାକିସ୍ତାନୀ ଲୋକ କିଏ ଟିଭି ଭାଙ୍ଗି ଦେଉଥିଲା ତ ଆଉ କିଏ ରାସ୍ତାରେ ବସି କାନ୍ଦୁଥିଲା ତ ଆଉ କିଏ ଗାଳି ଗୁଲଜ କରୁଥିଲା । ଏବେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସୁଛି । ପାକିସ୍ତାନର ହାରିବା ପରେ ଖେଳ ସରିବା ପରେ ଜଣେ ପାକିସ୍ତାନୀ ଯୁବକ ଷ୍ଟାଡିୟମରେ କାନ୍ଦିବାକୁ ଲାଗିଥିଲେ । ଆଉ ଏହି ଯୁବକ ଜଣକ ଛୋଟ ପିଲା ଭଳି କଇଁ କଇଁ ହୋଇ କାନ୍ଦୁଥିଲେ । ଏହି ସମୟରେ ତାଙ୍କ ପାଖରେ ପହଞ୍ଚି ଯାଇଥିଲେ ଜଣେ ଭାରତୀୟ ।
ଆଉ ତାଙ୍କୁ ସେ ବୁଝାଇ କୁଣ୍ଢାଇ ଦେବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଏହି ମ୍ୟାଚରେ କୋହଲି ଶତକ ପୂରଣ କରିଥିଲେ । ଏହି ଖେଳ ବହୁତ ରୋମାଞ୍ଚକର ଥିଲା । ଆଉ ଏହି ଖେଳରେ ପାକିସ୍ତାନ ହାରିବା ପରେ ଅନେକ କିଛି କଥା ସାମ୍ନାକୁ ଆସିଥିଲା । କେହି କେହି ପାକିସ୍ତାନୀ ଭାରତୀୟ ଖେଳାଳିଙ୍କ ପ୍ରଶଂସା କରୁଛନ୍ତି ଆଉ କିଛି ଲୋକ ପାକିସ୍ତାନ ଖେଳ ଦେଖି ଏଭଳି ଦୁଃଖରେ ଭାଙ୍ଗି ପଡିଛନ୍ତି । ଏବେ ଏହି ଯୁବକ ଜଣକ ଷ୍ଟାଡିୟମରେ ତଳେ ବସି ପାକିସ୍ତାନ ହାରି ଯାଇଥିବା ଦୁଃଖରେ କାନ୍ଦିବାର ଦୃଶ୍ୟ ସାମ୍ନାକୁ ଆସିଛି । ଆଉ ତାଙ୍କୁ ଭାରତୀୟ ଲୋକ ବୁଝାଇଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।