ଭିଡିଓ ଦେଖିଲେ କାନ୍ଦି ପକେଇବେ ପ୍ରେମ କରିକରି ମ-ରିଗଲା ଦୁଇ ଛୁଆର ମାଆ
Jan 11, 2025, 08:47 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ ପ୍ରେମ ପାଇଁ ଲୋକମାନେ ଏଭଳି ସବୁ କାମ କରୁଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ପ୍ରେମକୁ ନେଇ ଆସିଛି କିଛି ଖବର । ଏବେ ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଜଣେ ମହିଳା ଏବେ ଏଭଳି କାମ କରିଛନ୍ତି ଯାହାକୁ ନେଇ ଏବେ ଅନେକ ଖବର ଆସୁଛି । ଏହି ମହିଳା ଜଣକ ନିଜ ଛୋଟ ଛୋଟ ଛୁଆଙ୍କୁ ଛାଡି ଏଭଳି କାମ କରିଛନ୍ତି । ମହିଳା ଜଣକ ପ୍ରେମ ପାଇଁ ଆଜି ଜୀବନ ହାରି ଦେଇଛନ୍ତି । ଏବେ ତାଙ୍କ ମର ଶରୀର ପାଖରେ ବସି କାନ୍ଦୁଛନ୍ତି କୁନି କୁନି ଛୁଆ ।
କଅଁଳ ଶିଶୁ କନ୍ୟା ଏବେ କାନ୍ଦୁଛି । ଏହି କୁନି ଝିଅ କଥା କହି ପାରୁନି ସିନା ତାର ମାଆକୁ ଡାକୁଛି ଆଉ ସତେ ଯେମିତି କହୁଛି ମାଆ ଉଠ ଆଉ ଖାଇବାକୁ ଦିଅ । ଆଉ ଟିକେ ଗେଲ କରିଦେ ସତେ ଏଭଳି ଅନେକ କଥା ଯେମିତି ମାଆ ଜଣକ କହୁଛି । ଏବେ ମାଆ ଜଣକର ମର ଶରୀର ପାଖରେ ଝିଅ ଏଭଳି ସବୁ କହି କହି କାନ୍ଦୁଛି । ଖୋଲା ପଡ଼ିଆରେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ପଡ଼ିଛି ମହିଳାଙ୍କ ଶବ । ଆଉ ଶବ ପାଖରେ ଛୋଟ ଛୁଆଟି କଇଁ କଇଁ ହୋଇ କାନ୍ଦୁଛି । ଏହିଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ ।
ଗଞ୍ଜାମ ଜିଲ୍ଲାର କବି ସୂର୍ଯ୍ୟନଗର ଥାନା ଅନ୍ତର୍ଗତ କମଳପୁର ଏବଂ ଗୁଡ଼ିଆପାଲି ଗ୍ରାମ ମଧ୍ୟ ଭାଗରେ ଏହି ମହିଳାଙ୍କ ଶବ ଦେଖିବାକୁ ମିଳିଛି । ଗାଁ ଲୋକମାନେ ବିଲକୁ ଯିବା ସମୟରେ ଏହି ମହିଳାଙ୍କୁ ଦେଖିଥିଲେ । ଏହି ମହିଳା ଜଣକ ନାଁ ହେଉଛି ଭାଗ୍ୟଶ୍ରୀ ନାୟକ । ଏହି ମହିଳା ଜଣକ ଅର୍ଜୁନପାଲି ଗାଁର । ସେ ଭେଟିନେଇ ଗ୍ରାମରେ ବିବାହ କରିଥିଲେ । ପୋଲିସ ପଚରାଉଚରା କରି ଏହି କଥା ଜାଣିବାକୁ ପାଇଛି । ଭାଗ୍ୟଶ୍ରୀଙ୍କ ମୃ-ତ୍ୟୁ କିଭଳି ଘଟିଲା ଏହି କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଅଛି । ପୋଲିସ ଏହାକୁ ଅପମୃ-ତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ।
ଏହି ମହିଳାଙ୍କର ଦୁଇଟି ସନ୍ତାନ ରହିଛି । ପରିବାର ଲୋକେ ଏହାକୁ ପ୍ରେମ ଜନିତ ହ-ତ୍ୟା ବୋଲି ଅଭିଯୋଗ ଆଣିଛନ୍ତି । ଏବେ ମୃ-ତ ମହିଳାଙ୍କ ବଡ ଭାଇ କହିଛନ୍ତି ତାଙ୍କ ଭଉଣୀ ତିନିଦିନ ହେବ ଶାଶୂଘରୁ ଚାଲି ଆସିଥିଲା । ଆଉ ତାଙ୍କ ଭଉଣୀଙ୍କୁ ହ-ତ୍ୟା କରିଛି ନା ସେ ନିଜେ ଆ-ତ୍ମ-ହ-ତ୍ୟା କରିଛନ୍ତି ସେହି ବିଷୟରେ ସେ ଜାଣି ନାହାଁନ୍ତି । ଏଭଳି କଥା ମୃ-ତ-କ ମହିଳାଙ୍କ ଭାଇ କହିଛନ୍ତି । ତାଙ୍କ ଭଉଣୀ ଘରକୁ ଆସି ନଥିଲେ ବୋଲି ଭାଇ ଜଣକ କହିଛନ୍ତି । ଆଉ ତାଙ୍କ ଭଉଣୀ ଜଣଙ୍କୁ ଭଲ ପାଉଥିଲେ ଆଉ ସେ ଏଭଳି କରିଛନ୍ତି କି କଣ ତାହା ତଦନ୍ତ ପରେ ଜଣାପଡ଼ିବ ।