Movie prime

ବାହାରେ ଟାଇଟ ଭିତରେ ଢିଲା, ୧୦ମ କପି ରେ viral audio ହେଇଗଲା ଲିକ୍

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସୋସିଆଲ ମିଡ଼ିଆ ରେ ଏକ ଭଏସ ରେକର୍ଡ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଏହି ଭଏସ ରେକର୍ଡ ରେ ଜଣେ ଅବିଭାବକ ଶିକ୍ଷକ ଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳୁଛି। ଅବିଭାବକ ଜଣକ ତାଙ୍କ ପିଲାଙ୍କୁ ପରୀକ୍ଷାରେ ସାହାଯ୍ୟ କରିବା ପାଇଁ ଶିକ୍ଷକ ଙ୍କୁ କହୁଥିବାର ଶୁଣିବାକୁ ମିଳିଛି। ସେ ଶିକ୍ଷକ ଙ୍କୁ କେତେ ନେବେ ବୋଲି ମଧ୍ୟ ପଚାରିଛନ୍ତି।
ଏଭଳି କହିଛନ୍ତି କି ସାର ଯାହା ଚାହିଁବେ ସେ ସବୁ ସାର ଙ୍କୁ ଦିଆ ଯିବ। ଖାଲି ଏତିକି ନୁହେଁ ଆଜ୍ଞା ପିଲାଙ୍କ ଭିତରେ ଯୋଗାଯୋଗ କରିବାକୁ ମଧ୍ୟ କହିଛନ୍ତି ଶିକ୍ଷକ ଜଣକ।
ଏଭଳି କି ଏହି ସମସ୍ତ କଥା ମଧ୍ଯ ଫୋନ ରେ ଅଧିକା ଆଲୋଚନା କରି ହେବ ନାହିଁ ବୋଲି ମଧ୍ୟ କହିଛନ୍ତି। ଆଉ ପରୀକ୍ଷା ସମୟର ଦୃଶ୍ୟ ଦେଖିଲେ ମଧ୍ୟ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ। ଗୋଟେ ପଟରେ ବନ୍ଧୁକ ଧାରି ପୋଲିସ ଗେଟ୍ ଜଗି ଥିବା ବେଳେ ,
ଅନ୍ୟପଟେ ଭିତରେ ଚାଲି ଥିଲା ନିର୍ଦ୍ଧୁମ କପି। ଖୋଲାଖୋଲି ଭାବରେ କପି କରୁଥିଲେ ଛାତ୍ର ଛାତ୍ରୀ ମାନେ। ଏହି ଦୃଶ୍ୟ ହେଉଛି ନିମାପଡ଼ା ବ୍ଲକ୍ ଅଧୀନସ୍ଥ ହରିପୁର ପଞ୍ଚାୟତ ର , ହରିପୁର ଆଦର୍ଶ ବିଦ୍ୟାଳୟ ର ହୋଇଥିବା ବେଳେ
ଏହି ଘଟଣାର ପୁରା ସିସି ଟିଭି ଫୁଟେଜ କ୍ୟାମେରା ରେ କଏଦ ହୋଇଥିଲା। ହେଲେ ଏବେ ଏହାର ଏକ ଅଡିଓ କ୍ଲିପ୍ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଏକ ଅବିଭାବକ ଫୋନ ରେ ସ୍କୁଲ ର ଶିକ୍ଷକ ଙ୍କ ସହ ଆଲୋଚନା କରୁଥିବାର ଭଏସ ରହିଛି।
ଯେଉଁ ଅଡିଓ କ୍ଲିପ୍ ରେ ଜଣେ ଅବିଭାବକ ଶିକ୍ଷକ ଙ୍କ ସହ ପିଲାଙ୍କୁ କପି ଯୋଗାଇ ଦେବାକୁ କିଭଳି ଭାବରେ ସାହାଯ୍ୟ ହେବ ସେନେଇ ଆଲୋଚନା କରିଛନ୍ତି। ଅବିଭାବକ ଜଣକ ପିଲା ପରୀକ୍ଷା ଦେଉ ଥିବା ବେଳେ ସେ ତାଙ୍କ ପିଲାଙ୍କୁ ସାହାଯ୍ୟ କରିବାକୁ ଶିକ୍ଷକ ଜଣଙ୍କୁ କହିଛନ୍ତି।
ଶିକ୍ଷକ ଜଣଙ୍କୁ ମଧ୍ୟ ସେ ଟଙ୍କା ଦେବାର ପ୍ରଲୋଭନ ଦେଖାଇ ଥିଲେ। ଶିକ୍ଷକ ଜଣକ ତାଙ୍କୁ ଯୋଗାଯୋଗ ନକରି ଅନ୍ୟ ପିଲାଙ୍କୁ ଯୋଗାଯୋଗ କରିବାକୁ କହିଛନ୍ତି। ତେବେ ଆପଣ ମାନେ ଜାଣି ପାରୁଥିବେ କି ବର୍ତ୍ତମାନ୍ ଶିକ୍ଷା ବ୍ୟବସ୍ଥା କିଭଳି ଚାଲିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.