Movie prime

୨ ମାସ ପୂରିନି ରାମ ମନ୍ଦିରରୁ ହେଲା ଭୟଙ୍କର ଚୋରି ଦେଖନ୍ତୁ ଏବେ ଏବେ ଆସିଲା ବହୁତ୍ ବଡ ଖବର

 
Bb
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ରାମମନ୍ଦିର ହେବାର ମାତ୍ର ଦୁଇମାସ ନପୁରୁଣୁ ହୋଇଛି ଚୋରି। ରାମମନ୍ଦିରରୁ ହୋଇଛି ଚୋରି ସେ ପୁଣି କୋଟି କୋଟି ଟଙ୍କା ଚୋରି। ହୁଣ୍ଡି ବାକ୍ସ ଭାଙ୍ଗି ଲୁଟେରା ଲୁଟି ନେଇଛନ୍ତି ସବୁକିଛି। ଏହି ଖବରଟି ସବୁ ଆଡେ ଚାଞ୍ଚଲ୍ୟ ଖେଳେଇ ଦେଇଛି।
ଏତେ କଡ଼ା ସୁରକ୍ଷା ଥାଇ ମଧ୍ୟ ରାମମନ୍ଦିରରୁ ଦୁର୍ବୃତ୍ତ ମାନେ ଚୋରୀ କରି ନେଇଛନ୍ତି ଅନେକ ମୂଲ୍ୟବାନ ଜିନିଷ। ଜାନୁୟାରୀ ୨୩ ତାରିଖରେ ଅଯୋଧ୍ୟା ରାମମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହୋଇଥିବା ବେଳେ ଠିକ୍ ସେହି ସମୟରେ ନୟାଗଡ଼ ରାମମନ୍ଦିରର ପ୍ରତିଷ୍ଠା ମଧ୍ୟ ହୋଇଥିଲା।
Yy
ସମୁଦ୍ର ପତନ ଠାରୁ ୧୬୦୦ ଫୁଟ ଉଚ୍ଚ ପାହାଡ ଉପରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର। ବଉଳମାଳା ପଥରରେ ନିର୍ମିତ, ପୁଷ୍ପ ସଜ୍ଜିତ ଏହି ମନ୍ଦିରର ରୂପ ଅନନ୍ୟ ଆଉ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି। ଏହି ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୨ଶହ କାରିଗର, ୪ବର୍ଷ ହେଲା ନିୟୋଜିତ ହୋଇଥିଲେ।
ଆଉ ୩ଟି ପର୍ଯ୍ୟାୟରେ ଏହାର ନିର୍ମାଣ କରାଯାଇଛି। ରେଖ, ଭଦ୍ର ଓ ମୋହନ ନାମରେ ୩ଟି ମୁଖ୍ୟ ମନ୍ଦିର ରହିଥିବାବେଳେ ଚତୁଃପାଶ୍ୱର୍ରେ ଶିବ, ଗଣେଶ, ସୂର୍ଯ୍ୟନାରାୟଣ ଓ ହନୁମାନଙ୍କ ପାଇଁ ୪ଟି ମନ୍ଦିର ନିର୍ମାଣ କରାଯାଇଛି।
ସିଂହ, ଘୋଡା, ହାତୀ ଓ ବ୍ୟାଘ୍ରଙ୍କ ନାମରେ ୪ଟି ପ୍ରବେଶ ପଥ ରହିବା ସହ ୨୨ ପାହାଚର ଅନୁକରଣ ମଧ୍ୟ କରାଯାଇଛି। ପ୍ରାଣ ପ୍ରତିଷ୍ଠା ପାଇଥିବା ଶ୍ରୀ ରାମଲାଲାଙ୍କ ମୂର୍ତ୍ତି ରାଜସ୍ଥାନରୁ ଆସିଥିବା ବେଳେ ମୂର୍ତ୍ତିର ଉଚ୍ଚତା ସାଢ଼େ ୬ ଫୁଟ ଥିବା ବେଳେ ମାର୍ବଲ ରେ ନିର୍ମିତ ହୋଇଥିଲା।
Ty
ତେବେ ବନ୍ଧୁଗଣ ମଙ୍ଗଳବାର ବିଳମ୍ବିତ ରାତିରେ ନୟାଗଡ ଜିଲ୍ଲା ଖଣ୍ଡପଡ଼ାସ୍ଥିତ ଫତେଗଡ ଥାନା ଅନ୍ତର୍ଗତ ଗିରି ଗୋବର୍ଦ୍ଧନ ପାହାଡ ଉପରେ ନବନିର୍ମିତ ହୋଇଥିବା ଶ୍ରୀରାମ ମନ୍ଦିରରୁ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। 
ଦୁ-ର୍ବୁ-ତ୍ତ ମାନେ ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା, ସୁନା , ରୂପା ଅଳଙ୍କାର ଆଦି ଚୋରି କରିନେଇଛନ୍ତି। ବୁଧବାର ସକାଳେ ମନ୍ଦିର ପୂଜକ ମନ୍ଦିରର ମୁଖ୍ୟ ଫାଟକ ଓ ହୁଣ୍ଡି ଭଙ୍ଗା ଯାଇଥିବା ଦେଖି ମନ୍ଦିର କମିଟିକୁ ତୁରନ୍ତ ଖବର ଦେଇଥିଲେ। ଏହା ପରେ ଏ ସମ୍ପର୍କରେ ମନ୍ଦିର କମିଟି ପକ୍ଷରୁ ଫତେଗଡ ଥାନାରେ ଏତଲା ଦିଆଯାଇଥିଲା।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଉଲ୍ଲେଖନୀୟ ଯେ, ଜାନୁଆରୀ ୨୨ରେ ଆଯୋଧ୍ୟାସ୍ଥିତ ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଫତେଗଡ ଠାରେ ଏହି ରାମ ମନ୍ଦିର ପ୍ରତିଷ୍ଠା କରାଯାଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.