Movie prime

ଅଧିକ ସମୟ ଶୋଇବା ଦ୍ବାରା ଶରୀରର ହୁଏ ଏହି ସବୁ ଅସୁବିଧା ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହେବେ ଦେଖନ୍ତୁ ଏହି ଜରୁରୀ କଥା

 
VIRAl news
ଆଜି କାଲି ଲୋକ ମାନଙ୍କ ପାଖରେ ବେଶୀ ସମୟ ଶୋଇବାର ଅଭ୍ୟାସ ଦେଖିବାକୁ ମିଳୁଛି। ଯାହା କି ଶରୀର ପାଇଁ ହନୀକାରକ। ଅଧିକ ସମୟ ଶୋଇଲେ ଭୋଗି ପାରନ୍ତି ଅନେକ ଅସୁବିଧା।
ଅଧିକାଂଶ ଲୋକଙ୍କୁ ଶୀଘ୍ର ଉଠୀବାରେ ସମସ୍ୟା। ଯଦି ଆପଣ ଏମାନଙ୍କ ମଧ୍ୟ ରେ ସାମିଲ ତେବେ ଏହାକୁ ସୁଧାରି ଦିଅନ୍ତୁ। ଯେପରି କମ୍ ଶୋଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ସେପରି ଅଧିକ ଶୋଇବା ମଧ୍ୟ ସ୍ବାସ୍ଥ୍ୟ ଉପରେ ପକେଇ ଥାଏ ଖରାପ ପ୍ରଭାବ। 
ଅଧିକ ସମୟ ଶୋଇବା ଦ୍ବାରା ଅଧିକ ସମୟ କାର୍ଯ୍ୟ କରିବା ପାଇଁ ଇଚ୍ଛା ନହେବା ସହ ରକ୍ତ ରେ ଶର୍କରା ର ମାତ୍ରା ବୃଦ୍ଧି ପାଇଥାଏ।
୯ ଘଣ୍ଟା ରୁ ଅଧିକ ଶୋଇବା ଦ୍ଵାରା ରକ୍ତ ରେ ଶର୍କରା ର ମାତ୍ରା ବୃଦ୍ଧି ପାଇଁ ମଧୁମେୟ ହେବାର ସମ୍ଭାବନା ଅଧିକ ହୋଇପାରେ। ଏତେ ଅଧିକାଂଶ ସମୟ ଆବଶ୍ୟକ ଠାରୁ ଶୋଇବା ଦ୍ବାରା ମୁଣ୍ଡ ବିନ୍ଧା ସମସ୍ୟା ଦେଖା ଯାଇଥାଏ। 
ଯାହା ଫଳରେ ମୁଣ୍ଡ ଭାରି ଭାରି ଲାଗିଥାଏ। ଏହା ଛଡ଼ା ହୃଦୟ ଜନିତ ରୋଗ ହେବାର ସମ୍ଭାବନା ମଧ୍ୟ ରହିଛି। ଏହା ଛଡ଼ା ଅଧିକ ସମୟ ଶୋଇବା ଦ୍ବାରା ମାନସିକ ଦୁଶ୍ଚିନ୍ତା ମଧ୍ୟ ବୃଦ୍ଧି ପାଇଥାଏ।
ଏହା ଦ୍ୱାରା ଆଳସ୍ୟ ଅନୁଭବ ହେବା ସହିତ କାମ କରିବାକୁ ଇଚ୍ଛା ହୋଇନଥାଏ। ମାନସିକ ଦୁଶ୍ଚିନ୍ତା ବଢିବା ସହ ମସ୍ତିଷ୍କ ଉପରେ କୁ ପ୍ରଭାବ ପଡିଥାଏ। 
ଯେଉଁ ମାନେ ଅଧିକ ସମୟ ଅଫସର ରେ ବସି କାମ କରନ୍ତି ସେମାନେ ବିଲକୁଲ ଅଧିକ ସମୟ ଶୋଇବା ଉଚିତ୍ ନୁହେଁ ଏପରି କରିବା ଦ୍ୱାରା ପିଠିରେ ଯନ୍ତ୍ରଣା ଓ ପିଠି କାନ୍ଧରେ ଯନ୍ତ୍ରଣା ଅନୁଭବ ହୋଇଥାଏ।
ଅଧିକ ଶୋଇବା ଦ୍ଵାରା ଶାରୀରିକ ପରିଶ୍ରମ କମ୍ ହୁଏ ଫଳରେ କାମ କରିବାକୁ ଇଚ୍ଛା ହୁଏ ନାହିଁ। ଫଳରେ ପାଚନ ତନ୍ତ୍ର ଉପରେ ମଧ୍ୟ ପ୍ରଭାବ ପଡେ। ପାଚନ କ୍ରିୟା ସଠିକ୍ ନହେଲେ କୋଷ୍ଠ କଠିନ୍ୟ ସୃଷ୍ଟି ହୋଇଥାଏ।