Movie prime

ଦମନ ଫିଲ୍ମ କୁ କିଛି ଏମିତି କହିଥିଲେ ଆପଣଙ୍କ ଲୋକପ୍ରିୟ ଅଭିନେତା Anubhab Mohanty ଦେଖନ୍ତୁ କଣ କହିଥିଲେ

 
Special Report
ଆପଣମାନେ ସମସ୍ତେ ଜାଣିଥିବେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଦୁଇ ସୁପର ଷ୍ଟାର୍ ହେଉଛନ୍ତି ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତା ବାବୁଶାନ୍ ମହାନ୍ତି।
ବାବୁଶାନ୍ ମହାନ୍ତି ଏବଂ ଅନୁଭବ ମହାନ୍ତି ଦୁହେଁ ଦୁହିଁଙ୍କୁ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ଟକ୍କର ଦେଇଥାନ୍ତି।କିନ୍ତୁ ଦୁଇ ଜଣ ଅଭିନେତା ତାଙ୍କ ଅଭିନୟ ଦ୍ୱାରା ସମସ୍ତ ଓଡିଶାବାସୀ ଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ଦୁଇ ଜଣ ସୁପର ଷ୍ଟାର୍ ଅଭିନେତା ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ମିଳି ନଥାଏ।
କିନ୍ତୁ କିଛି ଦିନ ତଳେ ଦାଦାଗିରି ଶୋ ରେ ବହୁତ ମଜା କରୁଥିବାର ଦେଖିବାକୁ ମିଳିଥିଲା। ଏବଂ ଦୁହେଁ କୋଳାକୋଳି ମଧ୍ୟ ହୋଇଥିଲେ।ବର୍ତ୍ତମାନ ସମୟରେ ଏକ ଖବର ବହୁ ପରିମାଣରେ ଭାଇରାଲ ହେଉଛି।
ଅଭିନେତା ଅନୁଭବ ମହାନ୍ତି ଦାଦାଗିରି ଶୋ ରେ ଅଭିନେତା ବାବୁଶାନ୍ ଙ୍କୁ ଚଳଚ୍ଚିତ୍ର ଦମନ ବିଷୟରେ କିଛି କହିଥିଲେ।ଯାହାକି ବର୍ତ୍ତମାନ ସମୟରେ ସେହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।
ଅଭିନେତା ଅନୁଭବ ମହାନ୍ତି କହିଥିଲେ ଯେ 
ଦମନ ଚଳଚ୍ଚିତ୍ର କୁ ଓଡ଼ିଆ ସିନେ ପ୍ରେମୀ ସାରା ପୃଥିବୀରେ ଯେଉଁ ଜାଗାରେ ଅଛନ୍ତି ସମସ୍ତେ ସେହି ଚଳଚ୍ଚିତ୍ର କୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି।
ଏହାପରେ ଅଭିନେତା ବାବୁଶାନ୍ ଙ୍କୁ ସେହି ଚଳଚ୍ଚିତ୍ର ର ଦୁଇଟି ଡାଇଲଗ କହିବାକୁ ଅଭିନେତା ଅନୁଭବ କହିଥିଲେ।
ଅଭିନେତା ବାବୁଶାନ୍ ପ୍ରଥମେ ଡାଇଲଗ ଟି କହିଥିଲେ ଯେ "ଆକୁ କିଛି ଟୁମା ହୋଇନାହିଁ, ମଶା କାମୁଡିଛି ଆଉ ମ୍ୟାଲେରିଆ ରୋଗ ହୋଇଛି,ମୁଣ୍ଡ ଠିକ୍ କରେ"।
ଏହାଶୁଣି ଅଭିନେତା ଅନୁଭବ ମହାନ୍ତି ବହୁତ ଜୋରେ ହସିଥିଲେ।ଆଉ ଗୋଟିଏ ଡାଇଲଗ ମଧ୍ୟ କହିଥିଲେ।
"ଜଣେ ଭଲ ଡାକ୍ତର ରୋଗ କୁ ଠିକ୍ କରେ, ଜଣେ ମହାନ୍ ଡାକ୍ତର ରୋଗୀ ଙ୍କୁ ଠିକ୍ କରେ"।ଅଭିନେତା ଅନୁଭବ ମହାନ୍ତି ଏହି ଡାଇଲଗ ଶୁଣିବା ପରେ ତାଳି ମାରିଥିଲେ।
ଏବଂ ବହୁତ ସୁନ୍ଦର୍ ଲାଇନ୍ ବୋଲି କହିଥିଲେ।ଅଭିନେତା ଅନୁଭବ ପୁରା ଟିମ୍ କୁ ଧନ୍ୟବାଦ ଦେଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.