Movie prime

ନିଜ ଝିଅକୁ ଅଭିନୟ ଶିଖାଇଲେ ହିରୋ ଅଶ୍ଵିନୀ ଦେଖନ୍ତୁ କେମିତି ଶିଖାଉଛନ୍ତି

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଓଲିଉଡ଼ ଜଗତର ଜଣେ ପ୍ରସିଦ୍ଧ ଅଭିନେତା ଅଶ୍ୱିନ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ଦୀର୍ଘ ୨୦ ବର୍ଷ ହେବ ଓଲିଉଡ଼ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଅଛନ୍ତି।
ସେ ଅନେକ ଓଡିଆ ଧାରାବାହିକ ରେ ମଧ୍ୟ ଅଭିନୟ କରି ସାରିଛନ୍ତି। ପ୍ରଥମେ ସେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଆଲବମ ଜରିଆରେ ପାଦ ରଖିଥିଲେ। ଏବଂ ଆଜି ହେଉଛନ୍ତି ସେ ଏକ ଆଗ ଧାଡ଼ି ର ଅଭିନେତା।
ଆଲବମ୍ ପରେ ସେ ଅନେକ ସିନେମାରେ ମଧ୍ୟ ମୂଖ୍ୟ ଭୂମିକାରେ ନଜର ଆସିଥିଲେ। ମାତ୍ର ସେଠାରେ ସେ ବେଶି ଦିନ ତିଷ୍ଠି ପାରି ନଥିଲେ।
ସେଥିପାଇଁ ଏହାପରେ ସେ ଅନେକ ଓଡିଆ ଧାରାବାହିକରେ ମୂଖ୍ୟ ଭୂମିକାରେ ନଜର ଆସି ଦର୍ଶକ ମାନଙ୍କ ଠାରୁ ଅନେକ ଭଲ ପାଇବା ସାଉଁଟି ଥିଲେ। ଅଭିନୟ ଜରିଆରେ ସେ ସମସ୍ତଙ୍କ ହୃଦୟରେ ମଧ୍ୟ ରାଜ୍ କରୁଛନ୍ତି। ସେ ସଂପୂର୍ଣ୍ଣ ଭାବରେ ଜୀବନ୍ତ ଅଭିନୟ କରନ୍ତି।
ଏହା ସହ ଅଶ୍ୱିନ ଙ୍କୁ ଯାତ୍ରା ଜଗତରେ ମଧ୍ୟ ଦେଖିବାକୁ ମିଳିଛି। ସେ ଅନେକ ଯାତ୍ରାରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏବେ ସୋସିଆଲ ମିଡ଼ିଆରେ ଅଶ୍ୱିନ ଙ୍କ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଯେଉଁଥିରେ କି ସେ ତାଙ୍କ ଝିଅ ଙ୍କୁ ଅଭିନୟ ଶିଖାଉ ଥିବାର ଦେଖିବାକୁ ମିଳିଛି। ଅଶ୍ୱିନ ତାଙ୍କ ଝିଅ କୁ ମଧ୍ଯ ବେଶ ଭଲ ଅଭିନୟ ଶିଖାଉ ଛନ୍ତି।
ଅଧିକାଂଶ ସମୟରେ ଅଶ୍ୱିନ ଙ୍କୁ ତାଙ୍କ ପରିବାର ସହ ସମୟ ବିତାଉ ଥିବାର ଦେଖିବାକୁ ମିଳିଥାଏ। ପ୍ରାୟ ସମୟରେ ସେ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ୍ ମଧ୍ୟ କରିଥାନ୍ତି।
ଲୋକ ମାନେ ମଧ୍ୟ ତାଙ୍କ ପୋଷ୍ଟ କୁ ବେଶ ପଶନ୍ଦ କରନ୍ତି। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି। ତେବେ ଆପଣ ମାନଙ୍କୁ ଏହି ଭିଡ଼ିଓ ଟି କିଭଳି ଲାଗିଲା ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.