Movie prime

ମୋ ବସ ଡ୍ରାଇଭର ଙ୍କୁ ମ-ରଣାତ୍ମକ ଆକ୍ରମଣ ଦେଖନ୍ତୁ ଏହି ବ୍ୟକ୍ତି ଙ୍କୁ କେମିତି ଲୁହା ରଡ ଧରି କରୁଛନ୍ତି ଆକ୍ରମଣ

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣା ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଯାହାକି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ପକାଉଥିବ। ସୋସିଆଲ ମିଡିଆରେ ନୀତି ଦିନ ଏଭଳି କିଛି ଭିଡିଓ ଖୁବ ଭାଇରାଲ ହୋଇ ଥାଏ। ତେବେ ଆମେ ସେଭଳି ଭିଡ଼ିଓ ମଧ୍ୟରୁ ଏକ ଭିଡ଼ିଓ ଆପଣଙ୍କୁ ଦେଖାଇବାକୁ ଯାଉଛୁ। ଯେଉଁଥିରେ ଜଣେ ଯୁବକ ମୋ ବସ ଉପରକୁ ଆକ୍ରମଣ କରିଛନ୍ତି।
ଆଜ୍ଞା ହଁ ରାସ୍ତା ଜାମ୍ ହେବାରୁ ଯୁବକ ଜଣକ ମୋ ବସ ଉପରକୁ ଆକ୍ରମଣ କରିଛନ୍ତି। ମାଷ୍ଟରକ୍ୟାଣ୍ଟିନ ରୁ ସୁନ୍ଦରପଦା ଦେଇ ଜଟଣୀ ଯାଉଥିବା ସମୟର ଏହି ମୋ ବସ୍ ଉପରକୁ ଆକ୍ରମଣ କରିଛନ୍ତି ଯୁବକ ଜଣକ। ଲୁହା ରଡ଼ ରେ ଗାଡ଼ିର କାଚ ଭାଙ୍ଗିବା ସହ ଡ଼୍ରାଇଭର ଉପରକୁ ମଧ୍ୟ ମରଣାତ୍ମକ ଆକ୍ରମଣ କରିଛନ୍ତି। ବିରବନ୍ଧ ନିକଟରେ ମୋ ବସ୍ ଯାତ୍ରୀ ଉଠାଇବା ସମୟରେ ସଂକୀର୍ଣ୍ଣ ରାସ୍ତା ପାଇଁ ରାସ୍ତା ଜାମ ହୋଇଥିଲା।
ଫଳରେ ବସ ପଛରେ ଅନେକ ଗାଡି ଗୁଡିକ ମଧ୍ୟ ଜାମ ହୋଇ ଯାଇଥିଲେ। ଘଟଣା ସ୍ଥଳରେ ଯୁବକ ପାଟିତୁଣ୍ଡ ମଧ୍ୟ କରିଥିଲେ ଏବଂ ସଂପୃକ୍ତ ଯୁବକ ଜଣକ ଓଇସି ଛକ ନିକଟରେ ବସ କୁ ଅଟକାଇ ଗାଳି ଗୁଲଜ କରିବା ସହ ବସ ର କାଚ ମଧ୍ୟ ଭାଙ୍ଗି ଦେଇ ଥିଲେ। ଏଥି ସହ ବସ ଡ଼୍ରାଇଭର ଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ ଏବଂ ସେହି ଆକ୍ରମଣରେ ଆହତ ହୋଇ ,
ବସ ଡ଼୍ରାଇଭର ଜଣକ ଏବେ ଡ଼ାକ୍ତରଖାନା ରେ ଭର୍ତ୍ତି ମଧ୍ୟ ହୋଇଛନ୍ତି। ମୋ ବସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଡ଼୍ରାଇଭର ଙ୍କ ଚିକିତ୍ସା କରାଇବା ସହ ପିପିଲି ଥାନାରେ ଅଭିଯୋଗ ମଧ୍ଯ କରିଛନ୍ତି। ଏହି ଭିଡ଼ିଓ ମଧ୍ଯ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏବଂ ଲୋକ ମାନେ ଡ଼୍ରାଇଭର ଙ୍କ ଏଭଳି କାର୍ଯ୍ୟ କଳାପ କୁ ଘୋର ନିନ୍ଦା ମଧ୍ୟ କରିଛନ୍ତି।