Movie prime

Viral call record କୁ ନେଇ ମୁଁହ ଖୋଲିଲେ Superstar Babushan Mohanty ଦେଖନ୍ତୁ କଣ କହିଲେ

 
Babushan

ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ବାବୁଶାନ୍ ମହାନ୍ତି ଯେତେବେଳେ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ ତାଙ୍କୁ ଗଣମାଧ୍ୟମ ପ୍ରତିନିଧି ପଚାରିଥିଲେ କି ବର୍ତ୍ତମାନ ଯେଉଁ ଅଡିଓ ସୋସିଆଲ ମିଡ଼ିଆ ରେ ଭାଇ ରାଳ ହେବାରେ ଲାଗିଛି ତାହା ସତ କି ମିଛ?

ଅଭିନେତା ବାବୁଶାନ୍ ଏହାଶୁଣି କହିଥିଲେ ଯେ ସେହି ଅଡିଓ କୁ ଭଲରେ ଶୁଣନ୍ତୁ ତାପରେ ଆପଣମାନେ ନିଶ୍ଚୟ ଜାଣିପାରିବେ। ବର୍ତ୍ତମାନ ସେହି ଅଡିଓ ଟି ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।

ଏବଂ ଅଭିନେତା ବାବୁଶାନ୍ ଗଣମାଧ୍ୟମ ପ୍ରତିନିଧି ଙ୍କୁ କହିଥିଲେ ଯେ ଆପଣ ମାନେ ହଇରାଣ ହେଉଛନ୍ତି ତାଙ୍କୁ ଭଲ ଲାଗୁ ନାହିଁ।ସେମାନେ ଯେଉଁଭଳି ଭାବରେ ଛିଡ଼ା ହୋଇ ରହୁଛନ୍ତି ତାଙ୍କୁ ବହୁତ ଖରାପ ଲାଗୁଛି।
କେହି କିଛି ଖାଉ ନାହାନ୍ତି କି କିଛି ପାଣି ମଧ୍ୟ ପିଉ ନାହାନ୍ତି ଅଭିନେତା ବାବୁଶାନ୍ ଙ୍କ ଘର ଆଗରେ ଛିଡା ହୋଇ ରହୁଛନ୍ତି। ଯାହାକି ଅଭିନେତା ବାବୁଶାନ୍ ତଳକୁ ଆସି ଏହି କଥା ସମସ୍ତଙ୍କୁ କହିଥିଲେ।
ଗଣମାଧ୍ୟମ ପ୍ରତିନିଧି ଙ୍କୁ ସେଠାରୁ ଯିବାପାଇଁ କହିଥିଲେ। ଏବଂ କାଲି ଆସିବା ପାଇଁ ସେମାନଙ୍କୁ କହିଥିଲେ। ରେଷ୍ଟ ନେବା ପାଇଁ କହିଛନ୍ତି।ଅଭିନେତା ବାବୁଶାନ୍ ସମସ୍ତଙ୍କୁ ସବୁ କଥା କହିବେ ବୋଲି ମଧ୍ୟ କହିଛନ୍ତି। ଠିକ୍ ସମୟରେ ସେ ସବୁକିଛି କହିବେ।
ତାଙ୍କର ଆଜି ଜନ୍ମଦିନ ପାଳନ କରିବେ ବୋଲି ମଧ୍ୟ କହିଥିଲେ।କିନ୍ତୁ ଅଭିନେତା ବାବୁଶାନ୍ ହସି ହସି କହିଲେ ଯେ ଗୋଟିଏ ବର୍ଷ ଜୀବନ କମିଗଲା।
ସେ ଏଥିପାଇଁ ବହୁତ ଖୁସି ଅଛନ୍ତି।ସେ ତାଙ୍କ ପରିବାର ଲୋକଙ୍କ ସହିତ ଜନ୍ମଦିନ ପାଳନ କରିବେ ତାଙ୍କ ବାପା ମା ସ୍ତ୍ରୀ ଆଉ ପୁଅ ସହିତ ଜନ୍ମଦିନ ପାଳନ କରିବେ ବୋଲି କହିଛନ୍ତି।ସେମାନେ ଯଦି ନ ଆସିବେ ଅଭିନେତା ବାବୁଶାନ୍ ତାଙ୍କ ପାଖକୁ ଯିବେ।
ଏହି କଥାଶୁଣି ସମସ୍ତେ ତାଳି ମାରିଥିଲେ।ସବୁକିଛି ଠିକ୍ ଅଛି।ଆପଣମାନେ କିଛି ଚିନ୍ତା କରନ୍ତୁ ନାହିଁ।କିନ୍ତୁ ଖରାରେ ଯେଉଁ ଛିଡ଼ା ହୋଇ ରହୁଛନ୍ତି ତାହା ଅଭିନେତା ବାବୁଶାନ୍ ଙ୍କୁ ଭଲ ଲାଗୁନାହିଁ।