Movie prime

ଭାଇ ଜଣଙ୍କ ସେଲୁନ ରେ ଆରମ୍ଭ କରିଛନ୍ତି ଏମିତି ସ୍କିମ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ - ବହି ପଢ଼ Discount ନିଅ

 
Book
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସୋସିଆଲ ମିଡ଼ିଆ ଦ୍ଵାରା ଆପଣଙ୍କର ବହୁତ ଉପକାର ହେଉଛି । ଆଉ ଦେଶ ବିଦେଶର ସବୁ କୋଣ ଅନୁକୋଣ ସ୍ଥାନମାନଙ୍କର ଖବର ଆପଣ ଏହି ସୋସିଆଲ ମିଡ଼ିଆ ସାହାଯ୍ୟରେ ମଧ୍ୟ ପାଇପାରୁଛନ୍ତି ।
ସୋସିଆଲ ମିଡିଆରେ ଆପଣମାନେ ଅନେକ ପ୍ରକାରର ଭିଡିଓ ପାଇପାରିବେ । ଆଉ ଏମିତି କିଛି ଭିଡିଓ ଅଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସାତ ଅଟେ । ଆଉ ଏମିତି ଏକ ଘଟଣା ବିଷୟରେ ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । 
ଏହି ଭିଡିଓରେ ଆପଣ ଯାହା ଦେଖିବେ ଆଉ ତାପରେ ଭାବିବେ ଏମିତି ଲୋକ ଆଜିକା ସମାଜରେ ବା ଯୁଗରେ ବହୁତ ବିରଳ । ସମସ୍ତେ ପଢ଼ିବାକୁ ଭଲପାଆନ୍ତି । ଆଉ କିଛି ଲୋକ ପଢିବାକୁ ନାପସନ୍ଦ କରନ୍ତି । ଆଉ ଆପଣମାନେ କେବେ କେଉଁ ସେଲୁନରେ କିଛି ବହି ଥିବାର ଦେଖିଛନ୍ତି କୁ ?
କିନ୍ତୁ ଏହି ଭିଡିଓରେ ଦେଖପାରିବେ ଜଣେ ସେଲୁନ ମାଲିକ ତାଙ୍କ ସେଲୁନ୍ ଦୋକାନରେ ଏକ ମିନି ଲାଇବ୍ରେରୀ ଖୋଲିଛନ୍ତି । ଆଉ ଯେଉଁ ଗ୍ରାହକ ସେଠାରେ ବହି ପଢ଼ିବ ତାକୁ ଡିସ୍କାଉଣ୍ଟ ମଧ୍ୟ ମିଳିବ ।
ଆଉ ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଚାଲିଛି । ସେ ନିଜେ ପଢ଼ିନାହାନ୍ତି ବେଶି ପାଠ ଆଉ ସେ ସମସ୍ତଙ୍କୁ ପାଠ ପଢୁଥିବାର ଦେଖିଲେ ଖୁସି ଅନୁଭବ କରନ୍ତି ।
ସେହି ବ୍ୟକ୍ତି ଜଣକ ତାଙ୍କ ସେଲୁନ ଦୋକାନରେ ପ୍ରାୟ ୮୦୦ ଖଣ୍ଡ ବହି ରଖି ଏହାକୁ ମିନି ଲାଇବ୍ରେରୀ କରିଛନ୍ତି । ଏହିପରି ଏକ ସମ୍ମାନସ୍ପଦ ଘଟଣା ଘଟିଛି ତାମିଲନାଡୁ ରାଜ୍ୟରେ । ସେହି ରାଜ୍ୟର ସେଲୁନ ଭିତରେ ମିନି ଲାଇବ୍ରେରୀ ଖୋଲିଥିବା ବ୍ୟକ୍ତିଙ୍କର ନାଁ ହେଉଛି, ପୋନ ମାରିୟାପନ୍ ।
ସେ ଏହି ମିନି ଲାଇବ୍ରେରୀ କରିବା ପଛରେ ମଧ୍ୟ କିଛି କାରଣ ରହିଛି । ଆଉ ଏହା ହେଉଛି, ସେହି ବ୍ୟକ୍ତି ଜଣକ ତାଙ୍କ ପରିବାରର ସମସ୍ୟା ପାଇଁ ୧୯୬୬ ମସିହାରେ ସ୍କୁଲ ଛାଡିଥିଲେ ଆଉ ସେ ରୋଜଗାର କରିବା ଆରମ୍ଭ କରିଲେ ।
ଆଉ ତାଙ୍କ ବାପାଙ୍କ ସେଲୁନରେ ସେ କାମ କରିଲେ ଆଉ ତାଙ୍କ ବାପା ସେଲୁନରେ ସେତେବେଳେ ୧୦ଟି ବହି ରଖିଥିଲେ । ଆଉ ଏହା କ୍ରମେ କ୍ରମେ ବଢ଼ିବାକୁ ଲାଗିଲା । ଆଉ ଏଠାରେ ରେଜିଷ୍ଟର ମଧ୍ୟ ଅଛି । ଏହି ସେଲୁନରେ ଚୁଟି କାଟିବା ସାଙ୍ଗକୁ ଜ୍ଞାନ ଅହୋରଣ ମଧ୍ୟ ହେଉଛି । ଏହି ଖବର ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି ।