Movie prime

ରାଜଧାନୀରେ ବିରଳ ବହୁରୂପୀ ଏଣ୍ଡୁଅ ଉଦ୍ଧାର ଦେଖନ୍ତୁ କେମିତି କ୍ଷଣ କ୍ଷଣ ରେ ବଦଳାଉଛି ରଙ୍ଗ

 
Special Report
ରାଜଧାନୀ ରୁ ଉଦ୍ଧାର ହୋଇଛି ଏକ ବିରଳ ବହୁରୂପୀ ଏଣ୍ଡୁଅ।ଏବଂ ତାଙ୍କୁ ଜଣେ ବନ୍ୟ ଜନ୍ତୁ ପ୍ରେମୀ ଜୟନ୍ତ ଉଦ୍ଧାର କରିଛନ୍ତି।ବିଭିନ୍ନ ସମୟରେ ବିଭିନ୍ନ ସ୍ଥିତି କୁ ଦେଖି ରଙ୍ଗ ବଦଳାଇଥାନ୍ତି।ଏହି ଦୃଶ୍ୟ କୁ ଯିଏ ବି ଦେଖିବେ ସେମାନେ ଆଶ୍ଚର୍ଯ୍ୟ ହୋଇଯିବେ।କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି ଯେ ଯେତେବେଳେ ଗଛରେ ଏହି ଏଣ୍ଡୁଅ କୁ ଛଡ଼ା ଯାଉଛି ସେ ତାର ରଙ୍ଗ ବଦଳାଉଛି।ସବୁଜ ରଙ୍ଗ ର ହୋଇଯାଉଛି।
ଭୂମିରେ ଛଡ଼ା ହେଲେ ଭୂଇଁ ର ରଙ୍ଗ ହୋଇଯାଉଛି।ମଣିଷ ଦେହକୁ ଯଦି ଯାଉଛି ତାହେଲେ ମଣିଷମାନେ ଯେଉଁ ରଙ୍ଗର ପୋଷାକ ପିନ୍ଧିଥିବେ ସେହି ରଙ୍ଗ ର ହୋଇଯାଉଛି।ଏହାଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ ବାସ୍ତବରେ କଥା ଟି ସତ ଅଟେ।ଜୟନ୍ତ ନାମକ ଜଣେ ଯୁବକ ଏହି ଏଣ୍ଡୁଅ କୁ ଉଦ୍ଧାର କରିଛନ୍ତି।ଗତକାଲି ରାତିରେ ଖବର ପାଇଥିଲେ।ଏହି ଏଣ୍ଡୁଅ କୁ ଉଦ୍ଧାର କରି ଆଣିଥିଲେ।ଜୟନ୍ତ ଏହି ଏଣ୍ଡୁଅ କୁ ବନ ବିଭାଗ କୁ ମଧ୍ୟ ହସ୍ତାନ୍ତର କରିଦେବେ।
କାଲି ରାତିରେ ଜୟନ୍ତ କାମ ରୁ ଯେତେବେଳେ ଫେରିଥିଲେ ସେତେବେଳେ ରାସ୍ତାରେ ବହୁତ ଭିଡ଼ ଜମିଥିବା ର ଦେଖିଥିଲେ।ସେଠାରେ ଲୋକମାନଙ୍କୁ ପଚାରିଲେ ଯେତେବେଳେ ସେମାନେ କହିଲେ ଯେ ବହୁରୂପୀ ଏଣ୍ଡୁଅ ରହିଛି।ଏହାପରେ ଜୟନ୍ତ ବନ ବିଭାଗ କୁ ଫୋନ କରିଥିଲେ।କିନ୍ତୁ ବହୁତ ରାତି ହୋଇ ଯାଇଥିବାରୁ କେହି ଫୋନ ଉଠାଇ ନଥିଲେ।ସେଠାରେ ଥିବା ଲୋକମାନେ ନେଇ ଯିବାକୁ କହିଲେ।ଏହାପରେ ତାଙ୍କ ଘରକୁ ନେଇ ଆସିଥିଲେ।
ଏହି ଏଣ୍ଡୁଅ ଟି ଅଲଗା ଏଣ୍ଡୁଅ ଠାରୁ ବିରଳ ରହିଛି।ଏହା ଯଦି ଏକ ଖରାପ ଲୋକମାନଙ୍କ ହାତ ରେ ପଡିଯିବେ ତାହେଲେ ଏମାନେ ତାଙ୍କର ଶିକାର ହୋଇଯିବେ। ତେଣୁ ସେମିତି ନ ହେଉ ବୋଲି ଚେଷ୍ଟା କରୁଛନ୍ତି।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଏହି ଏଣ୍ଡୁଅ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.