Movie prime

ଓଡ଼ିଆ ଇଣ୍ଡଷ୍ଟ୍ରି କୁ ନୂଆ ପରିଚୟ ଦେବାପାଇଁ ଚେଷ୍ଟା - ବୈଭବ ପୃଷ୍ଟି

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ଗୀତିକାର ବୈଭ ପୃଷ୍ଟିଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ଆପଣ ମାନେ ତ ସମସ୍ତେ ଜାଣିଥିବେ ଏହି "ଧାନ ବିଲ ଖସ ଖସ" ଗୀତଟିକୁ ବୈଭ ପୃଷ୍ଟି ଗାଇଛନ୍ତି। ଏହି ଗୀତଟିର ଚାହିଦା ଏବେ ବି ରହିଛି। ଆଉ ଲୋକ ମାନେ ଏବେ ବି ସେହି ଗୀତଟିକୁ ଶୁଣୁଛନ୍ତି। ଆସନ୍ତୁ ଦେଖିବା ବୈଭ ପୃଷ୍ଟି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟାରେ କ'ଣ କହିଛନ୍ତି। 
ବୈଭ ପୃଷ୍ଟିଙ୍କ ଘରେ ତାଙ୍କ ବାପା, ମା, ସାନଭାଇ ଅଛନ୍ତି। ଆଉ ବୈଭ ପୃଷ୍ଟିଙ୍କୁ ତାଙ୍କ ପରିବାର ଲୋକେ ଗୀତ ଗାଇବା ପାଇଁ ବହୁତ ସାଥ ମଧ୍ୟ ଦିଅନ୍ତି। ବୈଭ ପୃଷ୍ଟିଙ୍କର ଆଗକୁ ଲକ୍ଷ୍ୟ ଅଛି ଯେ ଆଗକୁ ଯାଇକି ଓଡିଶା କେମିତି ନା କରିବ ସେଥିପାଇଁ ସମସ୍ତେ ମିଶି କିଛି ଭଲ ଭଲ ଗୀତ ଗାଇ ଓଡିଶାକୁ ଏକ ନୂଆ ପରିଚୟ ଦେବାକୁ ଇଚ୍ଛା ଅଛି ବୋଲି କହିଛନ୍ତି ବୈଭ ପୃଷ୍ଟି। ବୈଭଙ୍କର ମିୟୁଜିକାଲ୍ ଜର୍ଣି ୨୦୧୫ ମସିହା ରିୟାଲିଟି ସୋ ରୁ ଆରମ୍ଭ ହୋଇଥିଲା। 
ତା'ପରେ ବୈଭଙ୍କର ବଡ଼ଭାଇ ଅଜୟ ମିୟୁଜିକାଲ୍ ଲାଇନରେ ଆସିବା ପାଇଁ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ। ଆଉ ବାପା ମା ମଧ୍ୟ ବହୁତ ସାଥ ଦେଇଥିଲେ। ଏବଂ ମିୟୁଜିକ ଡାଇରେକ୍ଟ ମାନେ ବି ବହୁତ ସାଥ ଦେଇଥିଲେ। ବୈଭ ଦର୍ଶକ ମାନଙ୍କ ପାଇଁ ଏକ ଗୀତ ଗାଇଛନ୍ତି "କଥା ଦେଲି ମଥାକୁ ଛୁଇଁ" ଏହି ଗୀତଟି ଗାଇଥିଲେ। ବୈଭ ପୃଷ୍ଟି ଏବେ ଲଭଲି ପ୍ରଫେସନାଲ ୟୁନିଭରସିଟିରୁ ଏମବିଏ ପାସ ଆଉଟ୍ ହେଇସାରିଛନ୍ତି। 
ଓଡ଼ିଶାର ଅକ୍ଷୟ ମହାନ୍ତିଙ୍କ ଗୀତ ବୈଭ ପୃଷ୍ଟିଙ୍କୁ ବହୁତ ଭଲ ଲାଗେ ଆଉ ସେ ତାଙ୍କୁ ଫଲୋ ମଧ୍ୟ କରନ୍ତି। ବୈଭ ପୃଷ୍ଟିଙ୍କର ଯିଏ ଗୁରୁ ଅଛନ୍ତି କୌସିକ ଶତପଥୀ ସାର ତାଙ୍କ ଗୀତ ବି ବହୁତ ଭଲ ଲାଗେ ବୋଲି କହୁଛନ୍ତି ବୈଭ। ଶେଷରେ ବୈଭ ପୃଷ୍ଟି ଦର୍ଶକ ମାନଙ୍କ ପାଇଁ ବୈଭ ତାଙ୍କ ମୁଖରୁ ଏକ ସୁନ୍ଦର ଗୀତ ଗାଇଛନ୍ତି "ଖିଲି ଚାନ୍ଦିନୀ ଜେସା ଏ ବଦନ" ଏହି ଗୀତଟି ଗାଇଥିଲେ ବୈଭ ପୃଷ୍ଟି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.