Movie prime

ଅଲଗା ହେଲେ ବହୁ ଚର୍ଚ୍ଚିତ Barsha Bhola ଏବଂ Tunguru Bhola କିନ୍ତୁ ରହିଗଲା ଏହି ସବୁ ଅଭୁଲା ଶ୍ରୁତି

 
Viral News
ବର୍ତ୍ତମାନ ଟୁଙ୍ଗୁରୁ ଭୋଳ ଆଉ ବର୍ଷା ଙ୍କ ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ଷା ଆଉ ଟୁଙ୍ଗୁରୁ ଭୋଳ ଙ୍କୁ ନେଇ କେତେ ବିବାଦ ଦେଖା ଦେଇଛି।ଅନେକ ଲୋକମାନେ ତାଙ୍କୁ ନେଇ ବହୁତ ଖରାପ କଥା କହୁଛନ୍ତି।
ବର୍ଷା ଆଉ ଟୁଙ୍ଗୁରୁ ଭୋଳ ଙ୍କ ନାମରେ ଥାନାରେ ଯାଇ ଅଭିଯୋଗ ମଧ୍ୟ କରୁଛନ୍ତି। ଅଟୋ ଚାଳକ ମାନେ ଟୁଙ୍ଗୁରୁ ଭୋଳ ଙ୍କ କାମ ପାଇଁ ସେମାନେ ମଧ୍ୟ ହଇରାଣ ରେ ପଡ଼ୁଛନ୍ତି।କାରଣ ଅଟୋ ରେ ଯିବାପାଇଁ କେହି ଚାହୁଁ ନାହାନ୍ତି।
ଯେଉଁମାନେ ଯାଉଛନ୍ତି ସେମାନେ ବହୁତ ଭାବି ହିଁ ଅଟୋ ରେ ବସି ଯାଉଛନ୍ତି। ଏସବୁ ଦେଖି ଅଟୋ ଚାଳକ ମାନେ ମଧ୍ୟ ବହୁତ ଅସୁବିଧା ହେଉଛି।ସେଥିପାଇଁ ସେମାନେ ମଧ୍ୟ କହିଥିଲେ ଯେ ଏସବୁ ବନ୍ଦ କରନ୍ତୁ।
ଯେଉଁ ମାନେ ଅଭିନୟ କରିବା କଥା ସେହି ମାନଙ୍କୁ ଅଭିନୟ କରିବା ପାଇଁ ସୁଯୋଗ ଦିଆଯାଉ।କିନ୍ତୁ ବର୍ଷା ଆଉ ଟୁଙ୍ଗୁରୁ ଭୋଳ ଙ୍କୁ କିଛି ଅଭିନୟ ଆସୁନାହିଁ ସେମାନଙ୍କୁ କାମ ଦିଆଯାଉଛି।
ଆପଣମାନେ ଜାଣିଥିବେ ବର୍ଷା ଆଉ ଟୁଙ୍ଗୁରୁ ଭୋଳ ଏକାଠି ରହୁଥିଲେ।ଏହି କଥା ବର୍ଷା ଥାନାରେ ଥିବା ବେଳେ ଗଣମାଧ୍ୟମ ସାମ୍ନାରେ କହିଥିଲେ।ସେ ତାଙ୍କୁ ବାହା ହେବେ ବୋଲି ମଧ୍ୟ ଜିଦ୍ କରି ବସି ରହିଥିଲେ।
କିନ୍ତୁ ଯେତେବେଳେ ଟୁଙ୍ଗୁରୁ ଭୋଳ ଙ୍କୁ ଏହି ବିଷୟରେ ପଚରା ଯାଇଥିଲା ସେ ସମ୍ପୂର୍ଣ ଭାବରେ ମନା କରି ଦେଇଥିଲେ।ଆଉ କହିଥିଲେ ତାଙ୍କର ସ୍ବାମୀ ଆଉ ଦୁଇଟି ପୁଅ ଅଛନ୍ତି।ବର୍ଷା ତାଙ୍କ ସ୍ବାମୀ ଙ୍କୁ ଛାଡପତ୍ର ମଧ୍ୟ ଦେଇ ନାହାନ୍ତି।
ବର୍ତ୍ତମାନ ବର୍ଷା ଆଉ ଟୁଙ୍ଗୁରୁ ଭୋଳ ର କିଛି ଅଭୁଲା ସ୍ମୃତି ର ଫୋଟୋ ଆଉ ଭିଡିଓ ଦେଖିବାକୁ ମିଳିଛି।ଗୋଟିଏ ଫଟୋ ରେ ଦେଖିବାକୁ ମିଳିଛି ଯେ ଟୁଙ୍ଗୁରୁ ଭୋଳ ଆଉ ବର୍ଷା ସୋଇଛନ୍ତି।ଟୁଙ୍ଗୁରୁ ଭୋଳ ବର୍ଷା ଙ୍କ ଗାଲରେ ଚୁମ୍ବନ କରୁଛନ୍ତି।
ଏବଂ ବର୍ଷା ଫଟୋ ଉଠାଇଥିଲେ।ଆଉ ଗୋଟିଏ ଫଟୋ ରେ ଟୁଙ୍ଗୁରୁ ଭୋଳ ଫଟୋ ଉଠେଇଛନ୍ତି। ବର୍ଷା ଆଉ ଟୁଙ୍ଗୁରୁ ଭୋଳ ପଖାଳ ଆଉ ଆମ୍ବ ଖାଉଥିବର ଫଟୋ ମଧ୍ୟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।