Movie prime

ଏମିତି ହୁଏ କି ମା ଙ୍କ ମେଲାଣି ? ଦେଖନ୍ତୁ କେମିତି ହେଉଛି ଏଠାରେ ମା ଙ୍କ ଭସାଣି ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Viral video
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସରିଲା ଦଶହରା। ମେଲାଣି ନେଲେ ମାଆ। ଧରାପୃଷ୍ଠରୁ ବିଦାୟ ନେଲେ ଜଗତଜନନୀ ମାଆ ଦୁର୍ଗା। ଗତ ବୁଧବାର ଦେବୀ ମାଆଙ୍କ ଦଶହରା ପୂଜା ଶେଷ ହେବା ପରେ ଗତ କାଲି ଗୁରୁବାର ମାଆ ମେଲାଣି ନେଇଛନ୍ତି। ଏହାପରେ ସମସ୍ତ ପୂଜା ମଣ୍ଡପରେ ଶେଷ ହୋଇଛି ମାଆଙ୍କ ଆରାଧନା। ପୂଜା ମଣ୍ଡପ ମାନଙ୍କରେ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରାଯାଇଛି। 
ଦଶହରାରେ ଅସ୍ଥାୟୀ ଦେବୀ ମୂର୍ତ୍ତି ପ୍ରତିଷ୍ଠା କରାଯାଇ ମା’ଙ୍କ ଆରାଧନା କରାଯାଏ। ମା’ ଦୁର୍ଗା ହେଉଛନ୍ତି ଶକ୍ତି। ଦୁଷ୍ଟ ସଂହାରିଣୀ ମା’ ଧରାପୃଷ୍ଠକୁ ଅନ୍ୟାୟ ଅନୀତିକୁ ବିନାଶ କରି ଶାନ୍ତି ତଥା ନ୍ୟାୟ ପ୍ରତିଷ୍ଠା ପାଇଁ ଆସିଥାନ୍ତି। ଯୁଗେ ଯୁଗେ ଯେତେବେଳେ ବି ଧରାପୃଷ୍ଠରେ ଅନ୍ୟାୟ ଅନୀତି ଓ ଖରାପ ଶକ୍ତିଙ୍କ ପ୍ରଭାବ ବଢ଼େ। ମା’ ବିଭିନ୍ନ ରୂପରେ ଆସି ତାହାକୁ ନାଶ କରିଥାନ୍ତି। 
ଚଳିତ ବର୍ଷ ପୁଣି ଥରେ ମାଆ ଧରାପୃଷ୍ଠକୁ ଆସି ନିଜ ଭକ୍ତଙ୍କ ଦୁଃଖ ବୁଝିଛନ୍ତି। ଆଉ ଏହାରି ମଧ୍ୟରେ ଦଶହରା ସହ ଶେଷ ହୋଇଛି ମାଆଙ୍କ ମେଲାଣି। ସରିଲା ମା’ଙ୍କ ନବଦିନାତ୍ମକ ଲୀଳା। ଏବେ ମା ଙ୍କୁ ମେଲାଣି ଦେବାର ସମୟ | ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଜଗଦଜନନୀ। ସାରା ରାଜ୍ଯରେ ମା ଙ୍କୁ ଧୁମ ଧାମରେ ରୋଷଣୀ କରି ମେଲାଣି ଦେଉଥିବା ବେଳେ ଏବେ ଦେଖିବାକୁ ମିଳୁଛି ଏକ ସ୍ଥାନ ରେ ମା ଙ୍କୁ ଭିନ୍ନ ଢଙ୍ଗରେ ମେଲାଣି ଦିଆଯାଉଛି। 
ବିନା ଡିଜେ ଏବଂ ବିନା ବାଜାରେ ମାଆ ଙ୍କୁ ମେଲାଣି ଦିଆଯାଉଛି। କେବଳ ଘଣ୍ଟ ଓ ପାରମ୍ପରିକ ବାଦ୍ୟ ଯନ୍ତ୍ର ସାହାଯ୍ଯରେ ମା ଙ୍କୁ ମଣ୍ଡପ ରୁ ଲୋକମାନେ କାନ୍ଧେଇ ଆଣିଥାନ୍ତି। ବନ୍ଧୁଗଣ ଆଜିବି ରହିଛି ପୁରୁଣା ପରମ୍ପରା ଓ ବିଧିର ଛାପ। ଏବଂ ଏହି ଭଳି ନିଆରା ଭସାଣି ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.