Movie prime

ଗୋଟିଏ ବାଇକ୍ ରେ ଯାଉଥିଲେ ୫ ଜଣ ଭିଡିଓ ହେଲା Viral ଆଉ ତା ପରେ ଦେଖନ୍ତୁ କଣ କଲା ପୋଲିସ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖି ଲୋକେ ହସନ୍ତି, କାନ୍ଦନ୍ତି, ଏପରି କି, ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଆନ୍ତି।
କିଛି ଭିଡିଓ ଏମିତି ବି ଥାଏ, ଯେଉଁଥିରେ ଲୋକମାନଙ୍କର ଅଜବ ପ୍ରକାର ଯୋଗାଡ଼ ଆମେ ଦେଖିବାକୁ ପାଇଥାଉ। ଆଜି ଆମେ ଆପଣଙ୍କୁ ଏହିଭଳି ଏକ ଭିଡିଓ ବିଷୟରେ କହିବୁ, ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। 
ଟ୍ରାଫିକ୍‌ ନିୟମ ମୁତାବକ, ଦୁଇ ଚକିଆ ଯାନରେ ୨ରୁ ଅଧିକ ଲୋକ ବସି ପାରିବେ ନାହିଁ। ଯଦି ବସନ୍ତି, ତା’ ହେଲେ ଟ୍ରାଫିକ୍‌ ପୋଲିସ ସେମାନଙ୍କ ଚାଲାଣ କାଟିଥାଏ। କିନ୍ତୁ କିଛି ଲୋକଙ୍କୁ ଏଥିରେ କୌଣସି ବି ଫରକ୍‌ ପଡ଼େନାହିଁ।
ବାଇକ୍‌ ହେଉ କି ସ୍କୁଟର, ସେମାନେ ୨ ପରିବର୍ତ୍ତେ ଅନେକ ଜଣ ଏକାଠି ବସି ଏହାର ମଜା ଉଠାଇ ଥାଆନ୍ତି। ଆଉ ଯେତେବେଳେ ସେମାନେ ଟ୍ରାଫିକ୍‌ ପୋଲିସ ହାବୁଡ଼ରେ ପଡ଼ି ଯାଆନ୍ତି, ତ ସେମାନଙ୍କଠାରୁ ମୋଟା ଜରିମାନା ଆଦାୟ କରାଯାଇଥାଏ। 
ଏପରି କି, ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଜେଲ୍‌ ଯିବାର ବି ବ୍ୟବସ୍ଥା ରହିଛି। ହେଲେ କିଛି ଦାୟିତ୍ୱହୀନ ଲୋକ ଏ ସବୁ ନିୟମକୁ ବେଖାତିର କରି ଚାଲିଛନ୍ତି।
ଭିଡିଓରେ ଟ୍ରାଫିକ ପୋଲିସ ନିୟମ ଉଲଂଘନ ନେଇ ୟୁପି ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଭାଇରାଲ ହେଇଥିବା ଭିଡିଓରେ ପାଞ୍ଚ ଜଣ ଗୋଟିଏ ମଟରସାଇକେଲରେ ବସିଥିଲେ। ଖାଲି ବସିନଥିଲେ ନିର୍ଭୟରେ ସହର ମଧ୍ୟ ବୁଲୁଥିଲେ। 
ମରଦାବାଦ୍ ପୋଲିସର ସୂଚନା ଅନୁସାରେ ମଟରଯାନ ଅଧିନିୟମ ଅନୁଯାଇ ଏହି ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ୬୫୦୦ ଟଙ୍କାର ଏକ ଚାଲାଣ ମଧ୍ଯ କଟାଯାଇଛିl
ରାସ୍ତାରେ ନିର୍ଭୟରେ ଗାଡ଼ି ଚାଳଇ ଶାନ୍ତ ଭଙ୍ଗ କରିଥିବା ନେଇ ପୋଲିସ ପାଞ୍ଚ ଜଣକ ନାଁ'ରେ ଅଭିଯୋଗ ମଧ୍ୟ କରିଛି। ଏଭଳି ବିପଦ ପୂର୍ଣ୍ଣ କାର୍ଯ୍ୟ ପାଇଁ ସେମାନଙ୍କୁ କୋର୍ଟରେ ହଜାର କରାଯାଇଛି। ଏଥି ସହିତ ଜେଲକି ମଧ୍ୟ ପଠାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.