Movie prime

ବୋହୂ କୁ ମାରି camera ଆଗରେ ରୋଲ୍ କରୁଥିଲା ଶାଶୁ, ରାସ୍ତା ରେ ଚଲେଇ ଚଲେଇ ନେଲା ପୋଲିସ

 
Viral News
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏମିତି ଅନେକ ଖବର ଆସୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଜିକା ସମାଜରେ ତ ଯୌତୁକ ନିର୍ଯ୍ୟାତନା ପାଇଁ ଘରର ବୋହୂକୁ ହ-ତ୍ୟା କରିବା ଏକ ସାଧାରଣ କଥା ହୋଇଗଲାଣି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରରେ । ଯୌତୁକ ନିର୍ଯାତନା ପାଇଁ ଚାଲି ଯାଇଛି ଆଉ ଏକ ଜୀବନ ।
ଦୁନିଆରେ ଯେତେ ପରିମାଣରେ ଲୋକ ସଂଖ୍ୟା ବଢ଼ି ଚାଲିଛି ସେତେ ପରିମାଣରେ ଯୌତୁକ ନିର୍ଯ୍ୟାତନା ଏବଂ ଅନ୍ୟାନ୍ୟ ଘଟଣା ସବୁ ବଢ଼ିବାରେ ଲାଗିଛି । ଆଉ ଆପଣମାନେ ସମସ୍ତେ ତ ଭୁବନେଶ୍ବରର ଏକ ଅଞ୍ଚଳର ବୋହୂ ଯାହାଙ୍କ ନାମ ସୁଶ୍ରୀ ସଂଗୀତା । ତାଙ୍କର ମୃ-ତ୍ୟୁ ଘଟିଛି ।
ଆଉ ତାଙ୍କର ମୃ-ତ୍ୟୁ ଏକ ସନ୍ଦେହଜନକ ମୃ-ତ୍ୟୁ ବୋଲି ଜଣାପଡିଛି । ତାଙ୍କ ମୃ-ତ୍ୟୁ ମାମଲାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି । ଏହି ମାମଲା ଏବେ ଥାନାରେ ଚାଲିଛି । ସୁଶ୍ରୀ ସଂଗୀତାଙ୍କ ଶାଶୁଘର ଲୋକେ କହୁଛନ୍ତି ସାମାନ୍ୟ କଥା ଟିକେ ଝଗଡ଼ା ପାଇଁ ତାଙ୍କ ବୋହୂ ଏପରି କରିଲା ।
ଅର୍ଥାତ୍ ତାଙ୍କ ବୋହୂ ଘର ଭିତରକୁ ଯାଇ କବାଟ ବନ୍ଦ କରିଦେଲା ଆଉ ଏହାପରେ ବେକରେ ଲୁଗା ବାନ୍ଧି ଫ୍ୟାନରେ ଝୁଲି ପଡିଲା । କିନ୍ତୁ ସୁଶ୍ରୀ ସଂଗୀତାଙ୍କ ପରିବାରଲୋକେ କହୁଛନ୍ତି ସୁଶ୍ରୀ କେବେବି ଆତ୍ମହତ୍ୟା କରିନଥିବେ ।
ତାଙ୍କୁ ଏହି କାମ ପାଇଁ ବାଧ୍ୟ କରାଯାଇଛି । ତାଙ୍କ ଶାଶୁଘରଲୋକେ ତାଙ୍କୁ ଯୌତୁକ ନିର୍ଯ୍ୟାତନା ଦିଅନ୍ତି ଆଉ ସେଥିପାଇଁ ତାଙ୍କ ଝିଅର ମୃ-ତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗକୁ ଆଧାର କରି ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । 
 
ଶବ ବ୍ୟବଚ୍ଛେଦ ପରେ ଯେଉଁ ରିପୋର୍ଟ ଆସିଲା ସେହି ଆଧାରରେ ପୋଲିସ ଏହି ଘଟଣାକୁ ନେଇ ଯାଞ୍ଚ କରୁଛି । ଆଉ ଏହି ଘଟଣାକୁ ଯାଞ୍ଚ କରିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଛି ।
ସୁଶ୍ରୀ ସଂଗୀତାଙ୍କ ଶାଶୁଙ୍କୁ ପୋଲିସ ଗିରଫ କରିଛି । ଆଉ ଏବେ ତାଙ୍କୁ ଥାନାକୁ ନେବା ବେଳର ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।
ସୁଶ୍ରୀ ସଂଗୀତାଙ୍କ ସ୍ବାମୀ ଆଉ ଶଶୁର ଫେରାର ଥିବାର ସୂଚନା ମିଳିଛି । ଏବେବି ଏହି ମାମଲାକୁ ନେଇ ତଦନ୍ତ ଜାରି ରହିଛି । ଦେଖାଯାଉ ଏହି ଘଟଣା ଆଗକୁ କେଉଁ ମୋଡ଼ ନେଉଛି ।