Movie prime

ମୋଟି ହେଇଗଲି ଆଉ ହିରୋଇନ ହେବାରେ ଇଛା ନାହିଁ

 
Viral News

ଓଡ଼ିଶାର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଶ୍ୱେତପଦ୍ମା କରଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସୋସିଆଲ ମିଡିଆରେ ଏବେ ଶ୍ୱେତପଦ୍ମା କର ଜଣେ ଅତି ପରିଚିତ ଚେହେରା।

ତେବେ ସୋସିଆଲ ମିଡିଆରେ ଏବେ ଶ୍ୱେତପଦ୍ମା କରଙ୍କର କେମେଡି ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯାହାକୁ ନେଇ ଶ୍ୱେତପଦ୍ମା କର ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେବାରେ ଲାଗିଛନ୍ତି। ତେବେ ବର୍ତ୍ତମାନ ସମୟରେ ଓଡ଼ିଶାର ଜଣେ ଜଣାଶୁଣା ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାବରେ ବେଶ୍ ପରିଚିତ ଶ୍ୱେତପଦ୍ମା କର। 

ନିଜର ଜବରଦସ୍ତ ଅଭିନୟ ଓ କମେଡି ଦ୍ଵାରା ଶ୍ୱେତପଦ୍ମା କର ଲୋକ ମାନଙ୍କୁ ହସାଇ ହସାଇ ବେଦମ୍ କରିଦିଅନ୍ତି। ଶ୍ୱେତପଦ୍ମାଙ୍କର ଏକ ୟୁ ଟ୍ୟୁବ୍ ଚ୍ୟାନେଲ ରହିଛି ଯାହାର ନାଆଁ ହେଉଛି କମେଡି ଆଟିଷ୍ଟି ଶ୍ୱେତପଦ୍ମା କର।
ଏହି ଚ୍ୟାନେଲ୍ ରେ ଶ୍ୱେତପଦ୍ମା ଅନେକ ମଜାଳିଆ ଭିଡିଓ କରି ପୋଷ୍ଟ କରିଥାନ୍ତି। ଯାହାକୁ ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଖୁବ୍ ଭଲ ପାଇବା ଦିଅନ୍ତି।
ଏତଦବ୍ୟତୀତ ଶ୍ୱେତପଦ୍ମା ମଧ୍ୟ ଅତି ସୁନ୍ଦର ଭାବରେ ଅଭିନୟ କରନ୍ତି। ଶ୍ୱେତପଦ୍ମା "ସୁରାଟ ରୁ ଫେରିଲେ ପିଉସା" ଏବଂ "ଠୁକୁରା କେ ମେରେ ପ୍ୟାର୍" ଏଥିରେ ନିଖୁଣ ଭାବରେ ଅଭିନୟ ମଧ୍ୟ କରିଛନ୍ତି। 
ଆଉ ଦର୍ଶକ ମାନେ ମଧ୍ୟ ବହୁତ ଭଲ ପାଇବା ଦେଇଛନ୍ତି। କମେଡିଆନ ଶ୍ୱେତପଦ୍ମା ଗଣମାଧ୍ୟମ ଆଗରେ ଦର୍ଶକ ମାନଙ୍କ ପାଇଁ ଏକ ନିଜ ହାତ ଲେଖା କମେଡି ଶୁଣାଇଛନ୍ତି ସେଇ କମେଡିଟି ଥିଲା ଶାଶୁ ବୋହୂର କମେଡି।
ଯାହାକୁ ଦର୍ଶକ ମାନେ ବହୁତ ଭଲ ପାଇବା ମଧ୍ୟ ଦେଇଥିଲେ। ଶ୍ୱେତପଦ୍ମା ୨୦୧୪ ମସିହାରେ ପ୍ରଜ୍ଞା ଭାଇଙ୍କ ସହିତ କମେଡି ଭିଡ଼ିଓ କରିଥିଲେ ବୋଲି କହିଛନ୍ତି।
ଆଉ ତା'ପରେ ସେଠି ଗୋଟେ ପପୁଲାର୍ ସୋରେ ପ୍ରଜ୍ଞା ଙ୍କ ସହିତ ଶ୍ୱେତପଦ୍ମା ଅଭିନୟ କରୁଥିବା ସମୟରେ କିଛି ଲୋକ ତାଙ୍କୁ ଚିହ୍ନି ଯାଇଥିଲେ। 
ତା'ପରେ ଶ୍ୱେତପଦ୍ମାଙ୍କର ବିବାହ ହେଇଯାଇଥିଲା। ବିବାହ ସାରିଲା ପରେ କମେଡି କରିବା ପାଇଁ ଫାଷ୍ଟ ଅଫର ବୁଲା ଭାଇଙ୍କ ଠାରୁ ଆସିଥିଲା ବୋଲି କହିଛନ୍ତି ଶ୍ୱେତପଦ୍ମା। ଶ୍ୱେତପଦ୍ମା ମଧ୍ୟ ନିଜେ କବିତା ଲେଖନ୍ତି।
ଶେଷରେ ଗଣମାଧ୍ୟମ ଆଗରେ ଦର୍ଶକ ମାନଙ୍କ ପାଇଁ ଶ୍ୱେତପଦ୍ମା ଏକ ସୁନ୍ଦର କବିତା ଗାଇଛନ୍ତି "ନୁହେଁ ମୁଁ ଯୋଶଦା ନୁହେଁ ମୁଁ ଦେବକୀ ମୁଁ ପରା ତ ରାଧିକା ତୋ ଦୁଷ୍ଟାମିରେ ମୁଁ କି ହୋଇ ବି ଅଧିର" ଏହି କବିତାଟି ନିଜ ମୁଖରୁ ଶୁଣାଇଛନ୍ତି ଶ୍ୱେତପଦ୍ମା କର।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.